ଜୀନତଙ୍କୁ ପ୍ରପୋଜ୍‌ କାହିଁକି କରି ପାରି ନଥିଲେ ଏହି ଅଭିନେତା

Advertisment
ଜୀନତଙ୍କୁ ପ୍ରପୋଜ୍‌ କାହିଁକି କରି ପାରି ନଥିଲେ ଏହି ଅଭିନେତା

ମୁମ୍ବାଇ: ଦାଦା ସାହେବ ଫାଲକେ ପୁରସ୍କାର ବିଜେତା ଦେବଆନନ୍ଦ କେତେଜଣ ନାୟିକାଙ୍କୁ ବ୍ରେକ୍‌ ଦେଇଥିଲେ,ସେମାନଙ୍କ ଭିତରୁ ଜଣେ ହେଲେ ଜୀନତ ଅମାନ୍‌।

ଦେବ ଆନନ୍ଦ ତାଙ୍କ ସୁପରହିଟ୍‌ ଫିଲ୍ମ‘ହରେ ରାମା ହରେ କ୍ରିଷ୍ଣା’ରେ ଜୀନତ ଅମାନ୍‌ଙ୍କୁ ବ୍ରେକ୍‌ ପାଇଥିଲେ। ଜୀନତଙ୍କ ସେକ୍ସି ଅଦା ମଧ୍ୟ ଦେବ ଆନନ୍ଦଙ୍କୁ ମୋହିତ କରିଥିଲା। କୁହାଯାଏ ଯେ ଏହି ଫିଲ୍ମର ସୁଟିଂ ସମୟରେ ଦେବ ଆନନ୍ଦ ଅନୁଭବ କଲେ ଯେ,ସେ ଜୀନତଙ୍କ ପ୍ରେମରେ ପଡ଼ିଯାଇଛନ୍ତି। ଜୀନତ ଅମାନ୍‌ଙ୍କ ପ୍ରତିଟି କଥାରେ ପ୍ରଭାବିତ ହେଉଥିଲେ ଦେବ ଆନନ୍ଦ। ମିଡିଆରେ ଉଭୟଙ୍କର ଲିଙ୍କ୍‌ ଅପ୍‌ର ଖବର ମଧ୍ୟ ଚର୍ଚ୍ଚା ହେଲା।

ଦେବ ଆନନ୍ଦ ଥରେ ଜୀନତ ଅମାନ୍‌ଙ୍କୁ ପ୍ରପୋଜ୍‌ କରିବାର ନିଷ୍ପତ୍ତି ନେଇଥିଲେ। ଦେବ ସାହେବ୍‌ ଭାବିଲେ କି ହୋଟେଲ୍‌ ତାଜ୍‌ରେ ସେ ଜୀନତ ଅମାନ୍‌ଙ୍କୁ ନିଜର ମନ କଥା ଖୋଲିକରିି କହିଦେବେ । ହେଟେଲ୍‌ ତାଜ୍‌କୁ ଦେବ ଓ ଜୀନତ ନିୟମିତ ଭାବେ ଡିନର ପାଇଁ ଯାଇଥା’ନ୍ତି। ଜୀନତଙ୍କୁ ପ୍ରପୋଜ୍‌ କରିବା ଲାଗି ଦେବ ଆନନ୍ଦ ସେଠାରେ ଛୋଟ ପାର୍ଟି ରଖିଥିଲେ। ସେହି ପାର୍ଟିକୁ ସେ ନିଜର ଘନିଷ୍ଠ ବନ୍ଧୁ ଓ ଜୀନତ ଅମାନଙ୍କୁ ନିମନ୍ତ୍ରଣ କରିଥିଲେ।

ସେହି ପାର୍ଟିରେ ଦେବ ଆନନ୍ଦ ଦେଖିଲେ କି ଜୀନତ୍‌ ଅମାନଙ୍କୁ ସୋ ମ୍ୟାନ୍‌ ରାଜ କପୁର ନିଶାଶକ୍ତ ଅବସ୍ଥାରେ ନିଜ ବାହୁବନ୍ଧନରେ ରଖିଥିଲେ। ଜୀନତ ବି ରାଜ କପୁରଙ୍କର ସାଥ୍‌ ଦେଉଥିଲେ। ଏହି ଦୃଶ୍ୟ ଦେଖିବାପରେ ଦେବ ଆନନ୍ଦ ପାର୍ଟି ଛାଡି ଚାଲିଯାଇଥିଲେ ଓ ତା’ପରେ କେବେ ବି ଜୀନତ ଅମାନଙ୍କ କଥା ଭାବିଲେନି। ଏହି କାରଣୁ ଜୀନତଙ୍କୁ ପ୍ରପୋଜ୍‌ କରି ପାରି ନଥିଲେ ଦେବ ଆନନ୍ଦ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe