ରତନ ଟାଟାଙ୍କ ଦେହାନ୍ତ ଖବର ପାଇ ଏଭଳି ପୋଷ୍ଟ କଲେ ସିମି ଗରେୱାଲ

Advertisment

ରତନ ଟାଟାଙ୍କ ଦେହାନ୍ତ ଖବର ପାଇ ପୂର୍ବତନ ପ୍ରେମିକା ସିମି ଗରେୱାଲ ଏକ ପୋଷ୍ଟ ମାଧ୍ୟମରେ ଭାବପ୍ରବଣଭରା ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ତୁମର କ୍ଷତି ସହିବା କଷ୍ଟକର ବୋଲି ଲେଖିଛନ୍ତି ସିମି।

ରତନ ଟାଟାଙ୍କ ଦେହାନ୍ତ ଖବର ପାଇ ପୂର୍ବତନ ପ୍ରେମିକା ସିମି ଗରେୱାଲ ଏକ ପୋଷ୍ଟ ମାଧ୍ୟମରେ ଭାବପ୍ରବଣଭରା ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ତୁମର କ୍ଷତି ସହିବା କଷ୍ଟକର ବୋଲି ଲେଖିଛନ୍ତି ସିମି।

simi

ମୁମ୍ବାଇ: ଭାରତୀୟ ଶିଳ୍ପଜଗତର ଉଜ୍ଜ୍ବଳତମ ରତ୍ନ ରତନ ଟାଟା ଆଉ ନାହାନ୍ତି। ଜଣେ ବ୍ୟକ୍ତି ରୂପେ ଧରାପୃଷ୍ଠାକୁ ଆସିଥିଲେ ରତନ। ହେଲେ  ଆଜି ‘ଅନୁଷ୍ଠାନ’ ହୋଇ ବିଦାୟ ନେଇଛନ୍ତି। ତାଙ୍କ ବିୟୋଗରେ ଏକ ଯୁଗର ଅବସାନ ଘଟିଛି। ଭାରତୀୟ ଶିଳ୍ପକୁ ବିଶ୍ବବନ୍ଦିତ କରିବାରେ ତାଙ୍କର ରହିଥିଲା ପ୍ରମୁଖ ଭୂମିକ‌ା। ‘ଟାଟା’କୁ ଅପହଞ୍ଚ ଦୂରତାରେ ପହଞ୍ଚାଇଥିବା ଏହି ବିଶିଷ୍ଟ ଶିଳ୍ପପତି କଂପାନି ଲାଭାଂଶର ସିଂହଭାଗ ଦାତବ୍ୟ ଅନୁଷ୍ଠାନକୁ ଦେବାରେ ଅନ୍ୟମାନଙ୍କ ପାଇଁ ସୃଷ୍ଟି କରିଛନ୍ତି ଉଦାହରଣ।

ତାଙ୍କ ବିୟୋଗରେ ସାରା ଦେଶ ଆଜି ଶୋକପ୍ରକାଶ କରୁଥିବା ବେଳେ ‌ଏବେ ତାଙ୍କ ପୂର୍ବ ପ୍ରେମିକା ତଥା ବଲିଉଡ ଅଭିନେତ୍ରୀ ସିମି ଗରେୱାଲଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସିମି ଗରେୱାଲ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ରତନ ଟାଟାଙ୍କ ପାଇଁ ଭାବପ୍ରବଣଭରା ପୋଷ୍ଟ କରିଛନ୍ତି, ଯାହାଙ୍କୁ ‌ସେ ଦିନେ ଡେଟ୍ କରିଥିଲେ। ତାଙ୍କୁ ଅନ୍ତିମ 'ବିଦାୟ' ଦେଇ ସେ ଲେଖିଛନ୍ତି, "ସେମାନେ କହୁଛନ୍ତି ତୁମେ ଚାଲିଗଲ ... ତୁମର କ୍ଷତି ସହିବା କଷ୍ଟ...ବହୁତ କଷ୍ଟ। ବିଦାୟ ମୋର ବନ୍ଧୁ #ରତନ ଟାଟା।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe