କେଉଁ ନିର୍ଦ୍ଦେଶକଙ୍କ ପ୍ରିୟ ନାୟିକା ଏଲିନା

Advertisment

ଓଲିଉଡ୍‌ର ଲୋକପ୍ରିୟ ନାୟିକା ଏଲିନା ନିକଟରେ ବିବାହବନ୍ଧନରେ ଆବଦ୍ଧ ହୋଇଛନ୍ତି। ନାୟିକା ଭାବେ ସେ ପ୍ରାୟ ୯ ବର୍ଷ ଧରି ସକ୍ରିୟ ରହିବା ସହ ପ୍ରାୟ ୨୦ଟି ଛବିରେ ଅଭିନୟ କରିଛନ୍ତି।

ଓଲିଉଡ୍‌ର ଲୋକପ୍ରିୟ ନାୟିକା ଏଲିନା ନିକଟରେ ବିବାହବନ୍ଧନରେ ଆବଦ୍ଧ ହୋଇଛନ୍ତି। ନାୟିକା ଭାବେ ସେ ପ୍ରାୟ ୯ ବର୍ଷ ଧରି ସକ୍ରିୟ ରହିବା ସହ ପ୍ରାୟ ୨୦ଟି ଛବିରେ ଅଭିନୟ କରିଛନ୍ତି।

gdgdgjgj

ଓଲିଉଡ୍‌ର ଲୋକପ୍ରିୟ ନାୟିକା ଏଲିନା ନିକଟରେ ବିବାହବନ୍ଧନରେ ଆବଦ୍ଧ ହୋଇଛନ୍ତି। ନାୟିକା ଭାବେ ସେ ପ୍ରାୟ ୯ ବର୍ଷ ଧରି ସକ୍ରିୟ ରହିବା ସହ ପ୍ରାୟ ୨୦ଟି ଛବିରେ ଅଭିନୟ କରିଛନ୍ତି। ଏହି ସମୟ ଭିତରେ ଏଲିନା ଜଣେ ନିର୍ଦ୍ଦେଶକଙ୍କ ସହ ସର୍ବାଧିକ ୫ଟି ଫିଲ୍ମ କରିଛନ୍ତି।

ଶିବଶଙ୍କର ଓଝା

‘କିଏ ହେବ ମୋ ହିରୋଇନ୍’ ରିଆଲିଟି ସୋ’ର ପ୍ରଥମ ବିଜୟିନୀ ହେବା ପରେ ତରଙ୍ଗ ସିନେ ପ୍ରଡକ୍‌ସନ୍‌ସ୍ ଦ୍ୱାରା ପ୍ରଯୋଜିତ ‘ଇସ୍କ ତୁ ହି ତୁ’ରୁ ଓଲିଉଡ୍‌ ଯାତ୍ରା ଆରମ୍ଭ କରିଥିଲେ ଏଲିନା ସାମନ୍ତରାୟ। ଏହାପରେ ସେ ‘କେହି ନୁହେଁ କାହାର’, ‘ଜଗା ହାତରେ ପଘା’, ‘ଅଭୟ’, ‘ଲଭ୍‌ଷ୍ଟେସନ୍‌’, ‘ମୁଁ ଖାଣ୍ଟି ଓଡ଼ିଆ ଝିଅ’, ‘ଝିଅଟା ବିଗିଡ଼ିଗଲା’, ‘ହାପି ଲକି’, ‘କାବୁଲା ବାରବୁଲା’, ‘ଫୋର୍‌ ଇଡିଅଟ୍‌ସ୍’, ‘ଟୋକାଟା ଫସିଗଲା’, ‘ଦିସ୍ ଇଜ୍ ସବୁ ମାୟାରେ ବାୟା’, ‘ଇସ୍କ୍ ପୁଣି ଥରେ’, ‘ମାଲ୍‌ ମହୁ ଜୀବନ ମାଟି’, ‘ଅରୁନ୍ଧତୀ’, ‘ଦୃଷ୍ଟିକୋଣ’, ‘ପ୍ରିୟେ ମୁଁ ତୁମର ସିଏ’, ‘କେମିତି ଏ ସଂପର୍କ’, ‘ମାଲ୍ୟଗିରି’, ‘ପାବାର୍’ ଆଦି ଓଡ଼ିଆ ସିନେମାରେ ନାୟିକା ଭାବେ ବଡ଼ ପରଦାରେ ନଜର ଆସିଛନ୍ତି। ହେଲେ ଆପଣ ଜାଣନ୍ତି କି ନିଜ ଅଭିନୟ କ୍ୟାରିୟର୍‌ରେ କେଉଁ ନିର୍ଦ୍ଦେଶକଙ୍କ ସହ ସବୁଠାରୁ ଅଧିକ ସିନେମା କରିଛନ୍ତି ଏଲିନା? 
ଏଲିନାଙ୍କ ପ୍ରଥମ ଛବି ‘ଇସ୍କ ତୁ ହି ତୁ’ର ନିର୍ଦ୍ଦେଶକ ଥିଲେ ତାପସ ସରଘରିଆ। କିନ୍ତୁ, ଏଲିନା ତାପସଙ୍କ ସହ ଏହାପରେ ଆଉ କାମ କରିନାହାନ୍ତି। ଏହାଛଡ଼ା ସେ ଜଣାଶୁଣା ନିର୍ଦ୍ଦେଶକ ଅବତାର ସିଂହ, ହିମାଂଶୁ ପରିଜା, ଅଶୋକ ପତି, ସୁଧାଂଶୁମୋହନ ସାହୁ, ସୁଶାନ୍ତ ମଣି, ବିନି ପଟ୍ଟନାୟକ, ବସନ୍ତ ସାହୁ, କେ. ମୁରଲୀକ୍ରୀଷ୍ଣା, ଜ୍ୟୋତି ଦାସ, ପୃଥ୍ବୀରାଜ ପଟ୍ଟନାୟକ ଓ ରମେଶ ରାଉତ ପ୍ରମୁଖଙ୍କ ସହ କାମ କରିଛନ୍ତି। ହେଲେ ଏମାନଙ୍କ ଭିତରୁ ରମେଶ ରାଉତଙ୍କ ଫିଲ୍ମରେ ସେ ସବୁଠାରୁ ଅଧିକ ଥର ନଜର ଆସିଛନ୍ତି। ‘କାବୁଲା ବାରବୁଲା’ ଜରିଆରେ ପ୍ରଥମେ ରମେଶ ଏଲିନାଙ୍କୁ ନିର୍ଦ୍ଦେଶନା ଦେଇଥିଲେ। ଏହାପରେ ଏଲିନା ରମେଶଙ୍କ ନିର୍ଦ୍ଦେଶିତ ‘ଟୋକାଟା ଫସିଗଲା’, ‘ମାଲ୍ ମହୁ ଜୀବନ ମାଟି’ ଓ ‘ଅରୁନ୍ଧତୀ’ରେ ନଜର ଆସିଛନ୍ତି। ଏଥିମଧ୍ୟରୁ ପ୍ରଥମ ଦୁଇଟିରେ ସେ ସବ୍ୟସାଚୀଙ୍କ ବିପକ୍ଷରେ ଅଭିନୟ କରିଥିବା ବେଳେ ‘ଅରୁନ୍ଧତୀ’ରେ ତାଙ୍କର ନାୟକ ଥିଲେ ରାଜବୀର। ଏହାଛଡ଼ା ରମେଶ ରାଉତଙ୍କର ଏକ ବଙ୍ଗଳା ଫିଲ୍ମ ‘ଭୋକାତା’ରେ ବି ନାୟିକା ଭାବେ ଅଭିନୟ କରିଛନ୍ତି ଏଲିନା। ଏଥିରେ ଓମ୍ ସାହନୀ ଥିଲେ ଏଲିନାଙ୍କ ନାୟକ। 

ଉଲ୍ଲେଖଯୋଗ୍ୟ, ରମେଶ ରାଉତ ‘ଚାନ୍ଦ ନା ତୁମେ ତାରା, ‘ଗଡ୍‌ଫାଦର୍’, ‘ଲଭ୍ ଏକ୍ସପ୍ରେସ୍’ ଓ ‘ଆପଣମାନେ ଖୁସି ତ’ ଭଳି ଓଡ଼ିଆ ସିନେମାର ନିର୍ଦ୍ଦେଶନା ବି ଦେଇଛନ୍ତି। ଏଲିନାଙ୍କୁ ନେଇ ସବୁଠାରୁ ଅଧିକ ସିନେମା ତିଆରି କରିଛନ୍ତି ରମେଶ। ସେ ଏ ସଂକ୍ରାନ୍ତରେ କହନ୍ତି, ‘‘ମୁଁ ସିନେମାର କାହାଣୀ ଓ ଚରିତ୍ରର ଆବଶ୍ୟକତାକୁ ନେଇ ନାୟିକା ଚୟନ କରିଥାଏ। ସେ ଦୃଷ୍ଟିରୁ ଏଲିନା ସବୁଠାରୁ ଅଧିକ ଉପଯୁକ୍ତ ମନେହେଉଥିବାରୁ  ତାଙ୍କୁ  ନେଇଛି। ତାଙ୍କ ସହ ମୋର କେମେଷ୍ଟ୍ରି ବି ଖୁବ୍ ଭଲ। ଆଗକୁ ବି ତାଙ୍କୁ ନେଇ ସିନେମା ତିଆରି କରିବାର ଇଚ୍ଛା ଅଛି।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe