କାହାକୁ ନିଜର ବିକଳ୍ପ ଭାବନ୍ତି ଅକ୍ଷୟ କୁମାର? ଏହି ହିରୋଙ୍କ ନାମ ନେଇ କହିଲେ, ମୋ ପରେ ଇଏ ହୋଇପାରିବେ ବଲିଉଡ୍‌ ଖିଲାଡି

Advertisment
କାହାକୁ ନିଜର ବିକଳ୍ପ ଭାବନ୍ତି ଅକ୍ଷୟ କୁମାର? ଏହି ହିରୋଙ୍କ ନାମ ନେଇ କହିଲେ, ମୋ ପରେ ଇଏ ହୋଇପାରିବେ ବଲିଉଡ୍‌ ଖିଲାଡି

ମୁମ୍ବାଇ: ଅଭିନେତା ଅକ୍ଷୟ କୁମାର ବଲିଉଡ୍‌ରେ ନିଜର ଏକ ଖାସ୍‌ ସ୍ଥାନ ବନାଇ ପାରିଛନ୍ତି ଏଥିରେ ସନ୍ଦେହ ନାହିଁ। ବଲିଉଡ୍‌ର ଏହି ଖିଲାଡି ବୟ ଦୀର୍ଘ ବର୍ଷ ଧରି ଏପରି ଭାବେ ଚଳଚ୍ଚିତ୍ର ଦୁନିଆରେ ରାଜ୍‌ କରିବା ଏକ ଚମତ୍କାର ନିଶ୍ଚୟ। ଆଗାମୀ ଅଗଷ୍ଟ ୧୫ ତାରିଖରେ ରିଲିଜ୍‌ ହେବାକୁ ଯାଉଛି ଅକ୍ଷୟ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଗୋଲ୍‌ଡ’। ଏହାର ପ୍ରମୋସନ ବି ଆରମ୍ଭ ହୋଇ ସାରିଲାଣି।

ଆପଣ ଜାଣିଥିବେ ନିଶ୍ଚୟ ଅକ୍ଷୟ କୁମାର ସୋସିଆଲ୍‌ ମିଡିଆରେ ଖୁବ୍‌ ସକ୍ରିୟ। ସେ ଟୁଇଟର୍‌ରେ ନିଜର ପ୍ରଶଂସକମାନଙ୍କ ସହ ଯୋଗାଯୋଗ କରିବା ପାଇଁ ଚାଟ୍‌ ସେକ୍ସନ ରଖିଥିଲେ। ସେଥିରେ ଜଣେ ଫ୍ୟାନ୍‌ଙ୍କର ଖୁବ୍‌ ମନଲାଖି ଜବାବ ଦେଇଛନ୍ତି ଅକ୍ଷୟ।

ପ୍ରଶଂସକଙ୍କ ପ୍ରଶ୍ନ ଥିଲା, ‘ଆପଣ କହିବେ କି ଏମିତି କିଏ ଯୁବ ଅଭିନେତା ଅଛନ୍ତି ଯିଏ ଆପଣଙ୍କ ପରି ଅଲରାଉଣ୍ଡର୍‌ ଅଭିନେତା ସାବ୍ୟସ୍ତ ହୋଇପାରିବେ?’

ପ୍ରଶଂସକଙ୍କର ଏପରି ପ୍ରଶ୍ନର ଉତ୍ତର ଦେଇ ଅକ୍ଷୟ କହିଛନ୍ତି, ‘ସେହି ଅଭିନେତା ଜଣକ ହେଉଛନ୍ତି ରଣବୀର ସିଂହ।’

publive-image

ଏହା ରଣବୀରଙ୍କ ପାଇଁ ଖୁବ୍‌ ବଡ଼ କମ୍ପ୍ଲିମେଣ୍ଟ୍‌। କାହିଁକି ନା, ରଣବୀର ହେଉଛନ୍ତି ଅକ୍ଷୟଙ୍କର ଖୁବ୍‌ ବଡ଼ ଫ୍ୟାନ୍‌। ଅଧିକାଂଶ ସମୟରେ ସେ ଅକ୍ଷୟଙ୍କ ଫଟୋ ସହ ନିଜ ଫଟୋ ଯୋଡ଼ି ସୋସିଆଲ୍‌ ମିଡିଆରେ ସେୟାର୍‌ କରିଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe