ୟାମୀ-ଆଦିତ୍ୟ ଏକାଠି

Advertisment
ୟାମୀ-ଆଦିତ୍ୟ ଏକାଠି

ଅଭିନେତ୍ରୀ ୟାମୀ ଗୌତମ ସମସ୍ତଙ୍କ କଳ୍ପନାଜଳ୍ପନାର ଅବସାନ ଘଟାଇ ନିର୍ଦ୍ଦେଶକ ପ୍ରେମିକ ଆଦିତ୍ୟ ଧରଙ୍କ ହାତ ଧରିଛନ୍ତି। ନିକଟରେ ୟାମୀ ଓ ଆଦିତ୍ୟ ବିବାହ ବନ୍ଧନରେ ଆବଦ୍ଧ ହେଇଛନ୍ତି। ଉଭୟ ନିଜ ନିଜର ଇନ୍‌ଷ୍ଟାଗ୍ରାମ୍‌ରେ ଲେଖିଛନ୍ତି, ‘ତୁମ ଆଲୋକରେ ମୁଁ ପ୍ରେମ କ’ଣ ଦେଖିଲି।’
ଭିକ୍କି ଡୋନର, ଟୋଟାଲ ସିୟାପା, ଆକ୍ସନ୍‌ ଜ୍ୟାକ୍ସନ୍‌, ବଦ୍‌ଲାପୁର, ସନମ୍‌ ରେ, କାବିଲ୍‌, ସରକାର୍‌-୩, ବତି ଗୁଲ ମିଟର ଚାଲୁ, ବାଲା, ଗିନି ୱେଡ୍‌ସ ସନ୍ନି ଏବଂ ଉରି: ଦ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ଆଦି ହିନ୍ଦୀ ଚଳଚ୍ଚିତ୍ରର ନାୟିକା ସାଜି ଦର୍ଶକଙ୍କୁ ବିମୋହିତ କରିଛନ୍ତି ୟାମୀ। ହିମାଚଳୀ ଝିଅ ୟାମୀ ପ୍ରଥମେ କନ୍ନଡ଼ ଫିଲ୍ମ ‘ଉଲ୍ଲାସ ଉତ୍ସାହ’ରେ ଅଭିନୟ କରିଥିଲେ। ପରେ ୟାମୀ ପଞ୍ଜାବୀ ମୁଭି ‘ଏକ ନୁର’, ମାଲୟଲାମ ମୁଭି ‘ହିରୋ’, ତାମିଲ ମୁଭି ‘ଗୌରବମ୍’ ଏବଂ ତେଲୁଗୁ ମୁଭି ‘ନୁଭିଲା’ ଓ ‘ଯୁଦ୍ଧମ୍‌’ ଆଦିରେ ଦେଖିବାକୁ ମିଳିଛନ୍ତି।

ଦିଲ୍ଲୀରେ ଜନ୍ମିତ ଆଦିତ୍ୟ ଧର କିନ୍ତୁ କାହାଣୀ ପରିକଳ୍ପନା, ନିର୍ଦ୍ଦେଶନା, ଚିତ୍ରନାଟ୍ୟ ପ୍ରସ୍ତୁତି, ସଂଳାପ ଓ ଗୀତ ରଚନା କରନ୍ତି। ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ର ନିର୍ଦ୍ଦେଶନା ଦେଇଥିବା ଆଦିତ୍ୟ ୬୬ତମ ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ପୁରସ୍କୃତ ହୋଇଥିଲେ। ପୂବର୍ରୁ କାବୁଲ୍‌ ଏକ୍ସପ୍ରେସ, ହାଲ-ଏ-ଦିଲ, ୱାନ ଟୁ ଥ୍ରି, ଡାଡି-କୁଲ, ଆକ୍ରୋଶ, ତେଜ ଆଦି ଚଳଚ୍ଚିତ୍ରରେ ସେ ପୃଥକ ପୃଥକ କାମରେ ନିଜର ଦକ୍ଷତା ପ୍ରତିପାଦିତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe