ପରିଣୀତି ଓ ରାଘବ ଚଢ଼ାଙ୍କ ନିର୍ବନ୍ଧକୁ ନେଇ ମୁହଁ ଖୋଲିଲେ ଅଭିନେତ୍ରୀଙ୍କ ବାପା

Advertisment
ପରିଣୀତି ଓ ରାଘବ ଚଢ଼ାଙ୍କ ନିର୍ବନ୍ଧକୁ ନେଇ ମୁହଁ ଖୋଲିଲେ ଅଭିନେତ୍ରୀଙ୍କ ବାପା

ନୂଆଦିଲ୍ଲୀ: କିଛି ଦିନ ତଳେ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା, ଆପ୍‌ ‌‌ନେତା ରାଘବ ଚଢ଼ାଙ୍କ ସହ ନଜର ଆସିବା ପରେ ଦୁହେଁ ପରସ୍ପରକୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଦୁହେଁ ଖୁବ ଶୀଘ୍ର ବିବାହ କରିବେ ବ‌ୋଲି ଶୁଣିବାକୁ ମିଳିଥିଲା। ତେବେ ଏନେଇ ପରିଣୀତି କି ରାଘବ ଚଢ଼ା ଏଯାବତ କୌଣସି ପ୍ରକାର ପ୍ରତିକ୍ରିୟା ଦେଇ ନଥିବା ବେଳେ ଅଭିନେତ୍ରୀଙ୍କ ବାପା ପବନ ଚୋପ୍ରା କହିଛନ୍ତି, ‘ଦୁହିଁଙ୍କ ସମ୍ପର୍କକୁ ନେଇ କୌଣସି ମତାମତ ଦେବାକୁ ଏବେ ସମୟ ବାକି ଅଛି, ଏତେ ବି ବ୍ୟସ୍ତ ହେବାର କ’ଣ ଅଛି। ଠିକ ସମୟ ଆସିଲେ ସମସ୍ତେ ଆପଣାଛାଏଁ ସବୁକିଛି ଜାଣି ପାରି‌ବେ।’

ଏହି କ୍ରମରେ ପରିଣୀତିଙ୍କ ସାଙ୍ଗ ତଥା ଗୀତିକାର ହାର୍ଡି ସନ୍ଧୁ ଏହି ଖବର ଉପରେ ଗତ ଶୁକ୍ରବାର ପୁନଃଚ୍ଛେଦ ପକାଇଥିଲେ। ପରିଣୀତି ଓ ରାଘବ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି ବୋଲି ହାର୍ଡି ସୂଚିତ କରିଥିଲେ।

ହାର୍ଡି ସନ୍ଧୁ କହିଥିଲେ, ‘ପରିଣୀତି ଶେଷରେ ତାଙ୍କ ଜୀବନରେ ଆଗକୁ ବଢ଼ିଛନ୍ତି, ବିବାହ କରିବାକୁ ଚିନ୍ତା କରିଛନ୍ତି। ଏଥିପାଇଁ ମୁଁ ବହୁତ ଖୁସି। ମୁଁ ତାଙ୍କୁ ଶୁଭକାମନା ଜଣାଉଛି।  ଏନେଇ ମୁଁ ପରିଣୀତିଙ୍କୁ ଫୋନ କରି ବି ଶୁଭେଚ୍ଛା ଜଣାଇଛି।’

ଗତ ମଙ୍ଗଳବାର ଆପ୍ ସାଂସଦ ସଞ୍ଜୀବ ଆରୋରା ମଧ୍ୟ ଟ୍ବିଟ କରି ପରିଣୀତି ଓ ରାଘବଙ୍କ ସମ୍ପର୍କକୁ  ଶୁଭେଚ୍ଛା ଜଣାଇଥିଲେ। ଏହାପର ଠାରୁ ପରିଣୀତି ଓ ରାଘବଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିବା ସହିତ ସମସ୍ତେ ଦୁହିଁଙ୍କୁ ଏନେଇ ମୁହଁ ଖୋଲିବାକୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe