ଚଳଚ୍ଚିତ୍ର ନିର୍ମାତା ସଞ୍ଜୟ ଲୀଲା ଭଂଶାଲୀଙ୍କ ଆଗାମୀ ଚଳଚ୍ଚିତ୍ର ‘ବୈଜୁ ବାୱରା’ରେ ଏକାସାଙ୍ଗରେ ନଜର ଆସିବେ ଦୀପିକା ପାଦୁକୋନ୍, ରଣବୀର କପୁର ଓ ଆଲିଆ ଭଟ୍ଟ। ଗତ କିଛି ଦିନ ହେଲା ଏଭଳି ଚର୍ଚ୍ଚା ଜୋର ଧରିଥିବା ବେଳେ ଏନେଇ କିନ୍ତୁ ଚଳଚ୍ଚିତ୍ର ନିର୍ମାତାଙ୍କ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ। ବର୍ତ୍ତମାନ ଭଂଶାଲୀ ଓ ଆଲିଆ ନିଜ ଚଳଚ୍ଚିତ୍ର ‘ଗଙ୍ଗୁବାଇ କାଠିଆୱାଡ଼ି’ ସୁଟିଂରେ ବ୍ୟସ୍ତ ଅଛନ୍ତି। ଲକ୍ଡାଉନ୍ ଯୋଗୁଁ ସ୍ଥଗିତ ଥିବା ଏହି ଚଳଚ୍ଚିତ୍ରର ସୁଟିଂ ଏବେ ମୁମ୍ବାଇର ଏକ ଷ୍ଟୁଡିଓରେ ଚାଲିଛି। ଏହି ଚଳଚ୍ଚିତ୍ରର ସୁଟିଂ ସରିବା ପରେ ହିଁ ‘ବୈଜୁ ବାୱରା’ର କାଷ୍ଟିଂ ସମ୍ପର୍କରେ ଆଲୋଚନା କରାଯିବ। ଏହି ଚଳଚ୍ଚିତ୍ରର କାହାଣୀ ତାନ୍ସେନ୍ ଓ ବୈଜୁଙ୍କ ମଧ୍ୟରେ ଥିବା ବିବାଦ ଉପରେ ପର୍ଯ୍ୟବସିତ ହେବ ବୋଲି କୁହାଯାଉଛି।
ଏକାଠି ଆସିବେ କି ଦୀପିକା, ରଣବୀର ଓ ଆଲିଆ!
Advertisment
Follow Us