ମୁହଁ ଖୋଲିଲେ ୱିନର୍ ଅଭିଜିତ

ମୁହଁ ଖୋଲିଲେ ୱିନର୍ ଅଭିଜିତ

ଟେଲିଭିଜନ୍‌ରେ ପ୍ରଦର୍ଶିତ ହେଉଥିବା‌ ଲୋକପ୍ରିୟ ସଙ୍ଗୀତଭିତ୍ତିକ ରିୟାଲିଟି ସୋ’ ଇଣ୍ଡିଆନ୍ ଆଇଡଲ୍‌ ବାବଦରେ ମୁହଁ ଖୋଲିଛନ୍ତି ଏହି ସୋ’ର ପ୍ରଥମ ସିଜିନର ବିଜେତା ଅଭିଜିତ ସାୱନ୍ତ।

ଅଭିଜତ କହିଛନ୍ତି ଆଜିକାଲି ଏହି ସୋ’ରେ ସଙ୍ଗୀତ ଉପରେ ଗୁରୁତ୍ବ ଦିଆଯାଉନାହିଁ। ବିଶେଷ କରି ହିନ୍ଦୀ ଭର୍ସନ୍‌ରେ ହେଉଥିବା ଏହି ରିୟାଲିଟି ସୋ’ରେ ପ୍ରତିଯୋଗୀମାନଙ୍କ ଦକ୍ଷତାଠାରୁ ସେମାନଙ୍କ ବ୍ୟକ୍ତିଗତ ଦୁର୍ବଳତା ଏବଂ ଦୁଃଖଦ କାହାଣୀକୁ ହାଇଲାଇଟ୍ କରି ସୋ’କୁ କେବଳ ଭାବପ୍ରବଣ କରାଯାଉଛି। ଆଜିକାଲି ସଙ୍ଗୀତ ଉପରେ ଗୁରୁତ୍ବ ଦିଆ ନ ଯାଇ ଅଧିକ ଡ୍ରାମାଟାଇଜ୍ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି। ବିଶେଷ କରି କିଶୋର କୁମାରଙ୍କୁ ସମର୍ପିତ କରାଯାଇଥିବା ସୋ’ ସମ୍ପର୍କରେ ଅଭିଜିତ ଦୁଃଖପ୍ରକାଶ କରି କହିଛନ୍ତି ଯେ ଏବର କୌଣସି କଣ୍ଠଶିଳ୍ପୀଙ୍କୁ କିଶୋର କୁମାରଙ୍କ ସହ ତୁଳନା କରାଯିବା କଥା ନୁହେଁ, ଯାହା ଇଣ୍ଡିଆନ୍ ଆଇଡଲ୍ ସୋ’ରେ ଅତ୍ୟନ୍ତ କୁତ୍ସିତ ଭାବେ ଏହାକୁ ଅବତାରଣା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe