ରାମ୍ପ ଓ୍ଵାକ କରୁକରୁ ତଳେ ପଡ଼ିଯାଇ ଥାଆନ୍ତେ ୟାମି, ନିଜକୁ ଏପରି ଭାବେ ସମ୍ଭାଳି ନେଲେ

ରାମ୍ପ ଓ୍ଵାକ କରୁକରୁ ତଳେ ପଡ଼ିଯାଇ ଥାଆନ୍ତେ ୟାମି, ନିଜକୁ ଏପରି ଭାବେ ସମ୍ଭାଳି ନେଲେ

ମୁମ୍ବାଇ: ଲାକ୍‌ମି ଫ୍ୟାସନ ଉଇକ୍‌ର ପ୍ରଥମ ଦିନରେ କରନ ଜୋହର ଓ ତବ୍ଦୁ ରାମ୍ପ ଓ୍ଵାକ କରିବାର ନଜର ଆସିଥିଲେ। ଦ୍ୱିତୀୟ ଦିନ ଅଭିନେତ୍ରୀ ୟାମି ଗୌତମ ରାମ୍ପ ଓ୍ଵାକ କରିଥିଲେ। ଏହି ସମୟରେ ଏକ ଅଘଟଣ ଘଟୁ ଘଟୁ ଅଳ୍ପକେ ରକ୍ଷା ପାଇ ଯାଇଥିଲା। ରାମ୍ପ ଓ୍ଵାକର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଯେଉଁଥିରେ ୟାମି ଏକ ନ୍ୟୁଡ ଗାଉନ ସାଙ୍ଗକୁ ହାଇହିଲ୍‌ ପିନ୍ଧିଥିବା ଦେଖିବାକୁ ମିଳିଛି। ୟାମି ପିନ୍ଧିଥିବା ଗାଉନ୍‌ଟି ଖୁବ୍‌ ଲମ୍ବା ଥିବା କାରଣରୁ ଏହା ତାଙ୍କ ପାଦରେ ଫସି ଯାଇଥିଲା । ଏବଂ ସେ ତଳେ ପଡୁ ପଡୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଯଦି ୟାମି ଛନ୍ଦି ହୋଇ ତଳେ ପଡ଼ି ଯାଇ ଥାଆନ୍ତେ ହୁଏତ ତାଙ୍କ ଗୋଡରେ ଆଘାତ ଲାଗି ପାରି ଥାଆନ୍ତା। ସୌଭାଗ୍ୟବଶତଃ ସେ ଏଥିରୁ ବର୍ତ୍ତି ଯାଇଛନ୍ତି। ଏହି ଘଟଣାର ଏକ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

publive-image

ଏଭଳି ଘଟଣା ଘଟିଥିଲେ ହେଁ ୟାମି ଯେଉଁ କନଫିଡେଣ୍ଟର ସହ ପୁଣି ନିଜର ଓ୍ଵାକ ଆରମ୍ଭ କରିଥିଲେ। ତାହା ତାଙ୍କ ପ୍ରଫେସନକୁ ନେଇ ରହିଥିବା ପ୍ୟାସନ୍‌କୁ ସ୍ପଷ୍ଟ କରିଥିଲା । ଖୁବ୍‌ ସୁନ୍ଦର ଭାବରେ ୟାମି ଏଭଳି ପରିସ୍ଥିତିକୁ ସମ୍ଭାଳି ନିଜର ରାମ୍ପ ଓ୍ଵାକ ଶେଷ କରିଥିଲେ । ୟାମିଙ୍କ ଫିଲ୍ମ ‘ଉରି ଦ ସର୍ଜିକାଲ ଷ୍ଟ୍ରାଇକ’ ବକ୍ସ ଅଫିସରେ ୧୫୦ କୋଟିରୁ ଅଧିକ ଇନକମ ମଧ୍ୟ କରି ସାରିଲାଣି। ତେବେ ‘ଉରି’ ପରେ ୟାମି ଲାକମି ଫ୍ୟାକ୍‌ ଉଇକ୍‌ରେ ନଜର ଆସିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe