ସଲମାନ ଓ ରାହୁଲ ଗାନ୍ଧିଙ୍କ ମଧ୍ୟରୁ କାହାକୁ ବିବାହ କରିବାକୁ ଚାହୁଁଛନ୍ତି? ପ୍ରଶ୍ନର ଏଭଳି ଉତ୍ତର ରଖିଲେ ୟାମି

ସଲମାନ ଓ ରାହୁଲ ଗାନ୍ଧିଙ୍କ ମଧ୍ୟରୁ କାହାକୁ ବିବାହ କରିବାକୁ ଚାହୁଁଛନ୍ତି? ପ୍ରଶ୍ନର ଏଭଳି ଉତ୍ତର ରଖିଲେ ୟାମି

aajtak.intoday.in

ମୁମ୍ବାଇ:  ନିଜ ଅଭିନୟ ଦ୍ବାରା ଦର୍ଶକଙ୍କ ମନ ଜିଣିବା ସହ ବଲିଉଡର ଆଗଧାଡ଼ିର ଅଭିନେତ୍ରୀ ପାଲଟିଛନ୍ତି ୟାମି ଗୌତମ। ଅନେକ ବଡ଼ ବଡ଼ କଳାକାରଙ୍କ ସହ କାମ କରି ‌ସେ ନିଜର ସ୍ଥାନ ସୁଦୃଢ଼ କରିଛନ୍ତି। ସବୁବେଳେ ସେ ବିବାହକୁ ନେଇ ପଚରାଯାଉଥିବା ପ୍ରଶ୍ନର ଉତ୍ତର ରଖିବାକୁ ମନା କରୁଥିବା ବେଳେ ଇଣ୍ଡିଆ ଟୁଡେ କନକ୍ଲେଭ୍ ଇଷ୍ଟ -୨୦୧୯‌ରେ ତାଙ୍କୁ ପୁଣି ଥରେ ସେଭଳି ପ୍ରଶ୍ନ କରାଯାଇଥିଲା ବୋଲି ଜଣାପଡ଼ିଛି।

publive-image aajtak.intoday.in

ଇଣ୍ଡିଆ ଟୁଡେ କନକ୍ଲେଭ୍ ଇଷ୍ଟ-୨୦୧୯‌ର ଉପସ୍ଥାପକ ସୁଶାନ୍ତ ମେହେତା ୪ଟି ବିକଳ୍ପ ଦେଇ, କାହାକୁ ବିବାହ କରିବାକୁ ଚାହିଁବେ ବୋଲି ପଚାରିଥିଲେ। ୪ଟି ବିକଳ୍ପରେ ସଲମାନ ଖାନ୍, ରାହୁଲ ଗାନ୍ଧି, ରଣବୀର କପୁର ଓ ଜସପ୍ରୀତ୍ ବୁମରାଙ୍କ ନାଁ ରହିଥିଲା। ୪ଟି ନାଁ ଶୁଣିବା ପରେ ସେ କିଛି ସମୟ ଚୁପ୍ ରହିବା ସହ ପରେ ଏମାନଙ୍କ ମଧ୍ୟରୁ କାହାକୁ ବିବାହ କରିବି ନାହିଁ ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe