ପରିବାରର ନାମ ଖରାପ କରୁଛ କହି ଅଭିଷେକ ବଚ୍ଚନଙ୍କୁ ସମସ୍ତଙ୍କ ଆଗରେ ଚାପୁଡ଼ା ମାରିଥିଲେ ମହିଳା, ଏହା ଥିଲା କାରଣ

Advertisment
ପରିବାରର ନାମ ଖରାପ କରୁଛ କହି ଅଭିଷେକ ବଚ୍ଚନଙ୍କୁ ସମସ୍ତଙ୍କ ଆଗରେ ଚାପୁଡ଼ା ମାରିଥିଲେ ମହିଳା, ଏହା ଥିଲା କାରଣ

Images Dawn

ମୁମ୍ବାଇ : ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ ଏବେ ନିଜ ଫିଲ୍ମ ‘ମନମର୍ଜିଆ’ ପାଇଁ ଚର୍ଚ୍ଚାରେ ରହିଛନ୍ତି। ଫିଲ୍ମରେ ତାଙ୍କ ଅଭିନୟକୁ ନେଇ ସମସ୍ତେ ପ୍ରଶଂସା କରୁଥିବା ବେଳେ ପରଦାରୁ ଦୁଇ ବର୍ଷର ବ୍ୟବଧାନ କାମ କରିଛି ବୋଲି ଅଭିଷେକ ଜାଣି ପାରିଛନ୍ତି । ତେବେ ସବୁ କଳାକାରଙ୍କ ସହ ଜଡ଼ିତ କିଛି କିଛି ମଜାଦାର କାହାଣୀ ରହିଥାଏା ସେମିତି ଅଭିଷେକଙ୍କ ସହ ଜଡ଼ିତ କିଛି ମଜାଦାର କଥା ରହିଛି । ଏହାର ଖୁଲାସା ସେ ନିଜେ କରିଛନ୍ତି ।

publive-image Hindustan Times

ଥରେ ଏକ ଫିଲ୍ମର ସ୍କ୍ରିନିଙ୍ଗ ସମୟରେ ଜଣେ ମହିଳା ତାଙ୍କୁ ଚାପୁଡ଼ା ମାରିଥିଲେ ବୋଲି ଅଭିଷେକ କହିଛନ୍ତି। ଫିଲ୍ମ ‘ସରାରତ’ର ସ୍କ୍ରିନିଙ୍ଗ ପରେ ଫିଲ୍ମ ଥିଏଟର ବାହାରେ ଜଣେ ମହିଳା ପରିବାରର ନାମ ଖରାପ କରୁଛୁ ବୋଲି କହି ତାଙ୍କୁ ଚାପୁଡ଼ା ମାରିଥିଲେ । ଅଭିଷେକଙ୍କ କହିବା ଅନୁଯାୟୀ, ‘ସେ ସମୟକୁ ମୁଁ ଜୀବନରେ କେବେ ଭୁଲ ପାରିବି ନାହିଁ । ମୋର ଫିଲ୍ମ ରିଲିଜ ହେବା ପରେ ମୁଁ ଲୋକଙ୍କ ପ୍ରତିକ୍ରିୟା ଦେଖିବା ପାଇଁ ଗେଟି ଗ୍ୟାଲେକ୍ସି ଯାଇଥିଲି । ଜଣେ ମହିଳା ଫିଲ୍ମ ଦେଖିବା ପରେ ଫିଲ୍ମର ଇଣ୍ଟରଭାଲରେ ଥିଏଟରରୁ ବାହାରକୁ ଆସିଥିଲେ । ମୁଁ ଷ୍ଟାଣ୍ଡରେ ଛିଡ଼ା ହୋଇଥିବା ଦେଖି ମହିଳାଜଣକ ମୋ ପାଖକୁ ଆସି ମୋତେ ଚାପୁଡ଼ା ମାରି କହିଥିଲେ; ତୁମେ ତୁମ ପରିବାରର ନାମ ଖରାପ କରୁଛ । ଅଭିନୟ କରିବା ବନ୍ଦ କର । କିଛି ସମୟ ପାଇଁ ଏଭଳି ପ୍ରତିକ୍ରିୟା ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe