ଶାହାରୁଖଙ୍କର ଏପରି ଏକ ଖରାପ ବେଳାରେ ପାଖରେ ପହଞ୍ଚିଥିଲେ ସଞ୍ଜୁବାବା; ଶାହାରୁଖ କହିଲେ ବନ୍ଧୁ ନୁହେଁ, ସେ ମୋ ବଡ଼ଭାଇ

Advertisment
ଶାହାରୁଖଙ୍କର ଏପରି ଏକ ଖରାପ ବେଳାରେ ପାଖରେ ପହଞ୍ଚିଥିଲେ ସଞ୍ଜୁବାବା; ଶାହାରୁଖ କହିଲେ ବନ୍ଧୁ ନୁହେଁ, ସେ ମୋ ବଡ଼ଭାଇ

ମୁମ୍ବାଇ: ଚାରିଆଡ଼େ ଏବେ ଗୋଟାଏ ଚର୍ଚ୍ଚା ‘ସଞ୍ଜୁବାବା’। ସଞ୍ଜୟ ଦତ୍ତଙ୍କ ବାୟୋପିକ୍‌ ରିଲିଜ୍‌ ହେବା ପରେ ଦତ୍ତଙ୍କର ପ୍ରଶଂସକଙ୍କ ସଂଖ୍ୟା ଢେର୍‌ ବଢ଼ି ଯାଇଛି। ଦର୍ଶକମାନେ ଏପରି କଥା ହେଉଛନ୍ତି ଯେ ଯେଉଁଭଳି ଭାବେ ସଞ୍ଜୟ ଦତ୍ତଙ୍କ ଜୀବନ ସଂପର୍କରେ ତାଙ୍କ ବାୟୋପିକ୍‌ରେ ନିଚ୍ଛକ ସତ କଥା ସବୁ ପ୍ରଦର୍ଶିତ ହୋଇଛି, ପୂର୍ବରୁ କାହା ଜୀବନୀ ଆଧାରିତ ଚଳଚ୍ଚିତ୍ରରେ ସେପରି ଦେଖିବାକୁ ମିଳିନଥିଲା। ସଞ୍ଜୟଙ୍କ ଜୀବନର ସମସ୍ତ କଳା ଅଧ୍ୟାୟ ସହିତ ଅଭିନେତା ରଣବୀର କପୁରଙ୍କ ଚିତାକର୍ଷକ ଅଭିନୟ ଦର୍ଶକଙ୍କୁ ପାଗଳ ସଜାଇଛି।

ତେବେ ସଞ୍ଜୟ ଦତ୍ତ ଯେ ନିଜ ଜୀବନ ସଂପର୍କରେ ସବୁ ସତ କଥା ଲେଖକୁ କହିଛନ୍ତି କେବଳ ତାହା ନୁହେଁ, ସେ ଜଣେ ହୃଦୟବାନ୍‌ ବ୍ୟକ୍ତି ବୋଲି ମଧ୍ୟ ଏକଥା ସଭିଙ୍କୁ ଜଣା। ଯଦିଓ ମୁମ୍ବାଇ ସିରିଏଲ୍‌ ବିସ୍ଫୋରଣ, ଡ୍ରଗ୍ସ କାରବାର ଆଦିରେ ସଞ୍ଜୁବାବାଙ୍କ ନାମ ଯୋଡ଼ି ହୋଇଥିଲା ତଥାପି ସଂପର୍କୀୟ ଓ ବନ୍ଧୁମାନଙ୍କ ପାଇଁ ସେ ଯେ ସବୁବେଳେ ତତ୍ପର ତାହା ଅନେକ ସୟମରେ ପ୍ରମାଣିତ ହୋଇଛି।

publive-image

ନିକଟରେ କିଙ୍ଗ୍‌ଖାନ୍‌ ଶାହାରୁଖଙ୍କର ଏକ ଭିଡିଓ ଖୁବ୍‌ ସୋସିଆଲ୍‌ ମିଡିଆରେ ଖୁବ୍‌ ଜୋରେ ଘୂରି ବୁଲୁଛି। ଭିଡିଓଟିରେ ଶାହାରୁଖ ସଞ୍ଜୁବାବାଙ୍କ ପ୍ରଶଂସା କରୁଥିବାର ଦେଖିବାକୁ ମିଳିଛି। ସେ କହିଛନ୍ତି କି ଗୋଟାଏ ସମୟରେ ମୋର ଜଣଙ୍କ ସହ ଝଗଡ଼ା ହୋଇଥିଲା। ସେ ସମୟରେ କେହି ମୋ ସାଥ୍‌ ଦେଇନଥିଲେ। ମୁଁ ଏକଦମ ଏକା ହୋଇଯାଇଥିଲି। ମୋ ବାପାମାଆଙ୍କୁ ମନେ ପକାଉଥିଲି। ସେ ସମୟରେ କେହି ନ ଆସିଥିଲେ ବି ଜିପ୍‌ ଧରି ମୋ ଘରେ ପହଞ୍ଚିଥିଲେ ସଞ୍ଜୟ ଦତ୍ତ। ସେ କେବଳ ମୋ ବନ୍ଧୁ ନୁହଁନ୍ତି ମୋ ବଡ଼ ଭାଇ ବୋଲି ଶାହାରୁଖ କହୁଥିବାର ଶୁଣିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe