‘ଦି ଡାର୍ଟି ପିକ୍‌ଚର୍‌ ୨’ ରେ ଦିଶିବେ କି ବିଦ୍ୟା?

‘ଦି ଡାର୍ଟି ପିକ୍‌ଚର୍‌ ୨’ ରେ ଦିଶିବେ କି ବିଦ୍ୟା?

03/03/2012 – KOLKATA: Bollywood Actress Vidya Balan during a promotional campaign for her upcoming film 'Kahani' in Kolkata - PTI Photo. [Nation, Bollywood, Actress, Vidya Balan]

ବିଦ୍ୟା ବାଲନଙ୍କ ‘ଦି ଡାର୍ଟି ପିକ୍‌ଚର୍‌’ ଚଳଚ୍ଚିତ୍ରର ମୁକ୍ତିଲାଭକୁ ଏକ ଦଶନ୍ଧି ବିତିସାରିଲାଣି। ଏହି ଅବସରରେ ଏହାର ପରବର୍ତ୍ତୀ ଭାଗ ନିର୍ମାଣ ନେଇ ସଜବାଜ ଆରମ୍ଭ ହୋଇଯାଇଛି। ଶୁଣିବାକୁ ମିଳୁଛି ଯେ ପ୍ରଯୋଜିକା ଏକତା କପୁର କନିକା ଢିଲ୍ଲୋଁଙ୍କୁ ଏହାର କାହାଣୀ ଲେଖିବାର ଦାୟିତ୍ବ ସମର୍ପି ସାରିଛନ୍ତି। ଏ ବର୍ଷ ଶେଷ ସୁଦ୍ଧା ଏହାର କାହାଣୀ ଲେଖା ସରିଯିବା ପରେ ୨୦୨୩ ମସିହା ପ୍ରଥମାର୍ଦ୍ଧରେ ଏହାର ସୁଟିଂ ହେବାର ଯୋଜନା ରହିଛି। ସ୍ମରଣଯୋଗ୍ୟ ଯେ ‘ଦି ଡାର୍ଟି ପିକ୍‌ଚର୍‌’ ଥିଲା ବଲିଉଡ୍‌ର ଏପରି ଏକ ନାରୀକୈନ୍ଦ୍ରିକ ଚଳଚ୍ଚିତ୍ର ଯାହା ସମୀକ୍ଷକଙ୍କ ଦ୍ବାରା ପ୍ରଶଂସିତ ହେବା ସହିତ ବକ୍ସ ଅଫିସରେ ମଧ୍ୟ ବେଶ୍‌ ସଫଳ ହୋଇପାରିଥିଲା। ଏହା ମାତ୍ର ୧୮ କୋଟି ବଜେଟ୍‌ରେ ନିର୍ମିତ ହୋଇ ୧୧୭ କୋଟିର ରୋଜଗାର କରିଥିଲା। ଅଭିନେତ୍ରୀ ସିଲ୍‌କ ସ୍ମିତାଙ୍କ ଜୀବନୀ ଉପରେ ଏହାର କାହାଣୀ ଆଧାରିତ ଥିଲା।

ବିଦ୍ୟା ବାଲନ ସ୍ମିତାଙ୍କ ଚରିତ୍ରରେ ଅଭିନୟ କରି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ତେବେ ‘ଦି ଡାର୍ଟି ପିକ୍‌ଚର୍‌ ୨’ରେ ସ୍ମିତାଙ୍କ କାହାଣୀ ରହିବ ନାହିଁ ବୋଲି ଏକ ସୂତ୍ରରୁ ଜାଣିବାକୁ ମିଳିଛି। ତାଙ୍କ ଭଳି ଆଉ ଜଣେ ଶକ୍ତିଶାଳୀ ମହିଳାଙ୍କ ଜୀବନୀକୁ ନେଇ ଏହି ଚଳଚ୍ଚିତ୍ର ତିଆରି କରାଯିବ। ତେଣୁ ବିଦ୍ୟା ବାଲନଙ୍କୁ ଏଥିରେ ଅଭିନୟ ପାଇଁ ସୁଯୋଗ ମିଳିବ କି ନାହିଁ ତାହା ଏବେ ପର୍ଯ୍ୟନ୍ତ ଅସ୍ପଷ୍ଟ ହୋଇ ରହିଛି। ଏକତା କପୁର କଙ୍ଗନା ରଣାଵତ୍‌ଙ୍କୁ ଏହାର ମୁଖ୍ୟ ଚରିତ୍ରରେ ଅଭିନୟ କରିବାକୁ ପ୍ରସ୍ତାବ ଦେଇଥିଲେ, କିନ୍ତୁ କଙ୍ଗନା ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ତେବେ ତାପସୀ ପନ୍ନୁ ଓ କୃତି ସେନନ ଏଥିରେ ଅଭିନୟ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ତଥାପି ଅନେକ ସିନେପ୍ରେମୀ କହୁଛନ୍ତି ଯେ ଏହି ଚଳଚ୍ଚିତ୍ରର ଦ୍ବିତୀୟ ଭାଗ ପାଇଁ ଯୋଗ୍ୟତମ ଅଭିନେତ୍ରୀ ହେଉଛନ୍ତି ବିଦ୍ୟା ବାଲନ। ବିଦ୍ୟା ହାତରେ ଏବେ ଏକାଧିକ ଚଳଚ୍ଚିତ୍ର ରହିଛି। ‘ଲଭର୍ସ’ ନାମକ ବ୍ୟଙ୍ଗାତ୍ମକ ପ୍ରେମକାହାଣୀ ସମେତ ‘ନିୟତ’ ନାମକ ରୋମାଞ୍ଚଧର୍ମୀ ସିନେମାରେ ସେ ଆଗକୁ ଦେଖାଦେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe