ଓଲିଉଡ ନାୟିକା  ମନୋରମା କାହିଁକି ଏଭଳି ନାଆଁରେ ପରିଚିତ ହେଉଛନ୍ତି ?

Advertisment
ଓଲିଉଡ ନାୟିକା  ମନୋରମା କାହିଁକି ଏଭଳି ନାଆଁରେ ପରିଚିତ ହେଉଛନ୍ତି ?

ଭୁବନେଶ୍ୱର: ଏବେ ଓଲିଉଡରେ ଜଣେ ନୂଆ ନାୟିକାଙ୍କର ପ୍ରବେଶ ଘଟିଛି। ସେ ହେଲେ ଲଭ୍‌ଲି ଲିଲି। ତାଙ୍କର ପ୍ରକୃତ ନାଆଁ ହେଲା ମନୋରମା ନାୟକ। ଘରେ ତାଙ୍କୁ ଲିଲି ବୋଲି ଡ଼ାକନ୍ତି ସମସ୍ତେ। ପରଦାରେ ଭଲ ନାଆଁ ଟିଏ ରଖିବାକୁ ଇଛା ହେଲା ତାଙ୍କର ।ଏଣୁ ସେ ନିର୍ଦ୍ଦେଶକ ଏନ୍‌.ପାଢ଼ୀଙ୍କୁ ଫିଲ୍ମରେ ନିଜର ନାଆଁ ଲଭ୍‌ଲି ଲିଲି ରଖିବାକୁ ଅନୁରୋଧ କରିଥିଲେ। ସେ ବି ମୋ’ କଥା ରଖିଲେ। ବାସ୍‌ ତାପରେ ଏହି ନାମରେ ଏବେ ପରିଚିତ ହେଉଛନ୍ତି ଓଲିଉଡରେ।

ଲଭ୍‌ଲି ଲିଲି ନୂଆ ଓଡ଼ିଆ ସିନେମା ‘ପାଗଳ ମୁଁ ତୋ’ ପାଇଁ’ରେ ନାୟିକା ଭୂମିକାରେ ଖୁବ୍‌ ଶୀଘ୍ର ନଜର ଆସିବେ।ଏଥିରେ ତାଙ୍କ ଅଭିନୀତ ଚରିତ୍ରର ନାଆଁ ହେଉଛି ପାୟଲ୍‌। ସେ ଏକ ଚୁଲୁବୁଲି ଝିଅ,ଯିଏ କଲେଜ୍‌ରେ ପାଠ ପଢ଼େ। ପାୟଲ ହେଉଛି ଜଣେ ଡନ୍‌ର ସାନ ଭଉଣୀ। ଏଥିରେ ଡନ୍‌ ଭୂମିକାରେ ଅଛନ୍ତି ଅଭିନେତା ମନୋଜ ମିଶ୍ର । ଫିଲ୍ମରେ ନିଜ ଚରିତ୍ରଟି ଖୁବ୍‌ ଦମଦାର୍‌ ବୋଲି କହନ୍ତି ଲଭ୍‌ଲି ଲିଲି । ଏହି ସିନେମାରେ ଅଙ୍କିତ ଅଛନ୍ତି ନାୟକ ଭୂମିକାରେ। ସେ ଟେଲି ଜଗତର ଜଣେ ଜଣାଶୁଣା ଷ୍ଟାର। ଅଙ୍କି-ଲଭଲି ଲିଲିଙ୍କ ବ୍ୟତୀତ ଏହି ସିନେମାରେ ପରଲୋକଗତ ଅନୀତା ଦାସ ,ବିଜୁ ବଡ଼ଜେନା ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe