କାହିଁକି ଚିଲାଉଛ? କରଣଙ୍କ ହୋଷ୍ଟିଂ ଶୈଳୀକୁ ନେଇ ଏପରି କହିଥିଲେ ଜୟା ବଚ୍ଚନ

Advertisment
କାହିଁକି ଚିଲାଉଛ? କରଣଙ୍କ ହୋଷ୍ଟିଂ ଶୈଳୀକୁ ନେଇ ଏପରି କହିଥିଲେ ଜୟା ବଚ୍ଚନ

www.indiatoday.in

ମୁମ୍ବାଇ: ଜଣେ ଜଣାଶୁଣା ଟେଲିଭିଜନ୍‌ ହୋ‌ଷ୍ଟ୍‌ ହେଉଛନ୍ତି କରଣ ଜୋହର୍‌। ମାତ୍ର ଥରେ ତାଙ୍କର ‌ହୋଷ୍ଟିଂ ଶୈଳୀ ପାଇଁ ତାଙ୍କୁ ସମାଲୋଚନା କରିଥିଲେ ବରିଷ୍ଠ ବଲିଉଡ୍‌ ଅଭିନେତ୍ରୀ ଜୟା ବଚ୍ଚନ। ଏକଥା ଏକ ସାକ୍ଷାତ୍‌କାରରେ କରଣ ନିଜେ କହିଛନ୍ତି।

ସିନେ ନିର୍ମାତା କରଣ ତାଙ୍କର ହୋଷ୍ଟିଂ ଶୈଳୀ ପାଇଁ ଅନେକ ପୁରସ୍କାର ମଧ୍ୟ ଜିିିତିଛନ୍ତି। ଏପରିକି ସେ ନିଜର ଚାଟ୍‌ ସୋ ‘କଫି ଉଇଥ୍‌ କରଣ’ ‌ପାଇଁ ଘରେ ଘରେ ପରିଚତ। ମାତ୍ର ସେ ତାଙ୍କ ହୋଷ୍ଟିଂ ଶୈଳୀ ପାଇଁ ପାଇଥିବା ସବୁଠାରୁ ବଡ଼ ସମାଲୋଚନାକୁ ଆଜି ଯାଏ ମନେ ରଖିଛନ୍ତି।

View this post on Instagram

A post shared by Karan Johar (@karanjohar)

ପିଙ୍କ୍‌ଭିଲାଙ୍କୁ ନିଜର ସାକ୍ଷାତ୍‌କାର ଦେଇ କରଣ ଅତୀତର ଏକ ସ୍ମୃତିକୁ ମନେ ପକାଇଛନ୍ତି। ସେ କହିଛନ୍ତି କି ‘ମୁଁ ମଞ୍ଚ ଉପରେ ଖୁବ୍ ଜୋର୍‌ ଜୋର୍‌ରେ କଥା କହି ହୋଷ୍ଟିଂ କରୁଥିଲି। ସେ ସମୟରେ ମୋତେ ଜୟା ବଚ୍ଚନ ଆଣ୍ଟି କହିଥିଲେ କି କରଣ ତୁମ ପାଖରେ ମାଇକ୍‌ ଅଛି, ତୁମେ ଚିଲାଉଛ କାହିଁକି? କରଣ କହିଲେ କି ଟିକେ ‘ଏନ୍‌ର୍ଜେଟିକ୍‌’ ଶୁଭିବ ଭାବି ମୁଁ ଚିତ୍କାର କରି ହୋଷ୍ଟ୍‌ କରୁଥାଏ। ମାତ୍ର ଜୟା ବଚ୍ଚନଙ୍କ ସେହି କଥା ମୋତେ ଏଯାଏ ମନେ ଅଛି।’

ଏବେ କରଣ ଜୋହାର କଫି ଉଇଥ୍‌ କରଣର ସପ୍ତମତମ ସଂସ୍କରଣ ନେଇ ଆସୁଛନ୍ତି। ଆଜି ଡିଜ୍‌ନି ପ୍ଲସ୍‌ହଟ୍‌ଷ୍ଟାର୍‌ରେ ସଂଧ୍ୟା ୭ଟାରେ ସୋ’ର ପ୍ରିମିୟର୍‌ ହେବ। ପ୍ରଥମ ଯୋଡ଼ି ଭାବେ ରଣବୀର ସିଂହ ଓ ଆଲିଆ ଭଟ୍ଟ ଦେଖିବାକୁ ମିଳିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe