କମେଡି କ୍ବିନ୍‌ ଭାରତୀ ସିଂହଙ୍କ ଶିଶୁର ପ୍ରଥମ ଝଲକ ସୋସିଆଲ୍‌ ମିଡିଆରେ ଭାଇରାଲ୍‌

Advertisment
କମେଡି କ୍ବିନ୍‌ ଭାରତୀ ସିଂହଙ୍କ ଶିଶୁର ପ୍ରଥମ ଝଲକ ସୋସିଆଲ୍‌ ମିଡିଆରେ ଭାଇରାଲ୍‌

www.aajtak.in

ମୁମ୍ବାଇ: ଯେଉଁ କ୍ଷଣର ଅପେକ୍ଷା ସଭିଙ୍କୁ ରହିଥିଲା ଏବେ ସେ କ୍ଷଣ ଆସିଯାଇଛି। କମେଡିଆନ୍‌ ଭାରତୀ ସିଂହଙ୍କ ନବଜାତ ଶିଶୁର ପ୍ରଥମ ଝଲକ ଏବେ ଦର୍ଶକ ଦେଖିବାକୁ ପାଇଛନ୍ତି। କମେଡି କ୍ବିନ୍‌ ଭାରତୀ ସିଂହ ନିଜ ନବଜାତ ପୁଅ ସହ ପ୍ରଥମ ଫଟୋ ସୋସିଆଲ୍‌ ମିଡିଆରେ ପୋଷ୍ଟ୍‌ କରିଛନ୍ତି। ଅବଶ୍ୟ ଫଟୋରେ ଭାରତୀଙ୍କ ପୁଅର ଚେହେରା ଦେଖିବାକୁ ମିଳିନାହିଁ। ଭାରତୀ ଶିଶୁଟିକୁ ନିଜ କାନ୍ଧରେ ରଖି ଫଟୋ ପୋଜ୍‌ ଦେଇଛନ୍ତି। ତାଙ୍କ ପୁଅର ମୁହଁ ପଛ ପଟକୁ ରହିଛି। ଭାରତୀ ତାଙ୍କ ନବଜାତକୁ ଏକ ଧଳା ରଂଗର କପଡ଼ାରେ ଢାଙ୍ଗି ଧରିଥିବା ଫଟୋରେ ଦେଖିବାକୁ ମିଳିଛି।

ଫଟୋ ସେୟାର କରି ଭାରତୀ ସେଥିରେ ‘ଲାଇଫ୍‌ ଲାଇନ୍‌’ ବୋଲି କ୍ୟାପ୍‌ସନ୍‌ ଲେଖିଛନ୍ତି। ଭାରତୀଙ୍କର ଏହି ପୋଷ୍ଟ୍‌ରେ ଅନେକ ପ୍ରଶଂସକ ଶୁଭେଚ୍ଛା ବାର୍ତ୍ତା ଜଣାଇବା ସହ ନିଜର ଖୁସି ବ୍ୟକ୍ତ କରିଛନ୍ତି। ଭାରତୀଙ୍କ ଏହି ପୋଷ୍ଟ୍‌ରେ ଗହୌର ଖାନ୍‌ ଲେଖିଛନ୍ତି, ‘ତୁମ ପାଇଁ ବହୁତ ଖୁସି ମୁଁ। ଈଶ୍ବର ଆପଣଙ୍କ ପରିବାରକୁ ଆଶୀର୍ବାଦ କରନ୍ତୁ।’ ସେହିପରି ନିଶା ରାୱଲ ଲେଖିଛନ୍ତି, ‘ୱାଓ। ତୁମକୁ ଓ ତୁମର କୌତୂକିଆ ପିଲାଙ୍କୁ ବହୁତ ବହୁତ ଆଶୀର୍ବାଦ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe