ନୃତ୍ୟ ନିର୍ଦ୍ଦେଶନାରୁ ସିନେନିର୍ଦ୍ଦେଶକ, ଆଉ ଏବେ ଅଭିନେତା। ଗତ ତିନି ଦଶକ ଧରି ଓଡ଼ିଆ ସିନେମା ଓ ମ୍ୟୁଜିକ୍ ଆଲବମ୍ରେ ନୃତ୍ୟ ନିର୍ଦ୍ଦେଶନା ଦେଇ ଆସୁଥିବା ଜିତୁ ରାଉତ ଅଭିନୟକୁ ଆସିଛନ୍ତି। ନୂଆ ଓଡ଼ିଆ ସିନେମା ‘ରାମରାଜ୍ୟ’ରେ ଜିତୁଙ୍କୁ ଖଳଚରିତ୍ରରେ ଦେଖିବାକୁ ମିଳିବ। ଜଣେ ବିଧାୟକ ତଥା ଡ୍ରଗ୍ ସ୍ମଗଲର୍ର ଭାଇ ଭୂମିକାରେ ସେ ଅବତୀର୍ଣ୍ଣ ହୋଇଛନ୍ତି। ଏହି ଭୂମିକାଟି ତାଙ୍କୁ ବେଶ୍ ଆତ୍ମସନ୍ତୁଷ୍ଟି ଦେଇଥିବା କହିଛନ୍ତି ଜିତୁ ରାଉତ। ଏଥିପାଇଁ ସେ ପ୍ରଯୋଜକ କୁମାର ପ୍ରୀତମ୍ ସାହୁ ଓ ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁଙ୍କୁ କୃତଜ୍ଞତା ଜଣାଇଛନ୍ତି। ଭବିଷ୍ୟତରେ ଯଦି ଭଲ ଭୂମିକା ଲାଗି ପ୍ରସ୍ତାବ ମିଳେ, ତେବେ ଅଭିନୟ ଜାରି ରଖିବେ ବୋଲି ସେ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଶେଷ ଥର ପାଇଁ ‘ଶ୍ରୀଜଗନ୍ନାଥଙ୍କ ନବକଳେବର’ ଛବିରେ ଜିତୁଙ୍କ ନୃତ୍ୟ ନିର୍ଦ୍ଦେଶନା ଦେଖିବାକୁ ମିଳିଥିଲା।
ଅଭିନୟରେ ଜିତୁ
Advertisment
Follow Us