ନୂଆଦିଲ୍ଲୀ : ୨୬ସେକେଣ୍ଡ ଭିଡ଼ିଓରୁ ରାତାରାତି ଲୋକପ୍ରିୟତାା ଶୀର୍ଷରେ ପହଞ୍ଚିଥିବା ଇଣ୍ଟରନେଟ୍ ସେନ୍ସେସନ୍ ପ୍ରିୟା ପ୍ରକାଶ ଏବେ ପୁଣି ଥରେ ଚର୍ଚ୍ଚାରେ। ମଲୟାଲମ ଫିଲ୍ମ ଓରୁ ଅଦାର ଲଭ୍ରୁ ମନୋରଞ୍ଜନ ଦୁନିଆରେ ପାଦ ରଖିବାକୁ ଯାଉଥିବା ପ୍ରିୟାଙ୍କ ଜନ୍ମଦିନର ଶୁଭେଚ୍ଛାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଆରମ୍ଭ ହୋଇଛି । ଫିଲ୍ମାରେ ଥିବା ସହ କଳାକାର ରୋଶନ ଅବ୍ଦୁଲଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଦେବାକୁ ଯାଇ ସେ ଏକ ଟ୍ଵିଟ୍ କରିଥିଲେ । ଟ୍ଵିଟ୍ରେ ରୋଶନଙ୍କ ପାଇଁ ସେ ଭଲ ବାର୍ତ୍ତା ଲେଖି ପୋଷ୍ଟ କରିଥିଲେ । ହାପି ବର୍ଥଡ଼େ ଟୁ ମାଇ ଫେଭ୍ରେଟ୍ । ମୋତେ କିଛି କହିବାର ଆବଶ୍ୟକତା ନାହିଁ; କାରଣ ତୁମେ ସବୁ ଜାଣିଛ ।
ଭିଡ଼ିଓ ଭାଇରାଲ ପରେ ଦୁଇଜଣଙ୍କ ଯୋଡ଼ିଙ୍କୁ ଦର୍ଶକେ ଖୁବ୍ ଭଲ ପାଇବା ଦେଇଛନ୍ତି । ମଝିରେ ମଝିରେ ଦର୍ଶକମାନଙ୍କ ପାଇଁ ଦୁଇ ଜଣ ନିଜର ଫଟୋ ଏବଂ ଭିଡ଼ିଓ ସୋସିଆଲ ମିଡ଼ିଆରେ ଅପ୍ଲୋଡ଼ କରିଛନ୍ତି । ଏତେ ଲୋକପ୍ରିୟତା ପରେ ଧିରେ ଧିରେ ତାଙ୍କୁ ବିଭିନ୍ନ ବିଜ୍ଞାପନରେ ମଧ୍ୟ ସୁଯୋଗ ମିଳୁଥିବା ଜଣା ପଡ଼ିଛି । କିଛି ଦିନ ତଳେ ତାଙ୍କୁ ଏକ ଚକୋଲେଟ୍ ବିଜ୍ଞାପନରେ ଦେଖିବାକୁ ମିଳିଥିଲା । ଏହି କିଛି ଦିନ ମଧ୍ୟରେ ତାଙ୍କୁ ଅନେକ ଇଣ୍ଡଷ୍ଟ୍ରିରୁ ଫିଲ୍ମର ଅଫର୍ ଆସୁଥିବା ମଧ୍ୟ ଜଣା ପଡ଼ିଛି । ଅନ୍ୟ ପକ୍ଷରେ ସେମାନଙ୍କ ଅଭିନୀତ ଫିଲ୍ମଟି ଆସନ୍ତା ଜୁନ୍ ୨୦୧୮ରେ ରିଲିଜ ହେବ ବୋଲି ଜଣାପଡ଼ିଛି ।
Follow Us