ନନ୍ଦିନୀ କ’ଣ ବନ୍ଦିନୀ ? କାହିଁକି ଜସ୍ମିନ୍ ଭାଙ୍ଗୁଛି ଶୁଭମ୍-ନନ୍ଦିନୀଙ୍କ ବିବାହ ?

Advertisment
ନନ୍ଦିନୀ କ’ଣ ବନ୍ଦିନୀ ? କାହିଁକି ଜସ୍ମିନ୍ ଭାଙ୍ଗୁଛି ଶୁଭମ୍-ନନ୍ଦିନୀଙ୍କ ବିବାହ ?

ଭୁବନେଶ୍ବର: ଜୀ-ସାର୍ଥକରେ ପ୍ରଦର୍ଶିତ ହୋଇଛି ଓଡ଼ିଆ ଛବି ନନ୍ଦିନୀ।  ଭଉଣୀ ବାହାଘର ପାଇଁ ଆସୁଥିବା ନାୟିକା ନନ୍ଦିନୀକୁ ଖଳନାୟକ ଭୂମିକାରେ ଥିବା ବବି ମିଶ୍ର ଆକ୍ରମଣ କରୁଛନ୍ତି। ଏତିକିବେଳେ ଭିତରକୁ ପ୍ରବେଶ କରୁଛନ୍ତି କାହାଣୀର ନାୟକ ଶୁଭମ୍। ସେ ନନ୍ଦିନୀକୁ ଗୁଣ୍ଡାମାନଙ୍କ କବଳରୁ ଉଦ୍ଧାର କରୁଛନ୍ତି। ସମୟକ୍ରମେ ଶୁଭମ୍ ଓ ନନ୍ଦିନୀଙ୍କ ଭିତରେ ଗଢ଼ିଉଠୁଛି ପ୍ରେମ ସମ୍ପର୍କ। ଶୁଭମ୍‌ର ପରିବାର ଏ ଦୁହିଙ୍କୁ ବିବାହ ବନ୍ଧନରେ ବାନ୍ଧିବାକୁ ପ୍ରସ୍ତୁତ ହେଲାବେ‌େଳ କାହାଣୀରେ ଆସୁଛି ଏକ ଭିନ୍ନ ମୋଡ଼। ବିବାହ ବେଳେ ପ୍ରବେଶ କରୁଛି ଶୁଭମ୍‌ର ପ୍ରଥମ ପ୍ରେମିକା ଜସ୍ମିନ୍‌। ଜସ୍ମିନ୍‌ର ଚକ୍ରାନ୍ତ ପରିବାର ସଦସ୍ୟଙ୍କ ହୃଦୟକୁ ଭାଙ୍ଗିଦେଉଛି, ସେମାନେ ନନ୍ଦିନୀକୁ ଘରୁ ବାହାର କରିଦେଉଛନ୍ତି। ପୂର୍ବରୁ ନନ୍ଦିନୀ ଜେଲରେ କାହିଁକି ଥିଲା? ଏହାଛଡ଼ା ନନ୍ଦିନୀଙ୍କ ସହିତ ଆଗକୁ କ’ଣ ଘଟିବାକୁ ଯାଉଛି? ନନ୍ଦିନୀ କ’ଣ ପ୍ରକୃତରେ ବନ୍ଦିନୀ? ଏ ସମସ୍ତ ପ୍ରଶ୍ନର ଉତ୍ତର କାହାଣୀର କ୍ଲାଇମାକ୍ସରେ ଦେଖିବାକୁ ମିଳିବ। ବାସ୍ତବ ଜୀବନରେ ବିବାହ ବନ୍ଧନରେ ଆବଦ୍ଧ ହେବାପରେ ରିୟାଙ୍କର ଏହା ପ୍ରଥମ ଚଳଚ୍ଚିତ୍ର। ତେଣୁ ସେ ବେଶ୍ ଉତ୍ସାହିତ ଅଛନ୍ତି। ଅଭିନେତା ମଣ୍ଟୁ ଓ ଅଭିନେତ୍ରୀ ରିୟାଙ୍କୁ ଏକାଠି ନୂଆ ଚଳଚ୍ଚିତ୍ର ‘ବନ୍ଦିନୀ’ରେ ଦେଖିବାକୁ ମିଳିବ।

ଏମାନଙ୍କ ବ୍ୟତୀତ ଏଥିରେ ବବି ମିଶ୍ର, ସରୋଜ ଦାସ, ଶୁଭ୍ରାଂଶୁ ନାୟକ, ଥିନ୍ ଓ ମନୀଷା ରଥ ମଧ୍ୟ ଦେଖିବାକୁ ମିଳିବେ। ଏହି ଚଳଚ୍ଚିତ୍ରଟି ଏକ ଭିନ୍ନସ୍ୱାଦର କାହାଣୀ ଯେଉଁଥିରେ ପ୍ରେମ, ଚକ୍ରାନ୍ତ ଏବଂ ପାରିବାରିକ ସମ୍ପର୍କ ରହିଛି ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ପ୍ରତୀକ ସିଲ କହିଛନ୍ତି। ଏହା ଭିନ୍ନ ଏକ ପ୍ରେମ ଓ ପ୍ରତିଶୋଧର ରହସ୍ୟମୟ କାହାଣୀ। ଜନ୍ମେଞ୍ଜୟ ପଣ୍ଡାଙ୍କ କାହାଣୀ ଓ ପିନୁ ନାୟକଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି କ୍ଷୀରୋଦ ପଟ୍ଟନାୟକ। ଏଥିରେ ନିର୍ମଳ ନାୟକ ଗୀତ ରଚନା କରିଛନ୍ତି ଓ ଅଭିଜିତ ମଜୁମଦାର ସ୍ବର ସଂଯୋଜନା କରିଛନ୍ତି। କଣ୍ଠଦାନ କରିଛନ୍ତି ସ୍ବୟଂସ, ଅନ୍ତରା ଚକ୍ରବର୍ତ୍ତୀ, ଅଭିଜିତ ମଜୁମଦାର, ଏସ୍‌ ଜିତୁ, ଲିପ୍ସା ଓ ସସ୍ମିତା। ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ଲୁବୁନ୍ ଟୁବୁନ୍। ୧୯ ତାରିଖ ସନ୍ଧ୍ୟା ୬.୩୦ରେ ଜୀ-ସାର୍ଥକରେ ଚଳଚ୍ଚିତ୍ରଟି ପ୍ରଦର୍ଶିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe