ଏହି କାରଣ ପାଇଁ ଭାରତୀୟ ଡ୍ୟାନ୍ସ ଗ୍ରୁପ ଉପରକୁ ଜୋତା ଫିଙ୍ଗିଲେ ହଲିଉଡ୍‌ ଅଭିନେତ୍ରୀ ଜେନିଫର ଲୋପେଜ, ଜୋତାର ଦାମ୍‌ ଥିଲା ୫କୋଟି

Advertisment
ଏହି କାରଣ ପାଇଁ ଭାରତୀୟ ଡ୍ୟାନ୍ସ ଗ୍ରୁପ ଉପରକୁ ଜୋତା ଫିଙ୍ଗିଲେ ହଲିଉଡ୍‌ ଅଭିନେତ୍ରୀ ଜେନିଫର ଲୋପେଜ, ଜୋତାର ଦାମ୍‌ ଥିଲା ୫କୋଟି

aajtak.intoday.in

ନୂଆଦିଲ୍ଲୀ : ଶନିବାର କପିଲ ଶର୍ମାଙ୍କ ସୋ’ରେ ପହଞ୍ଚିଥିଲେ ଡ୍ୟାନ୍ସ ଗ୍ରୁପ୍‌ ଦ କିଙ୍ଗ୍‌ସ ୟୁନାଇଟେଡ୍‌ । ଏହି ଗ୍ରୁପ୍‌ ଆମେରିକାର ସବୁଠାରୁ ବଡ଼ ରିୟାଲିଟି ସୋ’ ଓ୍ଵାଲର୍ଡ ଅଫ୍‌ ଡ୍ୟାନ୍ସରେ ବିଜୟ ହାସଲ କରି ଭାରତକୁ ସମ୍ମାନ ଆଣି ଦେଇଥିଲେ । ତେବେ କପିଲ ଶର୍ମାଙ୍କ ସୋ’ରେ ଯୋଗ ଦେଇ ସେ ନିଜର ଅଭିଜ୍ଞତା ବିଷୟରେ ଜଣାଇଥିଲେ । ଏହି ସମୟରେ ଭାଇରାଲ ହୋଇଥିବା ଭିଡିଓ ବିଷୟରେ ପଚାରିଥିଲେ କପିଲ । ଭିଡିଓରେ ଓ୍ଵାଲର୍ଡ ଅଫ୍‌ ଡ୍ୟାନ୍ସ ଜଜ୍‌ ତଥା ହଲିଉଡ୍‌ ଅଭିନେତ୍ରୀ ଜେନିଫର ଲୋପେଜ ଦ କିଙ୍ଗ୍‌ସ ୟୁନାଇଟେଡ୍‌ ଉପରକୁ ଜୋତା ଫିଙ୍ଗୁଥିବା ଦେଖା ଯାଇଥିଲା । ଏ ବିଷୟରେ ପଚରାଯିବା ପରେ ଜୋତା ଫିଙ୍ଗିବା ଘଟଣା ସଂପୂର୍ଣ୍ଣ ସତ ବୋଲି ଦ କିଙ୍ଗ୍‌ସ ୟୁନାଇଟେଡ୍‌ ଗ୍ରୁପ୍‌ ତରଫରୁ କୁହାଯାଇଥିଲା । କିନ୍ତୁ ଅସମ୍ମାନ କରିବା ପାଇଁ ନୁହେଁ ବରଂ ସମ୍ମାନରେ ଜେନିଫର ଏଭଳି କରିଥିବା କହିଥିଲେ ଦ କିଙ୍ଗ୍‌ସ ୟୁନାଇଟେଡ୍‌ ।

publive-image aajtak.intoday.in

ତାଙ୍କ ଅନୁଯାୟୀ, ଓ୍ଵାଲର୍ଡ ଅଫ୍‌ ଡ୍ୟାନ୍ସରେ ଯେଉଁମାନେ ଚମତ୍କାର ପ୍ରଦର୍ଶନ କରନ୍ତି, ସେମାନଙ୍କୁ ଜଜ୍‌ ନିଜ ନିଜର ଜୋତା କାଢ଼ି ଫିଙ୍ଗିଥାନ୍ତି । ଆମର ପ୍ରଦର୍ଶନ ତାଙ୍କୁ ଚମତ୍କାର ଲାଗିବା ପରେ ଜେନିଫର ଆମ ଉପରକୁ ତାଙ୍କର ୫କୋଟିର ଜୋତା ଫିଙ୍ଗିଥିଲେ ବୋଲି ଗ୍ରୁପ ତରଫରୁ କୁହାଯାଇଥିଲା । ଜୋତାର ଦାମ୍‌ ଶୁଣି କପିଲଙ୍କ ହୋସ ଉଡ଼ି ଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe