ଆଜି ରଣବୀର-ଆଲିଆଙ୍କ ବିବାହ: ବାପା ଋଷିଙ୍କ ବାରାତରେ ଭଙ୍ଗା ହାତରେ ପହଞ୍ଚିଥିଲେ ବିଗ୍‌ ବି

Advertisment
ଆଜି ରଣବୀର-ଆଲିଆଙ୍କ ବିବାହ: ବାପା ଋଷିଙ୍କ ବାରାତରେ ଭଙ୍ଗା ହାତରେ ପହଞ୍ଚିଥିଲେ ବିଗ୍‌ ବି

The Indian Express

ମୁମ୍ବାଇ: ଆଜି ବଲିଉଡ୍‌ର ଚର୍ଚ୍ଚିତ ଯୋଡ଼ି ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବିବାହ। ଯଦି ଋଷି କପୁର ଆଜି ପୁଅ ବିବାହ ଦେଖିବାକୁ ଜୀବିତ ରହିଥାନ୍ତେ ତ ରଣବୀରଙ୍କ ବିବାହରେ ଚାର୍‌ ଚାନ୍ଦ୍‌ ଲାଗିଯାଇଥାଆନ୍ତା। ଆଜି ରଣବୀରଙ୍କ ବିବାହ‌ରେ ଋଷିଙ୍କ ବିବାହକୁ ମନେ ପକାନ୍ତି ଲୋକେ। ଋଷି କପୁର ଓ ସୁପର୍‌ଷ୍ଟାର୍‌ ଅମିତାଭ ବଚ୍ଚନ ସେ ସମୟରେ ଖୁବ୍ ଭଲ ବନ୍ଧୁ ଥାଆନ୍ତି।

ସେତେବେଳର ଏକ ଫଟୋକୁ ଦେଖିଲେ ଜଣାଯାଏ ଯେ ଋଷି କପୁରଙ୍କ ବାରାତରେ ଅମିତାଭ ହାତ ଭାଙ୍ଗି ଯାଇଥିବା ସତ୍ତ୍ବେ ବି ସାମିଲ୍‌ ହୋଇଥିଲେ। ଅମିତାଭ ବଚ୍ଚନ ଥରେ ନିଜ ବ୍ଲଗ୍‌ରେ ଋଷି କପୁରଙ୍କ ସହ ଯୋଡ଼ା ଏକ କଥାକୁ ଉଲ୍ଲେଖ କରିଥିଲେ। ସେ ସେଥିରେ ଉଲ୍ଲେଖ କରିଥିଲେ ଯେ ଋଷି କପୁରଙ୍କ ବାରାତରେ ସେ ହାତରେ ପଟି ବାନ୍ଧି ସାମିଲ୍‌ ହୋଇଥିଲେ। ତେବେ, ଏକ ଫିଲ୍ମ ସୁଟିଂ କାଳରେ ତାଙ୍କ ସହ ହୋଇଥିବା ଏକ ଦୁର୍ଘଟଣା ହେତୁ ତାଙ୍କ ହାତ ଭାଙ୍ଗିବା କଥା ଉଲ୍ଲେଖ କରିଥିଲେ।

publive-image www.aajtak.in

ଉଲ୍ଲେଖଯୋଗ୍ୟ, ପାଞ୍ଚ ବର୍ଷ ଡେଟିଂ କରିବା ପରେ ଆଲିଆ ଭଟ୍ଟ ଏବଂ ରଣବୀର କପୁର ଶେଷରେ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ପ୍ରଥମେ ପିତୃପୂଜା ପରେ ତା’ପରେ ସେମାନଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ। ନୀତୁ କପୁର, କରୀନା କପୁର, କରିସ୍ମା କପୁର, କରଣ ଜୋହର, ଆୟାନ ମୁଖାର୍ଜୀ, ମହେଶ ଭଟ୍ଟ, ପୂଜା ଭଟ୍ଟଙ୍କ ସମେତ ଉଭୟ ପରିବାରର ଅତିଥିମାନେ ଗତକାଲି ବାସ୍ତୁରେ ପହଞ୍ଚି ସ‌ାରିଥିଲେ। ପ୍ରଖ୍ୟାତ ଗାୟକ ପ୍ରତୀକ ଖୁଦା ମେହେନ୍ଦି ସମାରୋହରେ ସଙ୍ଗୀତ ପରିବେଷଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe