ବିଗ୍‌-ବସରୁ ବଲିଉଡ୍‌ରେ ଏଣ୍ଟ୍ରି ମାରିଲେ ୟାମିନୀ ମାଲହୋତ୍ରା

Advertisment

ବିଗ୍‌-ବସରୁ ବଲିଉଡ୍‌ରେ ଏଣ୍ଟ୍ରି। ବଲିଉଡ୍‌ରେ ନିଜର ପରିଚୟ ସୃଷ୍ଟି କରିବାକୁ ଯାଉଛନ୍ତି ବିଗ ବସ୍ ୧୮ ପ୍ରତିଯୋଗୀ ୟାମିନୀ ମାଲହୋତ୍ରା।। ବଲିଉଡ୍‌ ଜଗତରେ ପାଦ ଦେବା ଏକ ସ୍ୱପ୍ନ ସାକାର ହୋଇଛି ବୋଲି ସେ କହିଛନ୍ତି। 

ବିଗ୍‌-ବସରୁ ବଲିଉଡ୍‌ରେ ଏଣ୍ଟ୍ରି। ବଲିଉଡ୍‌ରେ ନିଜର ପରିଚୟ ସୃଷ୍ଟି କରିବାକୁ ଯାଉଛନ୍ତି ବିଗ ବସ୍ ୧୮ ପ୍ରତିଯୋଗୀ ୟାମିନୀ ମାଲହୋତ୍ରା।। ବଲିଉଡ୍‌ ଜଗତରେ ପାଦ ଦେବା ଏକ ସ୍ୱପ୍ନ ସାକାର ହୋଇଛି ବୋଲି ସେ କହିଛନ୍ତି। 

Yamini Malhotra

Yamini Malhotra Photograph: (Sambad.in)

ମୁମ୍ବାଇ: ବିଗ୍‌-ବସରୁ ବଲିଉଡ୍‌ରେ ଏଣ୍ଟ୍ରି। ବଲିଉଡ୍‌ରେ ନିଜର ପରିଚୟ ସୃଷ୍ଟି କରିବାକୁ ଯାଉଛନ୍ତି ବିଗ ବସ୍ ୧୮ ପ୍ରତିଯୋଗୀ ୟାମିନୀ ମାଲହୋତ୍ରା।। ବିଗ୍ ବସ୍ ୧୮ରେ ସେ ନିଜର ବୋଲ୍ଡ ଏବଂ ସ୍ପଷ୍ଟ କଥା ମାଧ୍ୟମରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେ ଏବେ ଏକ ବଲିଉଡ୍ ଚଳଚ୍ଚିତ୍ରରେ ନଜର ଆସିବେ। ଏହି ଚଳଚ୍ଚିତ୍ରରେ କମେଡି ସହିତ ଅନେକ ଆକର୍ଷଣୀୟ ମୋଡ଼ ଦେଖିବାକୁ ମିଳିବ।

ଅଭିନେତ୍ରୀ ଏବଂ ମଡେଲ ୟାମିନୀ ମାଲହୋତ୍ରା ଖୁବ୍‌ଶୀଘ୍ର ବଲିଉଡ୍‌ର ଏକ କମେଡି ଚଳଚ୍ଚିତ୍ର "ଚିଲ୍ ମର୍‌ନା ବ୍ରୋ"ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ତେଜସ୍ ଦତ୍ତାନୀ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି। ଦିଲ୍ଲୀରେ ରହୁଥିବା ୟାମିନୀ ପ୍ରଥମେ ‘ବିଗ୍ ବସ୍ ୧୮’ରେ ନଜର ଆସିଥିଲେ। ଏବେ ବଲିଉଡ୍‌ ଜଗତରେ ପାଦ ଦେବା ଏକ ସ୍ୱପ୍ନ ସାକାର ହୋଇଛି ବୋଲି ସେ କହିଛନ୍ତି। 

ଅଧିକ ପଢ଼ନ୍ତୁ: କେବଳ ଗୀତ ହିଟ୍ ଥିଲା, ଫିଲ୍ମ ନୁହେଁ;

ୟାମିନୀ ତାଙ୍କର ବଲିଉଡ୍‌ ଡେବ୍ୟୁ ବିଷୟରେ କହିଛନ୍ତି ଯେ, "ମୁଁ ସବୁବେଳେ ଅଭିନୟ କରିବାକୁ ପସନ୍ଦ କରୁଥିଲି। ବଲିଉଡ୍‌କୁ ଆସିବା ମୋର ସ୍ୱପ୍ନ ଥିଲା। ଏହି ଚଳଚ୍ଚିତ୍ରଟି କମେଡି ଏବଂ ଟ୍ୱିଷ୍ଟ୍‌ରେ ପରିପୂର୍ଣ୍ଣ ହୋଇଛି।" ୟାମିନୀ ଜଣେ ଅଭିନେତ୍ରୀ ଏବଂ ମଡେଲ ହେବା ବ୍ୟତୀତ ଜଣେ ଦନ୍ତ ଚିକିତ୍ସକ ମଧ୍ୟ। ସେ ଟିଭି ଶୋ "ଘୁମ୍ ହେ କିସିକେ ପ୍ୟାର୍ ମେ" ଏବଂ "ମେ ତେରି ତୁ ମେରା"ରେ କାମ କରିଛନ୍ତି। ୨୦୧୬ରେ, ସେ "ଚୁଟ୍ଟାଲବାଇ" ଚଳଚ୍ଚିତ୍ରରେ ମଧ୍ୟ ନଜର ଆସିଥିଲେ। ଏଥିସହ  ସେ ‘ବିଗ୍ ବସ୍ ୧୮’ ରେ ୱାଇଲ୍ଡ କାର୍ଡ ପ୍ରତିଯୋଗୀ ଭାବରେ ପ୍ରବେଶ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe