’କେବେ ବାହା ହେବେ’ ବୋଲି ପଚରାଯାଇଥିବା ପ୍ରଶ୍ନର ମଜାଳିଆ ଉତ୍ତର ଦେଲେ ସୋନାକ୍ଷୀ

ଭାଇଙ୍କ ନିର୍ଦେଶନାରେ ଅଭିନୟ କଲେ ସୋନାକ୍ଷୀ

ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ସାମାଜିକ ଗଣମାଧ୍ୟମ ଇନ୍‌ଷ୍ଟ୍ରାଗ୍ରାମ୍‌ରେ ନିଜ ପ୍ରଶଂସକମାନଙ୍କ ସହ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। କୋଭିଡ୍ ପରିସ୍ଥିତିରୁ ଆରମ୍ଭ କରି ତାଙ୍କର ନାକଫୁଲ ପିନ୍ଧିବା ଅଭ୍ୟାସ ଓ ସପ୍ତାହାନ୍ତ ଯୋଜନା ନେଇ ପ୍ରଶଂସକମାନେ ବହୁବିଧ ପ୍ରଶ୍ନ ପଚାରିଥିଲେ ଏବଂ ସୋନାକ୍ଷୀ ସେଗୁଡ଼ିକର ଉତ୍ତର ମଧ୍ୟ ଦେଇଥିଲେ। ଏ ଭିତରେ ଜଣେ ପ୍ରଶଂସକ ତାଙ୍କ ବିବାହ ଯୋଜନା ଜାଣିବା ପାଇଁ ପଚାରିଥିଲେ, ‘ମ୍ୟାଡମ୍, ସମସ୍ତେ ବିବାହ କରୁଛନ୍ତି, ଆପଣ କେବେ ବାହା ହେବେ?’ ସେ ଉତ୍ତରରେ ଲେଖିଲେ: ‘ସଭିଏଁ କୋଭିଡ୍ ଭୂତାଣୁରେ ସଂକ୍ରମିତ ହେଉଛନ୍ତି, ତା’ ବୋଲି କ’ଣ ମୁଁ ବି ସଂକ୍ରମିତ ହେବି?’

publive-image Times of India

ସୋନାକ୍ଷୀ ଏହି ମଜାଳିଆ ଉତ୍ତର ଦେଇ ପ୍ରଶ୍ନଟିକୁ ଟାଳିଦେଲେ ସତ କିନ୍ତୁ ଅଭିନେତା ଜାହିର ଇକବାଲଙ୍କ ସହିତ ସେ ଡେଟିଂ କରୁଥିବା ନେଇ ବିଭିନ୍ନ ଖବର ଶୁଣିବାକୁ ମିଳୁଛି। ନିକଟରେ ସେମାନଙ୍କ ପ୍ରେମ ସମ୍ପର୍କ ବିଷୟରେ ପଚରାଯିବାରୁ ସୋନାକ୍ଷୀ କହିଥିଲେ ଯେ ସେ ତାଙ୍କର ଘନିଷ୍ଠ ବନ୍ଧୁ।

ସେହିପରି ଜାହିର ମଧ୍ୟ ସୋନାକ୍ଷୀଙ୍କୁ ଦୀର୍ଘ ବର୍ଷର ଭଲ ବନ୍ଧୁ ବୋଲି ପ୍ରକାଶ କରିଛନ୍ତି। ତେବେ ଅତ୍ୟନ୍ତ ଗୋପନୀୟତା ମଧ୍ୟରେ କ୍ୟାଟ୍ରିନା-ଭିକ୍କିଙ୍କ ବିବାହ ପରେ ଲୋକେ ଚର୍ଚ୍ଚା କରୁଛନ୍ତି ଯେ ସୋନାକ୍ଷୀ ମଧ୍ୟ ଅନୁରୂପ ଯୋଜନା କରି ନ ଥିବେ ସେକଥା କିଏ କହିବ? ସେ ଯାହା ହେଉ, ଏତିକି ନିଶ୍ଚିତ ଯେ ଆଗକୁ ସିନେପରଦାରେ ମୁକ୍ତିଲାଭ କରିବାକୁ ଥିବା ‘ଡବଲ୍ ଏକ୍‌ସଏଲ୍‌’ ଚଳଚ୍ଚିତ୍ରରେ ସୋନାକ୍ଷୀ ଓ ଜାହିର ଏକାଠି ଦେଖିବାକୁ ମିଳିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe