ଅନ୍ୟମାନଙ୍କ ଭଳି ମୁଁ ବି ବିବାହ କରିବାକୁ ଚାହେଁ, କିନ୍ତୁ...: କଙ୍ଗନା ରାଣାୱତ୍

Advertisment
ଅନ୍ୟମାନଙ୍କ ଭଳି ମୁଁ ବି ବିବାହ କରିବାକୁ ଚାହେଁ, କିନ୍ତୁ...: କଙ୍ଗନା ରାଣାୱତ୍

ମୁମ୍ବାଇ: ବଲିଉଡର କୁଇନ କଙ୍ଗନା ରାଣାୱତ୍ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଧାକଡ’ ପାଇଁ ଏବେ ଚର୍ଚ୍ଚାରେ ରହିଛନ୍ତି।  ଟ୍ରେଲରରେ କଙ୍ଗନାଙ୍କ ଆକ୍ସନ ଦୃଶ୍ୟ ଦେଖିବା ପରେ ଫିଲ୍ମକୁ ଦେଖିବା ପାଇଁ ଏବେ ଦର୍ଶକଙ୍କ ମନରେ ଉତ୍କଣ୍ଠା ବଢ଼ିଯାଇଛି। ସବୁବେଳେ ମହିଳାଧର୍ମୀ ଫିଲ୍ମ କରିବାକୁ ଚାହୁଁଥିବା କଙ୍ଗନାଙ୍କ ଏହି ଫିଲ୍ମ ଅନେକ ରେକର୍ଡ ଭାଙ୍ଗିବ ବୋଲି ଚର୍ଚ୍ଚା ହେଉଛି। ତେବେ ଅଭିନୟରେ ଅନେକଙ୍କୁ ପଛରେ ପକାଇ ଭାରତର କୁଇନ ସାଜିଥିବା କଙ୍ଗନା ଏ ପର୍ଯ୍ୟନ୍ତ କାହା ମନର କୁଇନ ହୋଇପାରିନାହାନ୍ତି। ବଲିଉଡରେ ଅନେକ ଆଗଧାଡ଼ିର କଳାକାରଙ୍କ ବିବାହ ସରିଥିଲେ ବି କଙ୍ଗନାଙ୍କ ବିବାହ ହୋଇପାରିନାହିଁ। ଏମିତିକି ନିକଟ ଅତୀତରେ କାହା ସହ ତାଙ୍କର ପ୍ରେମ ସମ୍ପର୍କ ଥିବା ନେଇ ମଧ୍ୟ ଚର୍ଚ୍ଚା ହୋଇନି।

publive-image

ତେବେ ଏହା ପଛର କାରଣ କ’ଣ ତାହା ଜଣାଇଛନ୍ତି କଙ୍ଗନା। ନିଜ ଫିଲ୍ମର ପ୍ରମୋସନ ସମୟରେ କଙ୍ଗନା କହିଛନ୍ତି ଯେ, ଲୋକଙ୍କ ମନ‌ରେ ମୋତେ ନେଇ ଭୁଲ ଧାରଣା ରହିଛି। ମୁଁ ଜାଣିଶୁଣି ଜୋର ଜବରଦସ୍ତ ଲୋକଙ୍କ ସହ ଝଗଡ଼ା କରେ ବୋଲି ଲୋକେ ଭାବନ୍ତି। ଗତ କିଛି ବର୍ଷ ମଧ୍ୟରେ ମୁଁ ଯେଉଁଭଳି ଭାବେ ଅନେକଙ୍କ ଅସଲ ମୁଖା ଖୋଲିଛି, ତାହା ମୋ ଭ‌ାବମୂର୍ତ୍ତିକୁ ବଦଳାଇଛି। ସେଥିପାଇଁ କେହି ମୋତେ ବିବାହ କରିବାକୁ ଚାହୁଁନାହାନ୍ତି।

କଙ୍ଗନା ରାଣାୱତଙ୍କ ଫିଲ୍ମ ‘ଧାକଡ’ ଆସନ୍ତା ୨୦ ରେ ରିଲିଜ ହେବାକୁ ଯାଉଛି। ଏହା ରଜନୀଶ ଘାଇଙ୍କ ନିର୍ଦ୍ଦେଶିତ ଏକ ଆକ୍ସନ୍ ଥ୍ରୀଲର ଫିଲ୍ମ। କଙ୍ଗନାଙ୍କ ବ୍ୟତୀତ ଅର୍ଜୁନ ରାମପାଲ ଏବଂ ଦିବ୍ୟା ଦତ୍ତା ମଧ୍ୟ ଏହି ଫିଲ୍ମରେ ନଜର ଆସିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe