ଯଦି ‘ମୈନେ ପ୍ୟାର କିୟା’ର ଦ୍ବିତୀୟ ଭାଗ ତିଆରି ହୁଏ ତେବେ ସଲମାନଙ୍କ ବିପକ୍ଷର ନାୟିକା ସାଜିବି ମୁଁ। ଉକ୍ତ ଚଳଚ୍ଚିତ୍ରରେ କବୁତର ସାଜିବି ମୁଁ ।ଏହା କହିଛନ୍ତି ଅଭିନେତ୍ରୀ ୟାମୀ ଗୌତମ।
୨୦୧୨ରେ ୟାମୀ ‘ଭିକ୍କି ଡୋନର’ ଫିଲ୍ମ ଜରିଆରେ ବଲିଉଡରେ ପ୍ରବେଶ କରିଥିଲେ। ଏହାପରେ ସନମ ରେ, ଉରି: ଦ ସର୍ଜିକାଲ ଷ୍ଟାଇକ୍, ବାଲା ଏବଂ ଭୂତ ପୋଲିସରେ ପ୍ରମୁଖ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏବେ ସେ ନିଜ ସ୍ୱାମୀ ତଥା ପ୍ରଯୋଜକ ଆଦିତ୍ୟ ଧରଙ୍କ ସିନେମାରେ ସୁଯୋଗ ପାଇଛନ୍ତି। କିଛିଦିନ ତଳେ ଗଣମାଧ୍ୟମର ଏକ ସାକ୍ଷାତକାରରେ ୟାମୀ କହିଥିଲେ- ମୋର ସ୍ୱପ୍ନ ସଲମାନ୍ ଅଥବା ଶାହରୁଖଙ୍କ ସହ ଅଭିନୟ କରିବା। ମୁଁ ଯେତେବେଳେ ଛୋଟ ଥିଲି, ପ୍ରଥମେ ‘ମୈନେ ପ୍ୟାର କିୟା’ ଚଳଚ୍ଚିତ୍ରଟି ଦେଖିଥିଲି। ଏହା ମୋ ହୃଦୟରେ ଗଭୀର ରେଖାପାତ କରିଥିଲା। ସେଇଦିନରୁ ମୁଁ ସଲମାନଙ୍କ ସହ ଅଭିନୟ କରିବାର ସ୍ୱପ୍ନ ଦେଖିଥିଲି। ୟାମୀଙ୍କ ଅଭିନୀତ ‘ଏ ଥର୍ସ ଡେ’, ‘ଦାସବୀ’ ଏବଂ ‘ଲଷ୍ଟ’ ଆଦି ଚଳଚ୍ଚିତ୍ର ରିଲିଜ୍ ଅପେକ୍ଷାରେ ରହିଛି।
Follow Us