Vanity Fair
ପ୍ରସିଦ୍ଧ ବ୍ରିଟିସ ଚଳଚ୍ଚିତ୍ର ନିର୍ମାତା, ନିର୍ଦ୍ଦେଶକ ତଥା ଅଭିନେତା ମାଇକେଲ ଆପ୍ଟେଡଙ୍କ ୭୯ ବର୍ଷ ବୟସରେ ଦେହାନ୍ତ ହୋଇଛି। ଡାଇରେକ୍ଟର୍ସ ଗିଲ୍ଡ ଅଫ୍ ଆମେରିକା ଅନୁଯାୟୀ, ଜାନୁଆରି ୭ରେ ହିଁ ଆପ୍ଟେଡଙ୍କ ମୃତ୍ୟୁ ହୋଇସାରିଛି। ତେବେ ତାଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ୧୯୪୧ ମସିହାରେ ଜନ୍ମିତ ମାଇକେଲ୍ ସିନେମା ଓ ଟେଲିଭିଜନ ଦୁନିଆରେ ନିଜର ଅଲିଭା ଛାପ ଛାଡ଼ି ଯାଇଛନ୍ତି। ୧୯୯୦ ମସିହାରେ ସେ ‘ଜେମ୍ସ ବଣ୍ଡ: ଦ ୱାର୍ଲ୍ଡ ଇଜ୍ ନଟ ଏନଫ୍’ର ନିର୍ଦ୍ଦେଶନା ଦେଇଥିଲେ। ଏହାବ୍ୟତୀତ ସେ ‘କୋଲ ମାଇନର୍ସ ଡଟର’ ଏବଂ ‘ଗୋରିଲାଜ ଇନ୍ ଦ ମିଷ୍ଟ’ ଭଳି ଚଳଚ୍ଚିତ୍ରର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ତାଙ୍କର ଚଳଚ୍ଚିତ୍ର ‘କୋଲ୍ ମାଇନର୍ସ ଡଟର’ ସଙ୍ଗୀତ ଓ କମେଡି ବର୍ଗରେ ବେଷ୍ଟ ମୋସନ୍ ପିକ୍ଚର୍ ପାଇଁ ‘ଗୋଲ୍ଡେନ୍ ଗ୍ଲୋବ୍’ ପୁରସ୍କାର ଜିତିଥିଲା। ଏଥିସହିତ ଫିଲ୍ମର ଅଭିନେତ୍ରୀ ସିସି ସ୍ପେସକ ଶ୍ରେଷ୍ଠ ଅଭିନେତ୍ରୀ ପାଇଁ ଓସ୍କାର ପୁରସ୍କାର ପାଇଥିଲେ।
  
 Follow Us