www.indiatoday.in
ନୂଆଦିଲ୍ଳୀ: ଲୋକପ୍ରିୟ ସିନେ ତାରକା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କ ପ୍ରଶଂସକଙ୍କ ମନରେ ସେ ଏବେ ବି ରାଜ୍ କରୁଛନ୍ତି। ଇ-କମର୍ସ ସାଇଟ୍ ଫ୍ଲିପ୍କାର୍ଟ ଓ ଆମାଜନ୍ ସୁଶାନ୍ତ ସିଂହ ରାଜପୁତଙ୍କ ଫଟୋକୁ ବ୍ୟବହାର କରି ସେଥିରେ ‘ଡିପ୍ରେସନ୍ ଇଜ୍ ଲାଇକ୍ ଡ୍ରାଉନିଂ’ ବୋଲି ଲେଖି ବିକ୍ରି କରୁଥିବା ଟି-ସାର୍ଟକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପ୍ରଶଂସକ। ନଜର ମାର୍କେଟିଂ ପାଇଁ ଜଣେ ମୃତ ବ୍ୟକ୍ତିଙ୍କୁ ବ୍ୟବହାର କରୁଥିବାରୁ ଏହି ଦୁଇ ଇ-କମର୍ସ ସାଇଟ୍କୁ ନିନ୍ଦା କରିଛନ୍ତି ଅଭିନେତାଙ୍କ ପ୍ରଶଂସକ।
ଫ୍ଲିପ୍କାର୍ଟରେ ଏହି ଟି-ସାର୍ଟର ଦାମ ୧୭୯ ଥିବା ବେଳେ ଆମାଜନ୍ରେ ୨୯୯ ଟଙ୍କା ରହିଛି। ଆମାଜନ୍ରେ ଏହି ସାର୍ଟର ଡେସ୍କ୍ରିପ୍ସନ୍ରେ ଏସ୍ଏସ୍ଆର୍ ଟି-ସାର୍ଟ ବୋଲି ଲେଖାଯାଇଛି। ଏହାକୁ ନେଇ ସୁଶାନ୍ତଙ୍କ ପ୍ରଶଂସକମାନେ ଖୁବ୍ ନିନ୍ଦା କରିଛନ୍ତି।
ଜଣେ ଟ୍ବିଟର୍ ବ୍ୟବହାରକାରୀ ଲେଖିଛନ୍ତି, ‘ଦେଶ ଏବେ ବି ସୁଶାନ୍ତଙ୍କ ମୃତ୍ୟୁକୁ ଭୁଲିପାରିନି। ଆମେ ଏବେ ବି ସୁଶାନ୍ତଙ୍କୁ ନ୍ୟାୟ ମିଳୁ ବୋଲି ସ୍ବର ଉଠାଇ ଚାଲିଛୁ। ଏପରି ଛୋଟ କାମ କରିବା ପୂର୍ବରୁ ଫ୍ଲିପ୍କାର୍ଟକୁ ଲାଜ ଲାଗିବା କଥା। କମ୍ପାନି କ୍ଷମା ମାଗିବା ସହ ଏପରି କାମ ଆଉ ନକରିବାକୁ କଥା ଦେଉ।’
ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ପ୍ରଥମେ ଟି-ସାର୍ଟରେ ସୁଶାନ୍ତଙ୍କୁ ଦେଖି ମୋତେ ଖୁସି ଲାଗିଲା। ମାତ୍ର ପରେ ଯେତେବେଳେ ସେଥିଲେ ଲେଖା ଯାଇଥିବା ‘ଡିପ୍ରେସନ୍ ଇଜ୍ ଲାଇକ୍ ଡ୍ରାଉନିଂ’ ପଢ଼ିଲି ଖୁବ୍ ଖରାପ ଲାଗିଛି। ତଦନ୍ତ ଏବେ ବି ଚାଲିଛି। ଆପଣ କେମିତି ଜାଣିଲେ ସେ ବିଶାଦଗ୍ରସ୍ତ ଥିଲେ ବୋଲି?’
Follow Us