କାହିଁକି ନିଃସଙ୍ଗ ଜୀବନ ବିତାଇଲେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର ?

Advertisment
କାହିଁକି ନିଃସଙ୍ଗ ଜୀବନ ବିତାଇଲେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର ?

ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର ଆଜି ୮୮ ବର୍ଷରେ ପଦାର୍ପଣ କରିଛନ୍ତି। ମଧ୍ୟପ୍ରଦେଶର ଇନ୍ଦୋରର ଏକ ମରାଠୀ ପରିବାରରେ ଭାରତର ଏହି କୋକିଳକଣ୍ଠୀ, ୧୯୨୯ ସେପ୍ଟେମ୍ବର ୨୮ରେ ଜନ୍ମଗ୍ରହଣ କରିଥିଲେ । ସାରାବିଶ୍ୱରେ ସୁର ସାମ୍ରାଜ୍ଞୀ ଭାବେ ପରିଚିତା ଲତା ମଙ୍ଗେସକର ଭାରତ ରତ୍ନ, ପଦ୍ମ ବିଭୂଷଣ, ଦାଦା ସାହେବ ଫାଲକେ ଆୱାର୍ଡ, ମହାରାଷ୍ଟ୍ର ଭୂଷଣ ଆୱାର୍ଡ ଆଦି ବହୁ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।

ହେଲେ ସେ ଆଜି ଯାଏଁ କାହିଁକି ନିଃସଙ୍ଗ ରହିଛନ୍ତି ଏ ସଂପର୍କରେ କ’ଣ କହନ୍ତି ଆସନ୍ତୁ ଜାଣିବା। ଏହା ନିଜେ ଲତାଜୀ ମଧ୍ୟ କହିଛନ୍ତି।କୋକିଳକଣ୍ଠୀ ଲତା ମଙ୍ଗେସକର ପରିବାରରେ ସବୁଠୁ ବଡ଼ ହୋଇଥିବା ହେତୁ ଅତି ଛୋଟ ବୟସରୁ ସାନ ଭାଇଭଉଣୀମାନଙ୍କର ଯତ୍ନ ନେଇଥିଲେ। ଖୁବ୍‌ କମ୍‌ ବୟସରୁ ସଙ୍ଗୀତରେ କ୍ୟାରିଅର୍‌ ଆରମ୍ଭ କରିଥିବା ହେତୁ ତାଙ୍କ ପାଖରେ ସବୁ ବେଳେ ବେଶୀ କାମ ଥିଲା।

ଯୁବାବସ୍ଥାରେ ବାହାଘର କଥା ଅନେକ ଥର ତାଙ୍କ ମନକୁ ଆସିଛି ମାତ୍ର ସେ ଭାବନ୍ତି ଯେ ସାନ ଭାଇଭଉଣୀମାନେ ସୁପ୍ରତିଷ୍ଠିତ ହେବାପରେ ବାହ ହେବେ। ସେମାନଙ୍କୁ ବାହା ଦେବାପରେ ସେମାନଙ୍କର ସନ୍ତାନମାନଙ୍କର ଦାୟିତ୍ୱ ବି ନେଲେ ଲତାଜୀ। ଏଣୁ କାମ,କ୍ୟାରିଅର୍‌ ଏବଂ ଦାୟିତ୍ୱର ଚାପରେ ସେ ଅବିବାହତା ରହିଗଲେ ଏବଂ ନିଃସଙ୍ଗ ଜୀବନ ବିତାଇଲେ ବୋଲି କହନ୍ତି ଲତାଜୀ। ଏଥିପାଇଁ ତାଙ୍କ ମନରେ କ୍ଷୋଭ ବା ଅବସୋଶ ନାହିଁ ବୋଲି ବି ସ୍ୱୀକାର କରନ୍ତି ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe