ଲକ୍‌ଡାଉନ୍‌ ସମୟରେ ବି କାହିଁକି ପ୍ରତିଦିନ ବାହାରକୁ ଯାଉଛନ୍ତି ସଲିମ୍‌ ଖାନ?

ଲକ୍‌ଡାଉନ୍‌ ସମୟରେ ବି କାହିଁକି ପ୍ରତିଦିନ ବାହାରକୁ ଯାଉଛନ୍ତି ସଲିମ୍‌ ଖାନ?

ndtv

ମୁମ୍ବାଇ: ଲକ୍‌ଡାଉନ୍‌ ସମୟରେ ଘରୁ ବାହାରୁଥିବା ସମସ୍ତ ଲୋକଙ୍କ ଉପରେ ଏବେ କଡ଼ା ନଜର। ବିନା କାରଣରେ ବାହାରକୁ ବାହାରୁଥିବା ଲୋକ ଚର୍ଚ୍ଚାକୁ ଆସିବା ଥୟ। ଏହି ସମୟରେ ଦୈନିକ ବାହାରକୁ ବାହାରି ଚର୍ଚ୍ଚା ପାଲଟିଛନ୍ତି ସୁପର୍‌ଷ୍ଟାର୍‌ ସଲ୍‌ମାନ ଖାନଙ୍କ ବାପା ସଲିମ୍‌ ଖାନ୍। ତେବେ, ଏପରି ଏକ ସମୟରେ ସେ ପ୍ରତିଦିନ କାହିଁକି ବାହାରକୁ ବାହାରୁଛନ୍ତି? ନିକଟରେ ଏକ ସାକ୍ଷାତ୍‌କାରରେ ଏ ନେଇ ଖୁଲାସା କରିଛନ୍ତି ସଲିମ୍‌।

ସେ କହିଛନ୍ତି କି ନିଜ ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ତାଙ୍କୁ ପ୍ରତିଦିନ ବାହାରକୁ ଯିବାକୁ ପଡ଼େ। ସେ ସବୁଦିନ ବାହାରୁ ଚାଲିବା ଅଭ୍ୟାସ କରିଛନ୍ତି। ଏପରି ଅଭ୍ୟାସ୍‌ ତାଙ୍କର ୪୦ ବର୍ଷର ପୁରୁଣା। ତାଙ୍କ ଡାକ୍ତରଙ୍କ କହିବାନୁଯାୟୀ, ଯଦି ସେ ଅଚାନକ ଏପରି ଚାଲିବା ବନ୍ଦ କରିଦିଅନ୍ତି ତେବେ ତାଙ୍କ ସ୍ବାସ୍ଥ୍ୟ ବିଗିଡ଼ି ଯାଇପାରେ। ୮୪ ବର୍ଷିଅ ସଲିମଙ୍କର ‘ଲୋୟର୍‌ ବ୍ୟାକ୍‌’ ସମସ୍ୟା ରହିଛି। ସେ ଚାଲିବା ବନ୍ଦ କରିଦେଲେ ତାଙ୍କ ସ୍ବାସ୍ଥ୍ୟକୁ ଏହା ଗୁରୁତର ଭାବେ ପ୍ରଭାବ ପକାଇପାରେ। ଏହି କାରଣରୁ ଲକ୍‌ଡାଉନ୍‌ ହୋଇଥିଲେ ବି ତାଙ୍କୁ ବାହାରକୁ ବାହାରକୁ ପଡ଼େ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ନିକଟରେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ନାମରେ ଏପରି ଅଭିଯୋଗ ଆସିଥିଲା। ସେ ଲକ୍‌ଡାଉନ‌ ସମୟରେ ଘରୁ ବାହାରକୁ ସୁଟିଂ ପାଇଁ ଯାଉଛନ୍ତି ବୋଲି ଅଭିଯୋଗ ହେବା ପରେ ତାହାକୁ ଅସ୍ବୀକାର କରି ଯୁକ୍ତି କରିଥିଲେ ତାଙ୍କ ବାପା ଶତ୍ରୁଘ୍ନ ସିହ୍ନା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe