କାହିଁକି ‘ମଣିକର୍ଣ୍ଣିକା’ ଛାଡ଼ିଥିଲେ ସୋନୁ

କାହିଁକି ‘ମଣିକର୍ଣ୍ଣିକା’ ଛାଡ଼ିଥିଲେ ସୋନୁ

India Today

ଲକ୍‌ଡାଉନ୍‌ରେ ଅଭିନେତ୍ରୀ କଙ୍ଗନା ରାଣାୱତ ଓ ସୋନୁ ସୁଦ୍‌ ଉଭୟ ଚର୍ଚ୍ଚାରେ ଅଛନ୍ତି। ସୋନୁ ନିଃସହାୟଙ୍କୁ ସାହାଯ୍ୟ କରି ଓ କଙ୍ଗନା ନିଜ ବିବାଦୀୟ ବୟାନ ପାଇଁ। କିନ୍ତୁ ଏହା ପୂର୍ବରୁ ବି ସୋନୁ ଓ କଙ୍ଗନା ସୋନୁ ସୁଦ୍‌ ଚଳଚ୍ଚିତ୍ର ‘ମଣିକର୍ଣ୍ଣିକା’କୁ ଛାଡ଼ିବା ପ୍ରସଙ୍ଗକୁ ନେଇ ଚର୍ଚ୍ଚାରେ ଥିଲେ। ସେତେବେଳେ ଚଳଚ୍ଚିତ୍ର ଛାଡ଼ିବା ନେଇ ସୋନୁ କୌଣସି ପ୍ରତିକ୍ରିୟା ରଖିନଥିଲେ। କିନ୍ତୁ କଙ୍ଗନା କହିଥିଲେ, ମଣିକର୍ଣ୍ଣିକାର ନିର୍ଦ୍ଦେଶନା ଦାୟିତ୍ବ ମୁଁ ତୁଲାଉଥିବାରୁ ସୋନୁ ଚଳଚ୍ଚିତ୍ର ଛାଡ଼ିଥିଲେ। ସେ ଜଣେ ମହିଳାଙ୍କ ଅଧୀନରେ କାମ କରିବାକୁ ଚାହାନ୍ତି ନାହିଁ ବୋଲି ଏହି ଚଳଚ୍ଚିତ୍ରକୁ ଛାଡ଼ିଥିଲେ ବୋଲି କଙ୍ଗନା କହିଥିଲେ। ଏତେ ଦିନ ଚୁପ୍‌ ରହିବା ପରେ ଏକ ସାକ୍ଷାତକାରରେ ଏ ନେଇ ବାରମ୍ବାର ପଚରାଯିବାରୁ ସୋନୁ ମୁହଁ ଖୋଲିଛନ୍ତି। ସୋନୁ କହିଛନ୍ତି, ମୁଁ କେବେ କାହା ବିଷୟରେ କିଛି ବି ମତ ଦିଏ ନାହିଁ। ଏହା ମତେ ପସନ୍ଦ ନୁହେଁ ଓ ଅପରପକ୍ଷ କାଳେ ଏହା ଦ୍ବାରା ଦୁଃଖୀ ହେବେ ଏଣୁ ମୁଁ ଚୁପ୍‌ ରୁହେ। ମଣିକର୍ଣ୍ଣିକା ଚଳଚ୍ଚିତ୍ରର ନିର୍ଦ୍ଦେଶନା ପ୍ରଥମେ ନିର୍ଦ୍ଦେଶକ କ୍ରିସ୍‌ ଦେଉଥିଲେ। ତାଙ୍କ ନିର୍ଦ୍ଦେଶନାରେ ୪ ମାସ ବହୁତ କଷ୍ଟ କରି ଚଳଚ୍ଚିତ୍ରର ଅନେକାଂଶ ସୁଟିଂ ସରିଥିଲା। କିନ୍ତୁ ପରେ ଚଳଚ୍ଚିତ୍ରରୁ ଉକ୍ତ ନିର୍ଦ୍ଦେଶକଙ୍କୁ ହଟାଇ ଦିଆଗଲା। କଙ୍ଗନା ନିର୍ଦ୍ଦେଶନା ଦାୟିତ୍ବ ନେଲେ। କଙ୍ଗନା ମୋର ଜଣେ ଭଲ ବନ୍ଧୁ ହୋଇଥିବାରୁ ମୁଁ ତାଙ୍କୁ କହିଥିଲି, କ୍ରିସ୍‌ ଚଳଚ୍ଚିତ୍ର ପାଇଁ ବହୁତ ପରିଶ୍ରମ କରିଛନ୍ତି। ଏଣୁ ତାଙ୍କୁ ଫେରାଇ ଆଣ। କିନ୍ତୁ କଙ୍ଗନା ରାଜି ହୋଇନଥିଲେ। ଅନ୍ୟପଟେ ମୁଁ ସୁଟିଂ କରିଥିବା ୮୦% ସିନ୍‌ କଙ୍ଗନା ଚଳଚ୍ଚିତ୍ରରୁ କାଟି ଦେଇଥିଲେ। ୪ ମାସ ଧରି ଏତେ କଷ୍ଟରେ ସୁଟିଂ କରିଥିବା ସିନ୍‌ କାଟିଦେବା ମତେ ଦୁଃଖିତ କରିଥିଲା। ଅନ୍ୟପଟେ କଙ୍ଗନା ସମସ୍ତ ଚଳଚ୍ଚିତ୍ରର କାହାଣୀ ଓ ନିର୍ଦ୍ଦେଶନାକୁ ବଦଳାଇଥିଲେ। ଯାହାକି ମୁଁ ଶୁଣି ଚଳଚ୍ଚିତ୍ର ସାଇନ୍‌ କରିଥିବା କାହାଣୀଠାରୁ ସମ୍ପୂର୍ଣ୍ଣ ଅଲଗା ଥିଲା। ଏଣୁ ମୁଁ ଚଳଚ୍ଚିତ୍ରରୁ ଓହରି ଯାଇଥିଲି। ଏହି ଚଳଚ୍ଚିତ୍ର ପାଇଁ ମୁଁ ଗୁଡ଼ାଏ ପ୍ରୋଜେକ୍ଟ ପାଇଁ ମନା କରିସାରିଥିଲି। ଅନ୍ୟପଟେ କଙ୍ଗନା କହିଥିଲେ ଯେ, ସୋନୁ ନାରୀଙ୍କ ଅଧୀନରେ କାମ କରିବାକୁ ଚାହାନ୍ତିନି। ଏହାର କୌଣସି ସତ୍ୟତା ନାହିଁ। ମୁଁ ଫର୍‌ହା ଖାନ୍‌ଙ୍କ ନିର୍ଦ୍ଦେଶନାରେ ବି ଅନେକ ଚଳଚ୍ଚିତ୍ର କରିସାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe