ଜାମିନ ମିଳିବା ପରେ ବି ଏହି ସବୁ ନିୟମ ମାନିବେ ଆରୟନ, ଉଲଂଘନ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

Advertisment
ଜାମିନ ମିଳିବା ପରେ ବି ଏହି ସବୁ ନିୟମ ମାନିବେ ଆରୟନ, ଉଲଂଘନ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ମୁମ୍ବାଇ: ମୁମ୍ବାଇ କ୍ରୁଜରେ ଡ୍ରଗ୍ସ ପାର୍ଟି କରୁଥିବ‌ା ମାମଲାରେ ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କୁ ବମ୍ବେ ହାଇକୋର୍ଟ ଆଜି ଜାମିନ ପ୍ରଦାନ କରିଛନ୍ତି । ଏହି ମାମଲାରେ ତିନିଦିନ ଧରି ଶୁଣାଣି କରିବା ପରେ ହାଇକୋର୍ଟ ଆଜି ଅପରାହ୍ଣରେ ଆରୟନଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଆରୟନଙ୍କ ସମେତ ମୁନମୁନ ଧମେଚା ଓ ଅରବାଜ ମର୍ଚ୍ଚାଣ୍ଟଙ୍କୁ ମଧ୍ୟ ଜାମିନ ମିଳିଛି । କୋର୍ଟ ଆସନ୍ତାକାଲି ନିଜର ସବିଶେଷ ଅର୍ଡର ପ୍ରକାଶ କରିବେ ବୋଲି କହିଛନ୍ତି । ଜେଲ କର୍ତ୍ତୃପକ୍ଷଙ୍କୁ କୋର୍ଟଙ୍କ ଅର୍ଡର ମିଳିବା ପରେ ଏହି ତିନିଜଣ ଆସନ୍ତା କାଲି ମୁମ୍ବାଇର ଆର୍ଥର ରୋଡ ଜେଲରୁ ମୁକୁଳିବାର ସମ୍ଭାବନା ରହିଛି । ତେବେ ଜେଲରୁ ବାହାରିବା ପରେ ବି ଆରୟନଙ୍କୁ କିଛି କାମ ନକରିବା ପାଇଁ କୁହାଯାଇଛି। ସେଗୁଡିକ ହେଲା..

୧. ଗ୍ରେଟର ମୁମ୍ବାଇରେ ଥିବା ଏନଡିପିଏସର ସ୍ୱତନ୍ତ୍ର ବିଚାରପତିଙ୍କ ଅନୁମତି ବିନା ଆରୟନ ଦେଶ ଛାଡିପାରିବେ ନାହିଁ।

୨. ଦେଶର ଅନ୍ୟ କୌଣସି ସ୍ଥାନକୁ ଯାତ୍ରା କରିବା ପାଇଁ ଗ୍ରେଟର ମୁମ୍ବାଇ ଛାଡିବା ସମୟରେ ଆରୟନ ଖାନଙ୍କୁ ଏହି ଘଟଣାର ଅନୁସନ୍ଧାନକାରୀ ଅଧିକାରୀଙ୍କୁ ଜଣାଇବାକୁ ହେବ ଏବଂ କ'ଣ ପାଇଁ ଯାଉଛନ୍ତି ‌ସେ ବିଷୟରେ ଜଣାଇବାକୁ ପଡ଼ିବ।

Aryan Khan (Photo: PTI file) www.indiatoday.in

୩. ସୋସିଆଲ ମିଡିଆ ସମେତ ଗଣମାଧ୍ୟମକୁ କୋର୍ଟରେ ଚାଲିଥିବା ପ୍ରକ୍ରିୟା ସମ୍ବନ୍ଧରେ କୌଣସି ବିବୃତି ଦେଇପାରିବେ ନାହିଁ ଆରୟନ।

୪. ଆରୟନ ଏହି ମାମଲାରେ ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତ କିମ୍ବା ସମାନ କାର୍ଯ୍ୟକଳାପରେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଜଡିତ ଅନ୍ୟ କୌଣସି ବ୍ୟକ୍ତିଙ୍କ ସହ ଯୋଗାଯୋଗ କରିବେ ନାହିଁ।

୫. ସେ ପ୍ରମାଣ ନଷ୍ଟ, ସାକ୍ଷୀଙ୍କୁ ପ୍ରଭାବିତ କରିବାକୁ କିମ୍ବା ଶୁଣାଣି ବିଳମ୍ବ କରିବାକୁ କୌଣସି ପ୍ରୟାସ କରିପାରିବେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe