ପତ୍ନୀପ୍ରେମୀ ବରୁନ୍

Advertisment
ପତ୍ନୀପ୍ରେମୀ ବରୁନ୍

କୋଭିଡ୍ ସଂକ୍ରମଣ ଓ ଲକ୍‌ଡାଉନ୍ ବିଶେଷ କରି କଳାକାର ଓ କ୍ରୀଡ଼ାବିତମାନଙ୍କୁ ନିଜ ପରିବାର ସହ ଯୋଡ଼ିବାରେ ସହାୟ ହେଲା। ଏହା ଭିତରେ ବଲିଉଡ୍ ଅଭିନେତା ବରୁନ୍ ଧାୱନ୍ ତାଙ୍କ ଦୀର୍ଘଦିନର ପ୍ରେମିକା ତଥା କ୍ଲାସମେଟ୍ ନତାଶା ଦଲାଲ୍‌ଙ୍କୁ ବିବାହ କଲେ। ବିବାହ ପରେ ଅବଶ୍ୟ ଏଇ ନବବିବାହିତ ଦମ୍ପତି ସୋସିଆଲ୍ ମିଡିଆରେ ସକ୍ରିୟ ନାହାନ୍ତି କି ସର୍ବସାଧାରଙ୍କ ନଜରକୁ ଆସିନାହାନ୍ତି। ନିକଟରେ ବରୁନ୍-ନତାଶାଙ୍କର କିଛି ଫଟୋ ପୁଣି ସୋସିଆଲ ମିଡିଆରେ ଭାଇରାଲ୍ ହେଇଛି। ଏଥିରେ ଦୁହେଁ ବେଶ୍ ପୁଲକିତ ଥିବାର ଦେଖିବାକୁ ମିଳିଛି।

ନତାଶାଙ୍କୁ ବରୁନ୍ ଏତେ ଭଲ ପାଉଛନ୍ତି ଯେ ତାଙ୍କୁ ନିଜ କୋଳରେ ବସାଇ ଗେଲ କରୁଛନ୍ତି। ଆଉ ଏକ ଫଟୋରେ ବରୁନ୍ ଖୁସିରେ ଅଧୀର ହେଇ ୱାଇନ୍ ଗ୍ଲାସ୍ ଧରିଥିବାର ଦେଖିବାକୁ ମିଳିଛି। ବରୁନ୍ ଏକ ନୀଳରଙ୍ଗର ସିଲ୍‌କ ସାର୍ଟ ପିନ୍ଧିଥିବା ବେଳେ ନତାଶା ଏକ ସାଧାରଣ ପ୍ରିଣ୍ଟେଡ ପୋଷାକ ପିନ୍ଧିଛନ୍ତି। ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିବା ଏଇ ଫଟୋ ତଳେ ବରୁନ୍ ଲେଖିଛନ୍ତି ‘ଦ ଓନଲି ୱେ ଆଇ ନୋ ଆଇ ଆମ ଏଲିଭ୍’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe