ଜାଣନ୍ତୁ ସଞ୍ଜୟ ଦତ୍ତଙ୍କୁ କିଏ ‘ସଞ୍ଜୁ’ ବୋଲି ଡାକୁଥିଲେ; କାହା ସ୍ନେହ ପାଇଁ ଚଳଚ୍ଚିତ୍ରର ନାଁ ‘ସଞ୍ଜୁ’

Advertisment
ଜାଣନ୍ତୁ ସଞ୍ଜୟ ଦତ୍ତଙ୍କୁ କିଏ ‘ସଞ୍ଜୁ’ ବୋଲି ଡାକୁଥିଲେ; କାହା ସ୍ନେହ ପାଇଁ ଚଳଚ୍ଚିତ୍ରର ନାଁ ‘ସଞ୍ଜୁ’

ମୁମ୍ବାଇ: ଚଳିତମାସ ଜିଲିଜ୍‌ ହେବ ସଞ୍ଜୟ ଦତ୍ତଙ୍କ ବାୟୋପିକ୍‌ ‘ସଞ୍ଜୁ’। ଏବେ ଏହି ଚଳଚ୍ଚିତ୍ରକୁ ନେଇ ପ୍ରମୋସନ୍‌ ଜାରି ରହିଛି। ‘ସଞ୍ଜୁ’ ଚଳଚ୍ଚିତ୍ରର ନୂଆ ନୂଆ ପୋଷ୍ଟର୍‌ ଦେଖିବାକୁ ମିଳୁଛି। ନୂଆ ପୋଷ୍ଟର୍‌ରେ ଦେଖିବାକୁ ମିଳିଛନ୍ତି ସଞ୍ଜୟଙ୍କ ମାଆ ତଥା ପ୍ରସିଦ୍ଧ ଚଳଚ୍ଚିତ୍ର ନାୟିକା ନର୍ଗିସ। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଆଜି ନର୍ଗିସଙ୍କ ସ୍ୱାମୀ ତଥା ସୁନୀଲ ଦତ୍ତଙ୍କ ଜନ୍ମଦିନ।

‘ସଞ୍ଜୁ’ ଚଳିତମାସ ୨୯ରେ ରିଲିଜ୍‌ ହେବାକୁ ଯାଉଛି। ଏହି ଚଳଚ୍ଚିତ୍ର ଜରିଆରେ ଦର୍ଶକ ତାଙ୍କର ପ୍ରିୟ ଅଭିନେତା ସଞ୍ଜୟ ଦତ୍ତଙ୍କ ସଂପର୍କିତ କିଛି ବ୍ୟକ୍ତିଗତ କଥା ଜାଣିପାରିବେ। ଜାଣିରଖନ୍ତୁ ଯେ ସଞ୍ଜୟଙ୍କୁ ତାଙ୍କ ମାଆ, ମାନେ ନର୍ଗିସ ସଞ୍ଜୁ ବୋଲି ଡାକୁଥିଲେ।

publive-image

ଚଳଚ୍ଚିତ୍ରଟିରେ ସଞ୍ଜୁଙ୍କ ଭୂମିକାରେ ରଣବୀର କପୁରଙ୍କୁ ଦେଖିବାକୁ ମିଳିଥିବା ବେଳେ ସୁନୀଲ ଦତ୍ତଙ୍କ ଭୂମିକାରେ ଅବତ୍ତୀର୍ଣ୍ଣ ହୋଇଛନ୍ତି ପରେଶ ରାଉଳ, ସଞ୍ଜୟଙ୍କ ପ୍ରେମିକାଙ୍କ ଭୂମିକାରେ ସୋନମ କପୁର୍‌ ନଜର ଆସିବା ବେଳେ ମାଆ ନର୍ଗିସଙ୍କ ଭୂମିକାରେ ମନୀଷା କୋଇରାଲା ନଜର ଆସିଛନ୍ତି। ଏହା ବ୍ୟତୀତ ଅଭିନେତ୍ରୀ ଅନୁଷ୍କା ଶର୍ମା ବି ଏଥିରେ ଦେଖିବାକୁ ମିଳିବେ।

ରିଲିଜ୍‌ ହୋଇଥିବା ନୂଆ ପୋଷ୍ଟର୍‌ରେ ସଞ୍ଜୟ ଦତ୍ତଙ୍କର ଭିନ୍ନ ବୟସର ଚିତ୍ର ଦେଖିବାକୁ ମିଳିଛି। ଏଥିରେ ରଣବୀରଙ୍କୁ ଏପରି ଭାବେ ସଞ୍ଜୟଙ୍କ ଲୁକ୍‌ ଦିଆଯାଇଛି ଦର୍ଶକ ଦ୍ୱନ୍ଦ୍ୱରେ ପଡ଼ିଯିବେ ବାସ୍ତବରେ ସେ ରଣବୀର କି ସଞ୍ଜୟ ବୋଲି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe