ଏମସ୍‌ରୁ ସୁସ୍ଥ ହୋଇ ଫେରିବାପରେ ଏବେ କ’ଣ କରୁଛନ୍ତି ପପୁ ପମପମ ?

ଏମସ୍‌ରୁ ସୁସ୍ଥ ହୋଇ ଫେରିବାପରେ ଏବେ କ’ଣ କରୁଛନ୍ତି ପପୁ ପମପମ ?

ଭୁବନେଶ୍ୱର: ଓଡ଼ିଆ ସିନେ ଜଗତର ଜଣାଶୁଣା କମେଡିଆନ୍‌ ପପୁ ପମପମ ଜେଲରୁ ଫେରିବାପରେ ତାଙ୍କ କ୍ୟାରିଅରର ସେକେଣ୍ଡ୍‌ ଇନିଂସ୍‌ ଆରମ୍ଭ କରିଥିଲେ। ଆଉ ଏଥର ବି ତାଙ୍କୁ ଭଲ ରେସପନସ୍‌ ମିଳୁଥିଲା ।ଏହି ଇନିଂସ୍‌ରେ ସେ ପ୍ରଥମେ ଅକ୍ଷୟ କୁମାର ପରିଜାଙ୍କ ନୂଆ ସିନେମା ‘ସୁର ଦାସ’ ସାଇନ୍‌ କଲେ। ତାପରେ ସେ କଥା ଭୈରବ, ଟୋକାଟା ଫସିଗଲା ଏବଂ ‘ସୁନ୍ଦରଗଡ଼ର ସଲମାନ୍‌ ଖାନ୍‌ ’ ଆଦି ରେ କାମ କଲେ। ହେଲେ ଏଥିମଧ୍ୟରୁ ଯେଉଁଟା ଆଗେ ସାଇନ୍‌ କଲେ ତାର କାମ ଅଧାରେ ଅଟକି ଯାଇଛି। ମାନେ ଗୀତକାମପରେ ଆଉ ଆଗକୁ ଯାଇନାହିଁ। ଅର୍ଥାତ୍‌ ଏଯାଏଁ ପରଦାରେ ‘ସୁର ଦାସ’ ବନିପାରି ନାହାନ୍ତି ପପୁ ପମପମ।

publive-image

ନୂଆଦିଲ୍ଲୀର ଏମସ୍‌ରୁ ସେ ଫେରି ସୁସ୍ଥ ହୋଇ ବିଶ୍ରାମ କରୁଛନ୍ତି ହେଲେ କୌଣସି ନୂଆ ସିନେମା ସାଇନ୍‌ କରୁ ନାହାନ୍ତି। ପପୁଙ୍କର ଆଉ କୌଣସି ଏବେ ରିଲିଜ୍‌ ଅପେକ୍ଷାରେ ନାହିଁ। ଏଣୁ ପୁଣି କେବେ ତାଙ୍କୁ ପୁଣି ପରଦାରେ ଦେଖିବେ ବୋଲି ତାଙ୍କର ପ୍ରଶଂସକ ମହଲରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe