ହରର୍ କମେଡି ‘ଭୂତ ପୁଲିସ’ରେ ଅଭିନେତ୍ରୀ ସାଜିବେ ଫେୟାର ଆଣ୍ଡ୍ ଲଭ୍ଲି ଗର୍ଲ ୟାମି ଗୌତମ ଓ ଚୁଲ୍ବୁଲି ନାୟିକା ଜ୍ୟାକଲିନ୍ ଫର୍ଣ୍ଣାଡିସ୍। ଗତବର୍ଷ ଏ ଚଳଚ୍ଚିତ୍ର ସମ୍ପର୍କରେ ଘୋଷଣା କରାଯାଇଥିବା ବେଳେ ଛୋଟେ ନୱାବ ସୈଫ୍ ଅଲ୍ଲୀ ଖାନ୍ ଏଥିରେ ମୁଖ୍ୟ ଚରିତ୍ରରେ ନଜର ଆସିବେ। ଏଥିସହ ଚଳଚ୍ଚିତ୍ରରେ ଅର୍ଜୁନ କପୁର ଓ ଫାତିମା ସନା ଶୈଖଙ୍କୁ ମଧ୍ୟ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ ବୋଲି ଜଣାପଡ଼ିଛି। ପୂର୍ବରୁ ଅର୍ଜୁନ କପୁରଙ୍କ ସ୍ଥାନରେ ଅଲ୍ଲୀ ଫଜଲଙ୍କ ନାମ ଆସୁଥିଲା। ତେବେ ପରେ ଷ୍ଟାରକାଷ୍ଟରେ କିଛି ପରିବର୍ତ୍ତନ କରାଯାଇଥିବା ଜଣାପଡ଼ିଛି। ଚଳିତବର୍ଷ ଶେଷ ଭାଗରୁ ଏହାର ସୁଟିଂ ଆରମ୍ଭ ହୋଇପାରେ। ଚଳଚ୍ଚିତ୍ରର ଅଧିକାଂଶ ଭାଗ ଧର୍ମଶାଳା ଓ ପାଲମପୁରରେ ସୁଟିଂ ହେବ। ପୱନ କ୍ରିପାଳିନୀ ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି। ଏହା ପୂର୍ବରୁ ସେ ‘ରାଗିଣୀ ଏମ୍ଏମ୍ଏସ୍’ ଏବଂ ‘ଫୋବିଆ’ ଭଳି ହରର୍ ଫିଲ୍ମରେ କାମ କରିଛନ୍ତି।
ଭୂତ ପୁଲିସରେ ୟାମି ଗୌତମ ଓ ଜ୍ୟାକଲିନ୍ ଫର୍ଣ୍ଣାଡିସ୍
Advertisment
Follow Us