କୈକେୟୀଙ୍କ ପୁଅର ନାମ କଣ ଜାଣିଛନ୍ତି କି? ଉତ୍ତର ଦିଅନ୍ତୁ

Advertisment
କୈକେୟୀଙ୍କ ପୁଅର ନାମ କଣ ଜାଣିଛନ୍ତି କି? ଉତ୍ତର ଦିଅନ୍ତୁ

ନୂଆଦିଲ୍ଲୀ: ଶନିବାର ଠାରୁ ସକାଳ ୯ଟାରୁ ୧୦ଟା ଯାଏଁ ଡିଡି ନ୍ୟାସନାଲରେ ପ୍ରସାରିତ ରାମାନନ୍ଦ ସାଗରଙ୍କ ପ୍ରସ୍ତୁତ ‘ରାମାୟଣ’କୁ ଦର୍ଶକ ଦେଖୁଛନ୍ତି । କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକଡାଉନ୍ କରାଯାଇଛି। ଏଭଳି ପରିସ୍ଥିତିରେ ଲୋକମାନେ ଘରେ ରହି ବିଭିନ୍ନ ଉପାୟରେ ସମୟ ବିତାଉଛନ୍ତି। ମନୋରଞ୍ଜନ ଶିଳ୍ପ କରୋନା ଭୂତାଣୁ ଦ୍ୱାରା ପ୍ରଭାବିତ ହେବା ସହ ବର୍ତ୍ତମାନ କୌଣସି ନୂଆ ଚଳଚ୍ଚିତ୍ର ରିଲିଜ୍ ହେଉନାହିଁ କି କୌଣସି ଟିଭି ସୋ’ର ସୁଟିଂ ମଧ୍ୟ କରାଯାଉନାହିଁ।

ଏଭଳି ପରିସ୍ଥିତିକୁ ଦେଖି ବହୁ ଲୋକପ୍ରିୟ ଟେଲିଧାରାବାହିକ ରାମାୟଣ ଏବଂ ମହାଭାରତର ପୁନର୍ବାର ପ୍ରସାରଣ କରିବାକୁ ଦୂରଦର୍ଶନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ତେବେ ରାମାୟଣକୁ ନେଇ ଏବେ ଦୂରଦର୍ଶନ ପକ୍ଷରୁ କିଛି ପ୍ରଶ୍ନ କରାଯାଉଛି | ଯାହାକି ଦର୍ଶକ ବହୁ ସଂଖ୍ୟାରେ ଦେଉଛନ୍ତି | ତେବେ ଦୂରଦର୍ଶନ ପକ୍ଷରୁ ଦର୍ଶକଙ୍କୁ ପଚରାଯାଇଥିଲା ଯେ କୈକେୟୀଙ୍କ ପୁତ୍ରର ନାମ କଣ ?


ଏଥିପାଇଁ ତିନିଟି ଅପସନ ମଧ୍ୟ ଦିଆଯାଇଥିଲା | ପ୍ରଥମ ଅପସନରେ ଭରତ, ଦ୍ଵିତୀୟ ଅପସନରେ ଶତ୍ରୁଘ୍ନ ଓ ତୃତୀୟରେ ଲକ୍ଷ୍ମଣ ବୋଲି ଅପସନ ଦିଆଯାଇଥିଲା | ଅଧିକାଂଶ (ପ୍ରାୟ ୯୩ ପ୍ରତିଶତ) ଦର୍ଶକ ଭରତ କହିଥିବାବେଳେ ୪ ପ୍ରତିଶତ ଦର୍ଶକ ଶତ୍ରୁଘ୍ନ ଓ ୩ ପ୍ରତିଶତ ଦର୍ଶକ ଲକ୍ଷ୍ମଣ ବୋଲି ଉତ୍ତର ଦେଇଥିଲେ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe