Photo Courtesy: Binged
ମୁମ୍ବାଇ: ବୋମନ୍ ଇରାନୀଙ୍କୁ ତ ଆପଣ ଜାଣିଥିବେ ନିଶ୍ଚୟ। ବଲିଉଡର ଏହି ଭେଟେରାନ୍ ଅଭିନେତାଙ୍କୁ ଯିଏ 'ମୁନ୍ନା ଭାଇ ଏମବିବିଏସ ', 'ଥ୍ରୀ ଇଡିଅଟ୍ସ ', 'ଲାଗେ ରହୋ ମୁନ୍ନା ଭାଇ', 'ଡନ- ଟୁ ' ଓ 'ରନୱେ ' ଭଳି ଫିଲ୍ମରେ ଦେଖିଥିବ ସେ ତାଙ୍କର ଫ୍ୟାନ୍ ବନି ଯାଇଥିବ। ତେବେ ବୋମନଙ୍କ ଭଳି ତାଙ୍କ ପୁଅ ଏବେ ଧୀରେ ଧୀରେ ହିନ୍ଦୀସିନେମାରେ ଲୋକପ୍ରିୟତା ସାଉଁଟୁଛନ୍ତି। ସେ କିଏ ଜାଣନ୍ତି?
ସେ ହେଉଛନ୍ତି କାୟୋଜ ଇରାନୀ। କାୟୋଜ 'ଷ୍ଟୁଡେଣ୍ଟ ଅଫ୍ ଦି ଇୟର', 'ଅଜିବ ଦସ୍ତାନ', 'ଦ ଲିଜେଣ୍ଡ ଅଫ ମାଇକେଲ୍ ମିଶ୍ର', 'ୟଙ୍ଗିସ୍ତାନ' ଭଳି ଅନେକ ବଡ଼ ଫିଲ୍ମରେ କାମ କରିଛନ୍ତି। କାୟୋଜ ଖୁବଶୀଘ୍ର ଚଳଚ୍ଚିତ୍ର ନିର୍ଦ୍ଦେଶକ ହେବାକୁ ଯାଉଛନ୍ତି । କେବଳ ଏତିକି ନୁହେଁ, କାୟୋଜ ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ସହ ଏକ ପ୍ରୋଜେକ୍ଟ ମଧ୍ୟ ସ୍ୱାକ୍ଷର କରିଛନ୍ତି। ଆଉ ଖାସ୍ କଥା ହେଲା ସେ ଦେଖିବାକୁ ଠିକ୍ ତାଙ୍କ ବାପାଙ୍କ କାର୍ବନ୍ କପି।
ସୋସିଆଲ ମିଡିଆରେ ବଲିଉଡ ଅଭିନେତା ବୋମନ୍ ଇରାନୀଙ୍କ ବଡ ପୁଅ କାୟୋଜ ଇରାନୀଙ୍କ ଫଟୋ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। କାୟୋଜଙ୍କ ଫଟୋ ଦେଖି ପ୍ରଶଂସକମାନେ ଆଶ୍ଚର୍ୟ୍ୟ ହୋଇଯାଇଛନ୍ତି ଏବଂ କହିଛନ୍ତି ପୁଅ ଠିକ ବାପାଙ୍କ ପରି।
Photo Courtesy: The Indian Expressବଲିଉଡର ଲୋକପ୍ରିୟ ଅଭିନେତା ବୋମନ୍ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ଯାହାକୁ ଦର୍ଶକ କେବେ ବି ଭୁଲିପାରିବେ ନାହିଁ । ସେ 'ମୁନ୍ନା ଭାଇ ଏମବିବିଏସ ', 'ଥ୍ରୀ ଇଡିଓଟ୍ସ ', 'ଲାଗେ ରହୋ ମୁନ୍ନା ଭାଇ', 'ଡନ- ଟୁ’, 'ରନୱେ ' ଭଳି ଅନେକ ବଡ଼ ବଡ଼ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି, କିନ୍ତୁ ଫିଲ୍ମ ଥ୍ରୀ ଇଡିଅଟ୍ସ ଫିଲ୍ମରେ ତାଙ୍କୁ ଦର୍ଶକ ବହୁତ ପସନ୍ଦ କରିଥିଲେ । ତାଙ୍କର ଭାଇରସ୍ ଚରିତ୍ର ଖୁବ ଭାଇରାଲ୍ ହୋଇଥିଲା ।
ବୋମନ୍ ଇରାନୀଙ୍କର ଦୁଇ ପୁଅ। ବୋମନଙ୍କ ବଡ ପୁଅ ହେଉଛନ୍ତି କାୟୋଜ। ତାଙ୍କ ବ୍ୟକ୍ତିତ୍ୱ ମଧ୍ୟ ପୂରାପୂରି ପିତା ବୋମନଙ୍କ ପରି । କାୟୋଜଙ୍କ ଇନଷ୍ଟାଗ୍ରାମରେ ତାଙ୍କର ଏବଂ ପିତା ବୋମନଙ୍କ ଅନେକ ଫଟୋ ରହିଛି ।
Follow Us