ବିଗ୍ ବସ୍‌ରେ ନଜର ଆସିବେ ଭାଇରାଲ ଗର୍ଲ ମୋନାଲିସା !

New Project (1)

ନୂଆଦିଲ୍ଲୀ: ମହାକୁମ୍ଭ ମେଳାରେ ମାଳା ବିକ୍ରି କରିବାକୁ ଆସିଥିବା ମୋନାଲିସା ରାତାରାତି ସୋସିଆଲ ମିଡିଆ ଷ୍ଟାର ପାଲଟିଥିଲେ। ଏହି ସଫଳତା ପାଇଁ ଏବେ ସେ ବଲିଉଡରେ ମଧ୍ୟ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ଉତ୍କର୍ଷ ସିଂହଙ୍କ ସହିତ ତାଙ୍କର ଏକ ମ୍ୟୁଜିକ୍ ଭିଡିଓ ମଧ୍ୟ ରିଲିଜ୍ ହୋଇଛି। ଏବେ ମୋନାଲିସା ସଲମାନ ଖାନଙ୍କ ସବୁଠାରୁ ଲୋକପ୍ରିୟ ସୋ' ବିଗ୍ ବସ୍ ଘରେ ପ୍ରବେଶ କରିବାକୁ ଚାହୁଁଛନ୍ତି।

ଏକ ସାକ୍ଷାତକାରରେ ଯେତେବେଳେ ମୋନାଲିସାଙ୍କୁ ପଚରାଯାଇଥିଲା ଯେ, ସେ ବିଗ୍ ବସ୍ ଯିବାକୁ ଚାହାଁନ୍ତି କି? ଉତ୍ତରରେ ସେ କହିଥିଲେ, 'ହଁ, ନିଶ୍ଚିତ ଭାବରେ ମୁଁ ଯିବାକୁ ଚାହିଁକି।' ତେବେ ଇଚ୍ଛା ଜାହିର୍ କରିଥିଲେ ବି ମୋନାଲିସାଙ୍କୁ ଏହି ସୋ’ର ଅଫର ମିଳିବ କି ନାହିଁ ତାହା ଦେଖିବାକୁ ବାକି ରହିଲା। ମୋନାଲିସାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବ୍ୟବହାରକାରୀମାନେ ମୋନାଲିସାଙ୍କୁ ବିଗ୍ ବସ୍‌ରେ ଦେଖିବା ପାଇଁ ଉତ୍ସାହିତ ଥିବା ମତ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe