ବଡ଼ ପୁଅ ନୁହେଁ, ‌ପରିବାରର ଏହି ସଦସ୍ୟଙ୍କ ସହିତ ଡାକ୍ତରଖାନା ଯାଇଥିଲେ ସୈଫ୍?

ଅଭିନେତା ସୈଫ ଅଲୀ ଖାନଙ୍କ ଉପରେ ଆକ୍ରମଣ ପରେ, ତାଙ୍କୁ ବଡ଼ ପୁଅ ଇବ୍ରାହିମ୍ ଅଲୀ ଖାନ ଡାକ୍ତରଖାନା ନେଇଥିଲେ ବୋଲି ଚର୍ଚ୍ଚା ହୋଇଥିଲା। ହେଲେ ଏବେ ଭିନ୍ନ ନାମ ସାମ୍ନାକୁ ଆସିଛି।

tsaifyuuu

ମୁମ୍ବାଇ: ଗୁରୁବାର ଭୋର ସମୟରେ ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ ହୋଇଥିଲା। ଅଭିନେତାଙ୍କୁ ତୁରନ୍ତ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ଖବର ଶୁଣିବା ପରେ, କେବଳ ଗୋଟିଏ ପ୍ରଶ୍ନ ଉଠୁଥିଲା ଯେ ଆକ୍ରମଣ ପରେ ସୈଫଙ୍କୁ କିଏ ଡାକ୍ତରଖାନାକୁ ନେଇଥିଲେ। ପ୍ରଥମେ ବଡ଼ ପୁଅ ଇବ୍ରାହିମ୍ ଅଲୀ ଖାନଙ୍କ ନାମ ସାମ୍ନାକୁ ଆସିଥିବା ବେଳେ ଏବେ ଆଉ ଏକ ନାମ ସାମ୍ନାକୁ ଆସିଛି।

ଶୁକ୍ରବାର ଅପରାହ୍ନରେ, ଲୀଳାବତୀ ହସ୍ପିଟାଲରେ ସୈଫ୍ ଅଲ୍ଲୀ ଖାନଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ଏକ ଦଳ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଗଣମାଧ୍ୟମ ସହ ଆଲୋଚନା ସମୟରେ, ଜଣେ ଡାକ୍ତର ଉଲ୍ଲେଖ କରିଥିଲେ ଯେ ସୈଫ୍ ତାଙ୍କ ୮ବର୍ଷର ପୁଅ ତୈମୁର ଅଲୀ ଖାନଙ୍କ ସହିତ ଏକ ଅଟୋ-ରିକ୍ସାରେ ହସ୍ପିଟାଲରେ ପହଞ୍ଚିଥିଲେ।

ସେ କହିଥି‌ଲେ ଯେ, "ମୁଁ ସୈଫଙ୍କ ପ୍ରାଥମିକ ଚିକିତ୍ସା କରିଥିଲି। ଡାକ୍ତରଖାନାକୁ ଆସିବା ବେଳେ ତାଙ୍କ ଶରୀର ରକ୍ତରେ ଭିଜି ଯାଇଥିଲା। ହେଲେ ବି ସେ ସିଂହ ଭାବ ଡାକ୍ତରଖାନାକୁ ଆସିଥିଲେ। ତାଙ୍କ ସହ ତାଙ୍କ ପୁଅ ତୈମୁର ଥିଲେ। ଆମେ ତୁରନ୍ତ ତାଙ୍କର ଚିକିତ୍ସା ଆରମ୍ଭ କଲୁ। ଏବେ ସେ ସୁସ୍ଥ ଏବଂ ବିପଦମୁକ୍ତ ଅଛନ୍ତି।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe