ଜାଣନ୍ତୁ ପ୍ରଥମ ଥର ପର୍ଣ୍ଣ ଚଳଚ୍ଚିତ୍ର ଦେଖିବା ପରେ କ’ଣ କରିଥିଲେ ସନ୍ନି ଲିଓନ

Advertisment
ସନ୍ନିଙ୍କ ସହ ‘ଲକ୍‌ଡାଉନ୍‌’ ହେବାକୁ ଚାହାନ୍ତି କି? ପ୍ରତିଦିନ ଅପରାହ୍ନରେ ପଚାରିପାରିବେ ସିଧାସଳଖ ପ୍ରଶ୍ନ

ମୁମ୍ବାଇ: ନିର୍ମାଣ ହେଉଛି ପର୍ଣ୍ଣଷ୍ଟାର୍‌ ଟର୍ଣ୍ଣଡ ବଲିଉଡ୍‌ ଅଭିନେତ୍ରୀ ସନ୍ନି ଲିଓନଙ୍କ ଜୀବନୀକୁ ନେଇ ଚଳଚ୍ଚିତ୍ର। ଚଳଚ୍ଚିତ୍ରଟିର ଶୀର୍ଷକ ରହିଛି ‘କର୍‌ଣଜୀତ୍‌ କୌର: ଦ ଅନ୍‌ଟୋଲ୍‌ଡ ଷ୍ଟୋରି ଅଫ୍‌ ସନ୍ନି ଲିଓନ’। ଏଥିରେ ସନ୍ନିଙ୍କ ଜୀବନର ଏକ ଉତ୍ସୁକପୂର୍ଣ୍ଣ କଥା ଦେଖିବାକୁ ମିଳିିଛି।

ଚଳଚ୍ଚିତ୍ରର ଏକ ନିର୍ଦ୍ଦିଷ୍ଟ ଦୃଶ୍ୟରେ ଦେଖିବାକୁ ମିଳିଛି ଯେ, ସନ୍ନି ପ୍ରଥମ ଥର ତାଙ୍କ ଜୀବନରେ ପର୍ଣ୍ଣ ଚଳଚ୍ଚିତ୍ର ଦେଖିବା ପରେ ଖୁବ୍‌ କାନ୍ଦୁଛନ୍ତି ଓ ଏପରି ଏକ ଚଳଚ୍ଚିତ୍ର ଦେଖିଥିବାରୁ ନିଜକୁ ଦୋଷୀ ଭାବି ଭଗବାନଙ୍କୁ ପ୍ରାର୍ଥନା କରିବା ସହ ଗୁରୁ ନାନକଙ୍କୁ କ୍ଷମା ପ୍ରାର୍ଥନା କରୁଛନ୍ତି। ସେ ଗୁରୁ ନାନକଙ୍କୁ ହାତ ଯୋଡ଼ି କହୁଛନ୍ତି ‘ବାବାଜୀ! ମୁଁ ଜାଣିନଥିଲି। ମୁଁ ଏକ ଭୁଲ୍‌ କରି ଦେଇଛି।’

publive-image

ଏହା ଦର୍ଶକଙ୍କ ପାଇଁ ନିଶ୍ଚୟ ଏକ ଆଶ୍ଚର୍ଯ୍ୟଜନକ କଥା। କାହିଁକି ନା, ସେହି ସନ୍ନି ପୁଣି ବଡ଼ ହେବା ପରେ ନିଜେ ଜଣେ ପର୍ଣ୍ଣଠାର ବନୁଛନ୍ତି। ସନ୍ନିଙ୍କ ପ୍ରକୃତ ନାମ ହେଉଛି କରଣଜୀତ। ସେ ତାଙ୍କ ଭାଇଙ୍କ ନାମ ସନ୍ନିକୁ ବ୍ୟବହାର କରି ପର୍ଣ୍ଣ ଇଣ୍ଡଷ୍ଟ୍ରିରେ ପ୍ରବେଶ କରୁଥିବାର ଦେଖିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ, ସନ୍ନିଙ୍କ ଜୀବନୀକୁ ନେଇ ନିର୍ମାଣ ହେଉଥିବା ବାୟୋପିକ୍‌ର ଶୀର୍ଷକରେ କୌର୍‌ ସାଙ୍ଗିଆ ରହିଛି ବୋଲି ଶିଖ୍‌ ଧର୍ମୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ରିଲିଜ୍‌ ପୂର୍ବରୁ ଚଳଚ୍ଚିତ୍ରଟି ବବାଦ ପରିସରଭୁକ୍ତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe