ଏହି କାରଣରୁ ଭାରତ ଛାଡ଼ି ଲଣ୍ଡନରେ ରହୁଛନ୍ତି ବିରୁଷ୍କା

Advertisment
wet

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା କିଛି ସମୟ ପୂର୍ବରୁ ପୁଅ ଅକାୟଙ୍କୁ ଜନ୍ମ ଦେଇଥିଲେ। ସେବେଠାରୁ ଅଭିନେତ୍ରୀ ତାଙ୍କ ସ୍ୱାମୀ ତଥା କ୍ରିକେଟର ବିରାଟ କୋହଲି ଏବଂ ଝିଅ ଭାମିକାଙ୍କ ସହ ଲଣ୍ଡନରେ ରହୁଛନ୍ତି। କିଛି ମାସ ହେବ ପୂରା ପରିବାର ଲଣ୍ଡନରେ ରହୁଥିବାରୁ ବିରୁଷ୍କା ଲଣ୍ଡନକୁ ସ୍ଥାନାନ୍ତର ହୋଇଯାଇଥିବା ନେଇ ଚର୍ଚ୍ଚା ହେଉଥିଲା। ହେଲେ ଏହାର କାରଣ ସାମ୍ନାକୁ ଆସିନଥିଲା। ଏବେ ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ୍‌ଙ୍କ ସ୍ବାମୀ ଡାକ୍ତର ଶ୍ରୀରାମ ନେନେ ଏହାର ଉତ୍ତର ରଖିଛନ୍ତି।

ନେନେଙ୍କ ଏକ ପୁରୁଣା ସାକ୍ଷାତକାର ଏବେ ଭାଇରାଲ ହେଉଛି ଯେଉଁଥିରେ ସେ କହୁଛନ୍ତି, "ମୁଁ ଅନୁଷ୍କାଙ୍କ ସହ କିଛି ଦିନ ତଳେ କଥା ହୋଇଥିଲି। ସେ ନିଜ ପରିବାର ସହ ଲଣ୍ଡନକୁ ସ୍ଥାନାନ୍ତର ହେବାକୁ ଚିନ୍ତା କରୁଥିବା ବିଷୟରେ କହିଥିଲେ। ଏହାର କାରଣ ଜଣାଇ ସେ କହିଥିଲେ, ଆମେ ଏଠାରେ ଆମ ଷ୍ଟାରଡମ୍‌କୁ ଉପଭୋଗ କରିପାରୁନୁ। ଯାହା ବି କିଛି କଲେ ତାହା ସାମ୍ନାକୁ ଆସିଯାଉଛି। ବ୍ୟକ୍ତିଗତ ସମୟ ବିତାଇବା ହେଉ କି ବାହାରକୁ ଖାଇବାକୁ ଯିବା ହେଉ, ଏସବୁ କରିବା ଭାରତରେ ଅସମ୍ଭବ ଭଳି ଲାଗଛି। ଘରେ ବନ୍ଦୀ ହୋଇ ରହିବା ଭଳି ଲାଗୁଛି। ଆମ ପିଲାଙ୍କୁ ଏହି ଗ୍ଲାମର ଦୁନିଆରୁ ବାହାରକୁ ନେଇ ସାଧାରଣ ଜୀବନ ଦେବା ପାଇଁ ଆମେ ଲଣ୍ଡନରେ ରହିବୁ ବୋଲି ଭାବୁଛୁ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe