ସ୍ୱରାଜ ନା ଶ୍ରେୟାନ୍: ମାନବୀଙ୍କ ମନର ମଣିଷ କିଏ?

Advertisment
ସ୍ୱରାଜ ନା ଶ୍ରେୟାନ୍:  ମାନବୀଙ୍କ ମନର ମଣିଷ କିଏ?

ନୂଆ ସିନେମା ‘ଓଏ ଅଞ୍ଜଳି’ରେ ଅଭିନେତା ସ୍ୱରାଜ ଦ୍ବୈତ ଭୂମିକାରେ ଅବତୀର୍ଣ୍ଣ ହେଇଛନ୍ତି। ଚଳଚ୍ଚିତ୍ରର ଲେଖକ ଓ ନିର୍ଦ୍ଦେଶକ ରମାଶଙ୍କର ମଧ୍ୟ ସ୍ବରାଜଙ୍କ ଏଇ ଦ୍ବୈତ ଭୂମିକାକୁ ଉପଯୁକ୍ତ ଭାବେ ଉପସ୍ଥାପିତ କରିବାକୁ ଯାଇ ଯଥେଷ୍ଟ ପ୍ରୟାସ କରିଛନ୍ତି। ସ୍ୱରାଜ ଆଗରୁ କେବଳ ରୋମାଣ୍ଟିକ୍ ହିରୋ ଭାବେ ଯୁବଦର୍ଶକଙ୍କ ନଜରକୁ ଆସିଥିଲେ। ଏଥିରେ ଉତ୍ତର ଓଡ଼ିଶାର ଯୁବ କଳାକାର ସ୍ୱରାଜଙ୍କ ସହ ଦକ୍ଷିଣ ଓଡ଼ିଶାର ଉଦୀୟମାନ ଯୁବ କଳାକାର ଶ୍ରେୟାନଙ୍କୁ ମଧ୍ୟ ଯୋଡ଼ାଯାଇଛି। ପୂର୍ବରୁ ‘ସେଲଫିଶ୍ ଦିଲ୍’ ଓ ‘ଚୁମ୍‌କି ତୁ ତ ପାଣିରେ ବୁଡ଼ିବୁ ନାଇଁକି’ ଚଳଚ୍ଚିତ୍ରରେ ନାୟକ ଭାବେ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଶ୍ରେୟାନ୍ ‘ଓଏ ଅଞ୍ଜଳି’ରେ ମଧ୍ୟ ଦମ୍‌ଦାର ଚରିତ୍ରରେ ଉଭା ହେଇଛନ୍ତି। ତେବେ ଏଥିରେ ପ୍ରେମିକା ମାନବୀଙ୍କର ମନର ମଣିଷ କିଏ ତାହା ହେଉଛି ରହସ୍ୟମୟ।

ଚଳଚ୍ଚିତ୍ରରେ ଥିବା ସଂଳାପ ମଧ୍ୟ ଦର୍ଶକଙ୍କୁ ପ୍ରଭାବିତ କରିବ ବୋଲି ଆଶା କରାଯାଉଛି। ଏହା ଏକ ତ୍ରିକୋଣୀୟ ପ୍ରେମକାହାଣୀ। ଏଥିରେ ଥିବା ଗୀତଗୁଡ଼ିକ ମଧ୍ୟ ଭିନ୍ନ ସ୍ବାଦର ହୋଇଛି। ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତିି ପ୍ରେମ୍ ଆନନ୍ଦ। ଚଳଚ୍ଚିତ୍ରର ଅନେକାଂଶ ଦୃଶ୍ୟାୟନ ମସୋରିରେ ଥିବା ନ’ହଜାର ମିଟର ଉଚ୍ଚ ପାହାଡ଼ ଉପରେ କରାଯାଇଛି। ଉତ୍ତରାଖଣ୍ଡର ଆକର୍ଷଣୀୟ ଲୋକେସନ୍‌ରେ ସୁଟ୍ ହେଇଛି। ଆୟୂଶୀ ଫିଲ୍ମ ପ୍ରଡକ୍ସନ୍‌ର ଏଇ ନୂଆ ଚଳଚ୍ଚିତ୍ର ‘ଓଏ ଅଞ୍ଜଳି’ର ପ୍ରଯୋଜନା କରିଛନ୍ତି ସୁମନ ବର୍ମା ଏବଂ କାହାଣୀ ଲେଖିବା ସହ ନିର୍ଦ୍ଦେଶନା ଦେଇଛନ୍ତି ରମାଶଙ୍କର। ବିଭିନ୍ନ ସୋପାନର କାମ ସାରି ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବାକୁ ଏବେ ପ୍ରସ୍ତୁତ ହୋଇସାରିଛି। ଉଭୟ ହିନ୍ଦୀ ଓ ଓଡ଼ିଆ ଭାଷାରେ ନିର୍ମିତ ଏଇ ଚଳଚ୍ଚିତ୍ରରେ ସ୍ବରାଜ, ଶ୍ରେୟାନ୍‌ ଓ ମାନବୀ ପଟେଲଙ୍କ ସହିତ ଯୋଗେଶ ଜୋଜୋଙ୍କୁ ମଧ୍ୟ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe