www.aajtak.in
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ୟାମି ଗୌତମ ‘ଉରି: ଦ ସର୍ଜିକାଲ୍ ଷ୍ଟ୍ରାଇକ୍’ର ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କୁ ୨୦୨୧ ମସିହା ଜୁନ୍ ୪ ତାରିଖରେ ବିବାହ କରିଥିଲେ। ଆଜି ତାଙ୍କ ପ୍ରଥମ ବିବାହ ବାର୍ଷିକୀ। ଅଭିନେତ୍ରୀ ତାଙ୍କ ବିବାହ ସମୟର ଏକ ଭିଡିଓ କ୍ଲିପ୍ ସେୟାର କରି ପ୍ରଶଂସକଙ୍କୁ ସର୍ପ୍ରାଇଜ୍ ଦେଇଛନ୍ତି। ୟାମି ଗୌତମ ଯେଉଁ ଭିଡିଓ ସେୟାର କରିଛନ୍ତି ସେଥିରେ ମେହେନ୍ଦୀ, ହଳଦୀ ଆଦି ସବୁ ଦେଖିବାକୁ ମିଳିଛି।
View this post on Instagram
ୟାମି ଯେଉଁ ଭିଡିଓ ସେୟାର କରିଛନ୍ତି ସେଥିରେ କ୍ୟାପ୍ସନ୍ ଲେଖିଛନ୍ତି, ‘ତୁମେ ଯାହା ବି କରୁଛ, ତୁମେ ଯିଏବି ହୁଅ, ତୁମେ ମୋ ଜୀବନର ଏକ ଅଂଶ। ଏଥିପାଇଁ ମୁଁ ସବୁବେଳେ କୃତଜ୍ଞ ରହିବି। ହାପି ଫାଷ୍ଟ୍ ଆନିଭର୍ସରି।’
ବଲିଉଡର ଚୁଲବୁଲି ଅଭିନେତ୍ରୀ ୟାମି ଗତ ବର୍ଷ ଜୁନ୍ ୪ ତାରିଖରେନିର୍ଦ୍ଦେଶକ ଆଦିତ୍ୟ ଧରଙ୍କୁ ବିବାହ କରି ସୋସିଆଲ ମିଡିଆରେ ସେମାନଙ୍କର ବିବାହ ଫଟୋ ସେୟାର କରିଥିଲେ। ଏହି ଦମ୍ପତ୍ତିଙ୍କର ବିବାହ ଫଟୋକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଥିଲେ।
Follow Us