ଜେଲ୍‌ରେ ଏପରି ଭାବେ ରହୁଥିଲେ ରିୟା, ଗଣମାଧ୍ୟମରେ ସୂଚନା ଦେଲେ ଓକିଲ ସତୀଶ ମନସିନ୍ଦେ

Advertisment
ଜେଲ୍‌ରେ ଏପରି ଭାବେ ରହୁଥିଲେ ରିୟା, ଗଣମାଧ୍ୟମରେ ସୂଚନା ଦେଲେ ଓକିଲ ସତୀଶ ମନସିନ୍ଦେ

NDTV.com

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ଓ ବେନିୟମ୍‌ ଡ୍ରଗ୍ସ କାରବାରରେ ଛନ୍ଦି ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ବୁଧବାର ବମ୍ବେ ହାଇକୋର୍ଟଙ୍କ ନିକଟରୁ ସର୍ତ୍ତମୂଳକ ଜାମିନ୍‌ ପ୍ରଦାନ କରାଯାଇଛି। ସେ ଏବେ ଜେଲ୍‌ରୁ ମୁକ୍ତ ହୋଇ ଘରକୁ ଫେରିଛନ୍ତି। ରିୟା ଜେଲ୍‌ରୁ ମୁକୁଳିବା ପରେ ସେ ଜେଲ୍‌ରେ କିପରି ରହୁଥିଲେ ସେ ବିଷୟରେ ବର୍ଣ୍ଣନା କରିଛନ୍ତି ତାଙ୍କ ଓକିଲ ସତୀଶ ମନସିନ୍ଦେ।

ପୂର୍ବରୁ ମନସିନ୍ଦେ ଏକ ସାକ୍ଷାତ୍‌କାରରେ ରିୟାଙ୍କୁ ‘ବାଘୁଣୀ’ ବୋଲି ସମ୍ବୋଧନ କରିିଥିଲେ। ସେ କହିଥିଲେ ଯେ ରିୟା ଲଢ଼େଇ କରି ତାଙ୍କ ଭାବମୂର୍ତ୍ତିକୁ ପୁଣି ଥରେ ସୁଧାରିବାରେ ନିଶ୍ଚୟ ସମର୍ଥ ହେବେ।

publive-image Brifly News

ମନସିନ୍ଦେ ରିୟାଙ୍କ ସଂପର୍କରେ ଗଣମାଧ୍ୟମରେ ବୟ‌ାନ ଦେଇ କହିଛନ୍ତି ଯେ ଅଭିନେତ୍ରୀ ତାଙ୍କ ଜେଲ୍‌ ଦଣ୍ଡାଦେଶ କାଳରେ ଖୁବ୍ ସକାରାତ୍ମକ ରହୁଥିଲେ। ସେ ଆହୁରି ବି କହିଛନ୍ତି ଯେ, ‘ମୁଁ ଏତେ ବର୍ଷ ମଧ୍ୟରେ ମୋର ଜଣେ କ୍ଲାଇଣ୍ଟ୍‌କୁ ଭେଟିବାକୁ ଜେଲ୍‌ ଭିତରକୁ ଯାଇଥିଲି, ସେଠାରେ ସେ କିପରି ଅଛନ୍ତି ଦେଖିବା ପାଇଁ। ‌ସୌଭାଗ୍ୟକୁ ମୁଁ ସେଠାରେ ଯାଇ ଦେଖିଲି ଯେ ସେ ଜଣେ ଭଲ ଆତ୍ମା। ଜେଲ୍‌‌ରେ ଥିବା ଅନ୍ତେବାସୀମାନଙ୍କୁ ଯୋଗ ଶିଖାଉଥିଲେ ରିୟା। ଅନ୍ତେବାସୀଙ୍କ ସହ ସେ ଏପରି ରହୁଥିଲେ ଯେପରି ଜଣେ ସାଧରଣ ଲୋକ। ତାଙ୍କୁ ଦେଖି ଲାଗୁଥିଲା ଯେପରି ସେ ଯୁଦ୍ଧ ପାଇଁ ପ୍ରସ୍ତୁତ ଅଛନ୍ତି। ତାଙ୍କ ବିରୋଧରେ ଅଭିଯୋଗ ଆଣଥିବା ସମସ୍ତଙ୍କୁ ସେ ସାମ୍ନା କରିବାକୁ ସମର୍ଥ।

ଉଲ୍ଲେଖଯୋଗ୍ୟ, ‌ବେନିୟମ ଡ୍ରଗ୍ସ କାରବାର ମାମଲାରେ ରିୟାଙ୍କ ସହ ତାଙ୍କ ଭାଇ ସୌଭିକ୍‌ ଚକ୍ରବର୍ତ୍ତୀ, ଦିବଗଂତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଘର ପରିଚାଳକ ସାମୁଏଲ୍‌ ମିରିଣ୍ଡା ଓ ଅନ୍ୟ କିଛି ଜଣଙ୍କୁ ସେପ୍ଟେମ୍ବର ୯ ତାରିଖରେ ଗିରଫ କରିଥିଲା ଏନ୍‌ସିବି। ଦୀର୍ଘ ୨୮ ଦିନ ପରେ ଅକ୍ଟୋବର ୭ ତାରିଖରେ ରିୟାଙ୍କୁ ସର୍ତ୍ତମୂଳକ ଜାମିନ୍‌ ପ୍ରଦାନ କରିଛନ୍ତି ବମ୍ବେ ହାଇକୋର୍ଟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe