www.aajtak.in
ମୁମ୍ବାଇ: ଲୋକପ୍ରିୟ ଟେଲିଭିଜନ ଅଭିନେତ୍ରୀ ଦୀପିକା କକ୍କର ଏବଂ ସୋଏବ ଇବ୍ରାହିମ ଶେଷରେ ନିଜ ଶିଶୁପୁତ୍ରକୁ ନେଇ ହସ୍ପିଟାଲ୍ରୁ ଘରକୁ ଫେରିଛନ୍ତି। ସେମାନେ ନିଜର ନବଜାତ ପିଲାକୁ ଧରି ଘରକୁ ଫେରିବା ପରେ ବନ୍ଧୁ, ପରିବାର ଏବଂ ପ୍ରଶଂସକଙ୍କ ତରଫରୁ ଅନେକ ଶୁଭେଚ୍ଛା ବାର୍ତ୍ତା ମିଳିଛି। ଜୁଲାଇ ୧୦ ତାରିଖରେ ଦୀପିକାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି।
ସୋଏବ ନିକଟରେ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ପ୍ରଶ୍ନ-ଉତ୍ତର ଅଧିବେଶନ ରଖିଥଲେ। ଯେଉଁଠାରେ ତାଙ୍କ ପ୍ରଶଂସକମାନେ ପଚାରିଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ ଅଭିନେତା।
ଅଧିବେଶନ ସମୟରେ, ତାଙ୍କର ଜଣେ ପ୍ରଶଂସକ ତାଙ୍କୁ ବାପା ବନିବା ପରର ଅନୁଭୂତି ବିଷୟରେ ପଚାରିଥିଲେ। ସୋଏବ ଏହାର ଜବାବ ଦେଇ ବାପା ହେବା ପରେ କିପରି ରାତିରେ ଶୋଇପାରୁନାହାନ୍ତି ଓ ଏକ ଶିଶୁର କାନ୍ଦ ସ୍ବର ଶୁଣି ଶୁଣି ଦିନ କଟୁଛି କହିଥିଲେ। କିଛି ପ୍ରଶଂସକ ତାଙ୍କ ପତ୍ନୀ ଦୀପିକାଙ୍କ ସ୍ୱାସ୍ଥ୍ୟ ବିଷୟରେ ମଧ୍ୟ ପଚାରିଥିଲେ। ଦୀପିକା ଏବେ ଭଲ ଥିବା ଅଭିନେତା ଉତ୍ତର ଦେଇଛନ୍ତି।
ତେବେ ସେ ଓ ଦୀପିକା କେବେ ନିଜ ପୁଅ ସହିତ ସେମାନଙ୍କ ନୂଆ ଘରକୁ ଯିବେ ବୋଲି ପ୍ରଶ୍ନର ଉତ୍ତର ଦେଇ ଘର ସଂପୂର୍ଣ୍ଣ ହେଲେ ଯିବେ ବୋଲି କହିଥିଲେ ସୋଏବ । ଏହାରି ମଧ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ବି ଦେଖିବାକୁ ମିଳିଥିଲା।
ଜଣେ ପ୍ରଶଂସକ ସୋଏବଙ୍କୁ ପିତୃତ୍ବ ଉପଭୋଗ କରିବାକୁ ଧାରାବାହିକ ‘ଅଜୁନି’ ଛାଡ଼ିବେ କି ବୋଲି ପ୍ରଶ୍ନ ପଚାରିଥିଲେ। ଯାହାର ଉତ୍ତରରେ ସୋଏବ କହିଛନ୍ତି କି ସେ ପୂର୍ବରୁ ସୋ’ ଛାଡିବାକୁ ଚିନ୍ତା କରିଥିଲେ କିନ୍ତୁ ଏବେ ତାଙ୍କ ମତ ବଦଳିଯାଇଛି। ତେବେ ସୋଏବ ଏବେ ସୋ’ ଛାଡ଼ିବେ ନାହିଁ ବୋଲି ସ୍ପଷ୍ଟ ହୋଇଛି।
Follow Us