ଅରମାନ କୋହଲିଙ୍କ ଭୁଲ ପାଇଁ ଶାହରୁଖ ହେଲେ ଷ୍ଟାର୍

Advertisment
ଅରମାନ କୋହଲିଙ୍କ ଭୁଲ ପାଇଁ ଶାହରୁଖ ହେଲେ ଷ୍ଟାର୍

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ସିନେମା ‘ପଠାନ’ର ଚର୍ଚ୍ଚା ଏବେ ଚାରିଆଡେ। ମାର୍ଚ୍ଚ ୨୨ରେ ଏହି ସିନେମାକୁ ଆମାଜନ ପ୍ରାଇମ ଭିଡିଓରେ ପ୍ରସାରଣ କରାଯାଇଥିଲା।

ଶାହରୁଖଙ୍କୁ ବଲିଉଡର କିଙ୍ଗ ଖାନ ବୋଲି କୁହାଯାଉଛି। ତେବେ ଶାହରୁଖଙ୍କ ଜୀବନରେ ବି ଏମିତି ଏକ ସମୟ ଆସିଛି, ଯେଉଁ ସମୟରେ ତାଙ୍କୁ କାମ ମିଳୁ ନଥିଲା। ଏହି କାରଣରୁ ସେ ଅନେକ ଅସୁବିଧାର ସମ୍ମୁଖୀନ ବି ହୋଇଛନ୍ତି। ସେହି ସମୟରେ ଷ୍ଟାରମାନେ ଏଡାଇ ଦେଉଥିବା ଚରିତ୍ରକୁ ଶାହରୁଖ ଗ୍ରହଣ କରି ନେଉଥିଲେ। ଏହି କ୍ରମରେ ଅରମାନ କୋହଲି ରିଜେକ୍ଟ କରି ଦେଇଥିବା ଏକ କାମକୁ ଶାହରୁଖ ଆପଣାଇ ନେଇଥିଲେ, ଯାହାକି ତାଙ୍କ ଭାଗ୍ୟ ଖୋଲି ଦେଇଥିଲା।

ଶାହରୁଖଙ୍କୁ ବଲିଉଡର ‘କିଙ୍ଗ’ କରିବାରେ ସିନେମା ‘ଜାନି ଦୁସମନ’ ପାଇଁ ଜଣାଶୁଣା ଅରମାନ କୋହଲିଙ୍କ ଭୂମିକା ରହିଛି। ଏହି କଥାକୁ ଶାହାରୁଖ ନିଜେ ବି ସ୍ବୀକାର କରିଛନ୍ତି। ଅରମାନ ନିଜେ ଜଣେ ବଡ଼ ଷ୍ଟାର ହୋଇ ପାରିଲେ ନାହିଁ। କିନ୍ତୁ ଶାହରୁଖଙ୍କ ପ‌ାଇଁ ବାଟ ଖୋଲି ଦେଇଥିଲେ।

ଅରମାନ କୋହଲିଙ୍କୁ  କିଙ୍ଗ ଖାନ ଧନ୍ୟବାଦ ଦେଇ କହିଥିଲେ, ‘ଆପଣଙ୍କ ପାଇଁ ମୁଁ ଆଜି ଷ୍ଟାର ହୋଇ ପାରିଛି, ଲୋକେ ମୋତେ କିଙ୍ଗ ଖାନ ବୋଲି ଜାଣୁଛନ୍ତି।’

ଶାହରୁଖ କହିଛନ୍ତି, ‘ଅରମାନ କୋହଲି ‘ଦିୱାନା’ରେ କାମ କରିବାପାଇଁ ମନା କରିବା ପରେ ମତେ କାଷ୍ଟ କରାଯାଇଥିଲା। ଅରମାନ ସିନେମାର ସିଡ୍ୟୁଲ ବି ସୁଟ କରି ଦେଇଥିଲେ। କିନ୍ତୁ ଶେଷ ସମୟରେ ସେ ଏହି ସିନେମା କରିବେ ନାହିଁ ବୋଲି ମନା କରି ଦେଇଥିଲେ। ତାଙ୍କ ସ୍ଥାନରେ ମୋତେ କାଷ୍ଟ କରାଯାଇଥିଲା। ଏହି ସିନେମା ପାଇଁ ମୁଁ ଷ୍ଟାର ହୋଇଯାଇଥିଲି। ତେଣୁ ମୁଁ ଷ୍ଟାର ହେବା ପଛରେ ଅରମାନଙ୍କ ହାତ ଅଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe