‘ଶ୍ରୀଜଗନ୍ନାଥଙ୍କ ନବକଳେବର’ରେ ଜିତୁ

Advertisment

ଦୀର୍ଘ ତିନି ଦଶକ ଧରି ଓଡ଼ିଆ ସିନେମା ଓ ମ୍ୟୁଜିକ୍ ଆଲବମ୍‌ରେ ନୃତ୍ୟ ନିର୍ଦ୍ଦେଶନା ଦେଇଆସୁଥିବା ଜିତୁ ରାଉତ, ବିନି ସାମଲଙ୍କ ପ୍ରଯୋଜିତ ଓ ନିର୍ଦ୍ଦେଶିତ ‘ଶ୍ରୀଜଗନ୍ନାଥଙ୍କ ନବକଳେବର’ରେ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି। ମୁକ୍ତି ପ୍ରତୀକ୍ଷାରେ ଥିବା ଏହି ସିନେମାର ଶୀର୍ଷକ ଗୀତ ସହ ‘ପିଣ୍ଡରୁ ବ୍ରହ୍ମାଣ୍ଡ…’

ଦୀର୍ଘ ତିନି ଦଶକ ଧରି ଓଡ଼ିଆ ସିନେମା ଓ ମ୍ୟୁଜିକ୍ ଆଲବମ୍‌ରେ ନୃତ୍ୟ ନିର୍ଦ୍ଦେଶନା ଦେଇଆସୁଥିବା ଜିତୁ ରାଉତ, ବିନି ସାମଲଙ୍କ ପ୍ରଯୋଜିତ ଓ ନିର୍ଦ୍ଦେଶିତ ‘ଶ୍ରୀଜଗନ୍ନାଥଙ୍କ ନବକଳେବର’ରେ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି। ମୁକ୍ତି ପ୍ରତୀକ୍ଷାରେ ଥିବା ଏହି ସିନେମାର ଶୀର୍ଷକ ଗୀତ ସହ ‘ପିଣ୍ଡରୁ ବ୍ରହ୍ମାଣ୍ଡ…’

jitu

jitu Photograph: (sambad.in)

ଦୀର୍ଘ ତିନି ଦଶକ ଧରି ଓଡ଼ିଆ ସିନେମା ଓ ମ୍ୟୁଜିକ୍ ଆଲବମ୍‌ରେ ନୃତ୍ୟ ନିର୍ଦ୍ଦେଶନା ଦେଇଆସୁଥିବା ଜିତୁ ରାଉତ, ବିନି ସାମଲଙ୍କ ପ୍ରଯୋଜିତ ଓ ନିର୍ଦ୍ଦେଶିତ ‘ଶ୍ରୀଜଗନ୍ନାଥଙ୍କ ନବକଳେବର’ରେ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି। ମୁକ୍ତି ପ୍ରତୀକ୍ଷାରେ ଥିବା ଏହି ସିନେମାର ଶୀର୍ଷକ ଗୀତ ସହ ‘ପିଣ୍ଡରୁ ବ୍ରହ୍ମାଣ୍ଡ…’ ଗୀତଟି ମଧ୍ୟ ସେ ନୃତ୍ୟାବଦ୍ଧ କରିଛନ୍ତି। ଏହି ଗୀତରେ ସେ ବରିଷ୍ଠ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କୁ ନୃତ୍ୟ ନିର୍ଦ୍ଦେଶନା ଦେବାର ସୁଯୋଗ ପାଇଛନ୍ତି।

ମୁକ୍ତି ପ୍ରତୀକ୍ଷାରେ ଥିବା ଓଡ଼ିଆ ଛବି ‘ଶ୍ରୀଜଗନ୍ନାଥଙ୍କ ନବକଳେବର’ରେ ଦୁଇଟି ଗୀତରେ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ଓଲିଉଡ୍‌ର ଜଣାଶୁଣା କୋରିଓଗ୍ରାଫର୍ ଜିତୁ ରାଉତ।

ଜିତୁ ଶେଷ ଥର ଲାଗି ହିମାଂଶୁ ପରିଜାଙ୍କ ନିର୍ଦ୍ଦେଶିତ ‘ଦିଲ୍ ମୋର ମାନେନା’(୨୦୨୨)ରେ ଦୁଇଟି ଗୀତର ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ। ଡିଡି-୧ରେ ପ୍ରସାରିତ ‘ରଜନୀଗନ୍ଧା’ କାର୍ଯ୍ୟକ୍ରମରେ ପ୍ରଥମେ ନୃତ୍ୟ ନିର୍ଦ୍ଦେଶନା ଦେବାର ସୁଯୋଗ ପାଇଥିଲେ ଜିତୁ। ଏହାପରେ ୭୦୦୦ରୁ ଅଧିକ ମ୍ୟୁଜିକ୍‌ ଭିଡିଓ ଓ ୨୩ଟି ଓଡ଼ିଆ ଛବିରେ ନୃତ୍ୟ ନିର୍ଦ୍ଦେଶକ ଭାବେ କାମ କରିଛନ୍ତି। ତାଙ୍କର ଏକ ଲୋକପ୍ରିୟ ଗୀତ ହେଲା ସବ୍ୟସାଚୀ-ଅର୍ଚ୍ଚିତା ଅଭିନୀତ ‘ମୁଁ ଏକା ତୁମର’ର ଶୀର୍ଷକ ଗୀତ। ଜଣେ ସଫଳ କୋରିଓଗ୍ରାଫର୍ ହେବା ସହ ସେ ଜଣେ ସିନେନିର୍ଦ୍ଦେଶକ ମଧ୍ୟ। ତାଙ୍କ ନିର୍ଦ୍ଦେଶିତ ଓଡ଼ିଆ ଛବି ‘ରୁଦ୍ର’ ୨୦୧୩ରେ ମୁକ୍ତିଲାଭ କରିଥିଲା ବେଳେ ‘ରାମନାମ୍ ସତ୍ୟ ହେ’ ଏବେ ମୁକ୍ତି ପ୍ରତୀକ୍ଷାରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe