କାହିଁକି ଅଲଗା ହେଲେ ଧନୁଷ-ଐଶ୍ବର୍ଯ୍ୟା? ସାମ୍ନାକୁ ଆସିଲା କାରଣ

Advertisment
କାହିଁକି ଅଲଗା ହେଲେ ଧନୁଷ-ଐଶ୍ବର୍ଯ୍ୟା? ସାମ୍ନାକୁ ଆସିଲା କାରଣ

ନୂଆଦିଲ୍ଲୀ : ତାମିଲ୍ ସୁପରଷ୍ଟାର ଧନୁଷ ଓ ପତ୍ନୀ ଐଶ୍ବର୍ଯ୍ୟା ରଜନୀକାନ୍ତଙ୍କ ମଧ୍ୟରେ ବିବାହ ବ‌ିଚ୍ଛେଦ ଘଟିଛି । ଦୀର୍ଘ ୧୮ ବର୍ଷ ବୈବାହିକ ଜୀବନ ବିତାଇବା ପରେ ଉଭୟ ପରସ୍ପରଠାରୁ ଅଲଗା ରହିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ଦକ୍ଷିଣୀ ଚଳଚ୍ଚିତ୍ର ଜଗତରେ ଚର୍ଚ୍ଚା ସୃଷ୍ଟି କରିଛି। ସୋମବାର ରାତିରେ ଏ ସଂପର୍କରେ ସୋସିଆଲ ମିଡିଆରେ ପୋଷ୍ଟ କରି ଧନୁଷ ଏହି ସୂଚନା ଦେଇଛନ୍ତି। ତେବେ ହଠାତ୍ ଦୁହେଁ ଏଭଳି ନିଷ୍ପତ୍ତି କାହିଁକି ନେଲେ ସେ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ଏହାର କାରଣ ସାମ୍ନାକୁ ଆସିଛି।

publive-image Pic Courtesy: India Tv

ଧନୁଷ ଓ ଐଶ୍ବର୍ଯ୍ୟାଙ୍କୁ ଜାଣିଥିବା ତାଙ୍କର ଜଣେ ଭଲ ବନ୍ଧୁ ବିବାହ ବିଚ୍ଛେଦର କାରଣ କହିଛନ୍ତି। ତାଙ୍କ କହିବା ମୁତାବକ, ଧନୁଷ ସର୍ବପ୍ରଥମେ ନିଜ କାମକୁ ରଖନ୍ତି। ସେ କାମ କରିବାକୁ କେତେ ଭଲପାଆନ୍ତି ତାହା ତାଙ୍କ ସହ ଜଡ଼ିତ ଲୋକ ଭଲ ଭାବରେ ଜାଣିଛନ୍ତି। ସବୁଠାରୁ ବଡ଼ କଥା ହେବା ଧନୁଷ କାହା ସହ ନିଜ ମନ କଥା ସେୟାର କରନ୍ତି ନାହିଁ। ନିଜ ପରିବାର କିମ୍ବା ନିଜର ଭଲ ବନ୍ଧୁ ସହ ମଧ୍ୟ ନୁହେଁ। କେତେବେଳେ ସେ କ’ଣ ଭାବୁଛନ୍ତିି ବା ତାଙ୍କ ମନରେ କ’ଣ ଚାଲିଛି, ତାହା କେହି କହିପାରିବେ ନାହିଁ। ଯେତେବେଳେ ବି ପତ୍ନୀ ଐଶ୍ବର୍ଯ୍ୟାଙ୍କ ସହ ତାଙ୍କର ଝଗଡ଼ା ହୁଏ ସେ ଆଲୋଚନା ନକରି ନୂଆ ଫିଲ୍ମ ହାତକୁ ନିଅନ୍ତି। ଝଗଡ଼ା ବଢ଼ିବା ଡରରେ ସେ ସବୁବେଳେ ନିଜକୁ କାମରେ ବ୍ୟସ୍ତ ରଖନ୍ତି। ସବୁପରେ ମଧ୍ୟ ଗତ ୬ମାସ ଧନୁଷ ଏବଂ ଐଶ୍ବର୍ଯ୍ୟାଙ୍କ ପାଇଁ ସହଜ ନଥିଲା। ଦୁହିଁଙ୍କ ମଧ୍ୟ ଅସନ୍ତୋଷ ବଢ଼ିବ‌ାରୁ ଶେଷରେ ଦୁହେଁ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ହେଲେ ଆଗକୁ ଦୁହେଁ ସାଥୀରେ ନିଜର ଦୁଇ ପୁଅ ଯାତ୍ରା (୧୫) ଏବଂ ଲିଙ୍ଗା (୧୧)ଙ୍କ ଲାଳନପାଳନ କରିିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe