4Dରେ ତିଆରି ହେବ ବରୁଣ –କାଟ୍ରିନାଙ୍କ ସିନେମା !

Advertisment
4Dରେ ତିଆରି ହେବ ବରୁଣ –କାଟ୍ରିନାଙ୍କ ସିନେମା !

ମୁମ୍ବାଇ: ସଂପ୍ରତି ‘ରେସ୍‌-୩’ପାଇଁ ବ୍ୟସ୍ତ ଥିବା ନିର୍ଦ୍ଦେଶକ ରେମୋ ଡ଼ିସୁଜା ଡ଼୍ୟାନ୍‌ସ ଉପରେ ଆଧାରିତ ଏକ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି, ଯାହା ତାଙ୍କର ପୂର୍ବ ଫିଲ୍ମ‘ଏବିସିଡ଼ି’ଓ ‘ଏବିସିଡ଼ି-୨’ଠାରୁ ମଧ୍ୟ ଅଧିକ ବିଗ୍‌ବଜେଟ୍‌ ଓ ଭବ୍ୟ ହେବ ବୋଲି ଶୁଣାଯାଉଛି। ଏହାର ପ୍ରଯୋଜନା କରୁଛନ୍ତି ଟି-ସିରିଜ୍‌ର ଭୂଷଣ କୁମାର।ଏହା ଭାରତର ସବୁଠାରୁ ବଡ଼ ଡ୍ୟାନ୍‌ସ ଫିଲ୍ମ ହେବ ବୋଲି କୁହାଯାଉଛି। ଖାଲି ସେତିକି ନୁହେଁ ଏହି ନାମକରଣ ହୋଇ ନଥିବା ସିନେମାକୁ ସେ 4Dରେ ତିଆରି କରିବେ ବୋଲି ଜଣାଗଲାଣି। ଏଥିପାଇଁ ରେମୋ ଖୁବ୍‌ ଶୀଘ୍ର ଲସ ଏଞ୍ଜେଲସ୍‌ ଯାଇ ସେହି ଟେକ୍ନାଲୋଜି ସଂପର୍କରେ ଅଧିକ ଜ୍ଞାନ ଆହରଣ କରିବେ।

ସବୁଠୁଁ ବଡ଼ କଥା ହେଲା ଯେ,ଏହି ସିନେମାରେ ବରୁଣ ଧଓ୍ଵନ୍‌ ଓ କ୍ୟାଟ୍ରିନା କୈଫ୍‌ଙ୍କ ଯୋଡ଼ିକୁ ଦର୍ଶକ ପ୍ରଥମଥର ପାଇଁ ଭେଟିବେ।ବରୁଣ ଆଗରୁ ତାପସୀ ପନୁ,ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌,ଅନୁଷ୍କା ଶର୍ମା,କ୍ରିତି ସାନନ୍‌ ଓ ଆଲିଆ ଭଟ୍ଟ ପ୍ରମୁଖ ନାୟିକାଙ୍କ ସହ ପରଦାରେ ନଜର ଆସିଛନ୍ତି।ଅପର ପକ୍ଷରେ କାଟ୍ରିନା ସଲମାନ୍‌ ଖାନ୍‌,ଶାହରୁଖ୍‌ ଖାନ୍‌,ଅମୀର୍‌ ଖାନ୍‌,ରଣବୀର୍‌ କପୁର୍‌ ଓ ରିତିକ୍‌ ରୋଶନ୍‌ଙ୍କ ଭଳି ଟପ୍‌ ଷ୍ଟାର୍‌ଙ୍କ ସହ ସ୍କ୍ରିନ୍‌ ସେଆର୍‌ କରିଛନ୍ତି।

publive-image photo-times of india

ବରୁଣ୍‌ ଧଓ୍ଵନ୍‌ କାଟ୍ରିନା କୈଫ୍‌ଙ୍କ ସହ କାମ କରିବାକୁ ନେଇ ଖୁବ୍‌ ଉତ୍ସାହିତ ଅଛନ୍ତି। ସେ କହିଛନ୍ତି ଯେ,ଆଗରୁ ସେ ନ୍ୟୁୟର୍କରେ ଏକ କାର୍ଯ୍ୟକ୍ରମରେ କାଟ୍ରିନା ସହିତ ଡ଼୍ୟାନ୍ସ ପରଫର୍‌ମାନ୍‌ସ ଦେଇଥିଲେ। ତାଙ୍କ ସହିତ ସ୍କ୍ରିନ୍‌ ସେଆର୍‌ କରିବାକୁ ସେ ଉତ୍କଣ୍ଠିତ ବୋଲି କହିଛନ୍ତି। ଠିକ୍‌ ସେହିପରି କାଟ୍ରିନା ବି ବରୁଣଙ୍କ ସହ କାମ କରିବାକୁ ଉତ୍କଣ୍ଠିତ ଅଛନ୍ତି। ଏହି ଅନ୍‌ଟାଇଟଲ୍‌ଡ଼ ଫିଲ୍ମର ସୁଟିଂ ଚଳିତ ବର୍ଷ ଶେଷ ଭାଗରେ ଆରମ୍ଭ ହେବ ଓ ୨୦୧୯ ମସିହା ନଭେମ୍ବର ୮ ତାରିଖରେ ରିଲିଜ୍‌ ହେବ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe