ଅଜଣା ଯୁବତୀଙ୍କ ସହ ନୂଆବର୍ଷ ପାଳନ କରି ଚର୍ଚ୍ଚାରେ ଆରୟନ୍ ଖାନ୍

ଏବେ ଜଣେ ଅଜଣା ଯୁବତୀଙ୍କ ସହ ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଆରୟନ ଅଜଣା ଯୁବତୀଙ୍କ ସହ ନୂଆବର୍ଷ ପାଳନ କରୁଥିବାର ନଜର ଆସିଛନ୍ତି।

taryank

ମୁମ୍ବାଇ: ଅନେକ ସମୟରେ ସେଲିବ୍ରିଟିମାନଙ୍କୁ ଏକାଠି ଦେଖିବା ପରେ ସେମାନଙ୍କ ସମ୍ପର୍କକୁ ନେଇ ପ୍ରାୟତଃ ଚର୍ଚ୍ଚା ହୁଏ । ଏବେ ଜଣେ ଅଜଣା ଯୁବତୀଙ୍କ ସହ ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଆରୟନ ଅଜଣା ଯୁବତୀଙ୍କ ସହ ନୂଆବର୍ଷ ପାଳନ କରୁଥିବାର ନଜର ଆସିଛନ୍ତି, ଯାହା ପରେ ଦୁହିଁଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଉଭୟଙ୍କୁ ଏକ ରେଷ୍ଟୁରାଣ୍ଟ ବାହାରେ ଦେଖାଯାଇଥିଲା, ଯାହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । 

୩୧ ଡିସେମ୍ବର ୨୦୨୪କୁ ବିଦାୟ ଦେଇ, ସମଗ୍ର ବିଶ୍ୱରେ ଲୋକମାନେ ୨୦୨୫କୁ ସ୍ୱାଗତ କରିଛନ୍ତି । ବଲିଉଡ୍ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ଷ୍ଟାର୍ କିଡମାନେ ମଧ୍ୟ ଭିନ୍ନ ଭିନ୍ନ ଢ଼ଙ୍ଗରେ ନୂଆବର୍ଷକୁ ସ୍ବାଗତ କରିଥିବା ଦେଖାଯାଇଥିଲା। ତେବେ ଶାହାରୁଖ ଖାନଙ୍କ ପୁଅ ଆରୟନ୍ ଖାନ୍ ତାଙ୍କ ତଥାକଥିତ ଗର୍ଲଫ୍ରେଣ୍ଡ ଲରିସା ବୋନସେଙ୍କ ସହ ୨୦୨୫କୁ ସ୍ୱାଗତ କରିଥିବା ଦେଖିବାକୁ ମିଳିଥିଲା । ଦୁହେଁ ମୁମ୍ବାଇର ଏକ ରେଷ୍ଟୁରାଣ୍ଟରେ ନବବର୍ଷ ପାଳନ କରୁଥିବାର ନଜର ଆସିଥିଲେ।   

ଉଲ୍ଲେଖଯୋଗ୍ୟ, ପୂର୍ବରୁ ଆରୟନଙ୍କ ନାମ ଅନେକ ଅଭିନେତ୍ରୀଙ୍କ ସହ ଯୋଡ଼ା ଯାଇ ସାରିଛି। କିନ୍ତୁ ଗତ ବର୍ଷଠାରୁ ଚର୍ଚ୍ଚା ହେଉଛି ଯେ, ଆରୟନ ବ୍ରାଜିଲର ଅଭିନେତ୍ରୀ ଲରିସା ବୋନସେଙ୍କୁ ଡେଟ୍‌ କରୁଛନ୍ତି । ଲରିସା ଜଣେ ମଡେଲ୍ ଏବଂ ଜଣେ ଭଲ ନୃତ୍ୟଶିଳ୍ପୀ । ସେ ଅକ୍ଷୟ କୁମାର ଏବଂ ଜନ୍ ଆବ୍ରାହମଙ୍କ ସହ କାମ କରିଛନ୍ତି । ଲରିସା 'ସୁବାହ ହୋନେ ନ ଦେ' ଗୀତରୁ ନିଜର ବଲିଉଡ କ୍ୟାରିୟର ଆରମ୍ଭ କରିଥିଲେ । ସେ ଅନେକ ମ୍ୟୁଜିକ୍ ଭିଡିଓରେ ମଧ୍ୟ କାମ କରିସାରିଛନ୍ତି । ତାଙ୍କୁ ଗୁରୁ ରନ୍ଧୱାଙ୍କ ମ୍ୟୁଜିକ୍ ଭିଡିଓ 'ସୁରମା-ସୁରମା' ମ୍ୟୁଜିକ୍ ଭିଡିଓରେ ଦେଖିବାକୁ ମିଳିଥିଲା । ଏହାବ୍ୟତୀତ ସେ ଷ୍ଟେବିନ ବେନ ଏବଂ ବିଶାଲ ମିଶ୍ରାଙ୍କ ସହ କାମ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe